ଲିଭର ସୁସ୍ଥ ରହିଲେ ମିଳିବ ଅନେକ ରୋଗରୁ ରକ୍ଷା, ଜାଣନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ
 

Try these 7 natural ways to detoxify and cleanse your liver naturally
ଜାଣନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଲିଭର ବା ଯକୃତ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଲିଭର ବିନା ଜୀବନ ଅସମ୍ଭବ। ଲିଭର ଆମ ଶରୀରରେ ଅହରହ କାମ କରିଥାଏ। ଖାଦ୍ୟ ହେଉ କିମ୍ବା ମେଡିସିନ୍, ଆମେ ଯାହା ବି ଖାଇଥାଉ ତାହା ରକ୍ତରେ ମିଶି ପ୍ରଥମେ ଲିଭରକୁ ଯାଇ ବିଶୁଦ୍ଧ ହୋଇଥାଏ। ଲିଭର ପ୍ରୋଟିନ୍ ତିଆରି କରେ। ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ଲିଭର ବଢ଼ାଇଥାଏ। ତେଣୁ ଲିଭର ସୁସ୍ଥ ରହିବା ନିହାତି ଦରକାର।

ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍

ଏକ ସୁସ୍ଥ ଜୀବନଶୈଳୀ ଏବଂ ଲିଭର ଅନୁକୂଳ ଖାଦ୍ୟ ଗ୍ରହଣ କଲେ ଏହା ଲିଭରକୁ ରକ୍ଷା କରିବା ସହ ଠିକ୍ ଭାବେ କାମ କରିଥାଏ ଏବଂ ଏହା ଲିଭର୍‌ର ଅନେକ ରୋଗରୁ ରକ୍ଷା କରେ। କେମିତି ସୁସ୍ଥ ରହିବ ଲିଭର? ତେବେ ଆସନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ।

ଅଧିକ ପଢ଼ନ୍ତୁ: ଏମାନଙ୍କ ପାଇଁ ଆଜି ଦିନଟି ଖରାପ; ଜାଣନ୍ତୁ ଆପଣଙ୍କ ରାଶିଫଳ, କେମିତି କଟିବ ଆଜିର ଦିନ 

ଲିଭରକୁ ସଫା କରିବାର ୭ଟି ଉପାୟ:

ଲିଭରକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ସୁସ୍ଥ ରଖିବା ପାଇଁ ଏହାକୁ ନିୟମିତ ସଫା କରିବା ଆବଶ୍ୟକ। ଏଥିପାଇଁ ସକାଳେ ଉଠିବା ପରେ ପ୍ରଥମେ ଏକ ଗ୍ଲାସ ଉଷୁମ ପାଣିରେ ଲେମ୍ବୁ ରସ ମିଶେଇ ପିଅନ୍ତୁ। ଭିଟାମିନ୍ C ରେ ଭରପୂର ଥିବାରୁ ଲେମ୍ବୁ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ, ଯାହା ସଂକ୍ରମଣ ଏବଂ ରୋଗ ହେବାର ଆଶଙ୍କା ମଧ୍ୟ ହ୍ରାସ କରିଥାଏ।

ଦିନକୁ ୬ ରୁ ୮ ଗ୍ଲାସ୍ ସାଧାରଣ ପାଣି ଏବଂ ୨ ରୁ ୩ ଗ୍ଲାସ୍ ଉଷୁମ ପାଣି ପିଅନ୍ତୁ। ଏହା ଲିବର ଏବଂ କିଡ୍‌ନୀକୁ ସଫା କରିଥାଏ ଏବଂ ଓଜନ ହ୍ରାସ କରିବାରେ ମଧ୍ୟ ଏହା ଅତ୍ୟନ୍ତ ପ୍ରଭାବଶାଳୀ।

ଆପଣ ଯାହା ବି ଖାଦ୍ୟ ଖାଆନ୍ତୁ, ଏଥିରେ ଅତି କମରେ ୪୦ ପ୍ରତିଶତ ଫଳ ଏବଂ ପନିପରିବା ରହିବା ଉଚିତ। କଞ୍ଚା ଫଳରେ ଏନ୍‌ଜାଇମ୍ ଭରପୂର ଥାଏ, ଯାହା ହଜମ କରିବାରେ ସାହାଯ୍ୟ କରିଥାଏ। ଏଗୁଡ଼ିକ ଲିଭରର କ୍ଷମତାକୁ ବଢାଇଦେଇଥାଏ ଯାହାଦ୍ୱାରା ଏହା ଶରୀରରୁ ସହଜରେ ବିଷାକ୍ତ ପଦାର୍ଥ ବାହାର କରିପାରେ। ଯଦି ଆପଣ ପ୍ରତିଦିନ ଦୁଇରୁ ତିନିଟି ଫଳ ଏବଂ ପନିପରିବା ଖାଆନ୍ତି, ତେବେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ମିଳିବ।

ଅଧିକ ପଢ଼ନ୍ତୁ: ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ଲକ୍ଷଣ; ୪୦ ସେକେଣ୍ଡ ପୂର୍ବରୁ ଘଟିଥାଏ ଏହି ଭୟାନକ ଓ କଷ୍ଟଦାୟକ ଘଟଣା!

ଖାଦ୍ୟରେ ମଇଦା ଏବଂ ଚିନିକୁ ଯଥାସମ୍ଭବ ଦୂରେଇ ରଖନ୍ତୁ। ଏହି ଖାଦ୍ୟ ହେତୁ ଲିଭରକୁ ଏହାର କାର୍ଯ୍ୟ କରିବାରେ ଅଧିକ ପରିଶ୍ରମ କରିବାକୁ ପଡେ। ଆହୁରି ମଧ୍ୟ ଏହିପରି ଖାଦ୍ୟର ବ୍ୟବହାର କ୍ଷତିକାରକ ବ୍ୟାକ୍ଟେରିଆର ଅତ୍ୟଧିକ ବୃଦ୍ଧି ଘଟାଏ।

ନିୟମିତ ଭାବରେ ଆପଣଙ୍କ ଖାଦ୍ୟରେ ଗଜାଜାତୀୟ ଶସ୍ୟକୁ ସାମିଲ କରନ୍ତୁ। ଏଥିପାଇଁ ମୁଗ, ବୁଟ, ମଟର ଆଦି ଗଜା କରି ଖାଆନ୍ତୁ। ଲିଭରକୁ ପରିଷ୍କାର କରିବାରେ ଏହି ସବୁ ଜିନିଷ କାମ କରେ।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ଲିଭରକୁ ସୁସ୍ଥ ରଖିବା ପାଇଁ ଗାଜର, ବିଟ୍, ପାଳଙ୍ଗରୁ ପ୍ରସ୍ତୁତ ରସ ପିଅନ୍ତୁ। ଏହି ରସକୁ ଏକ ଗ୍ଲାସ୍ ପିଇବା ଦ୍ୱାରା ଶରୀରକୁ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ। ଏହା ଦ୍ୱାରା ଲିଭର ମଧ୍ୟ ଡିଟକ୍ସ ହୋଇଥାଏ। ଆପଣ ଗହମ ରସ ମଧ୍ୟ ପିଇପାରିବେ। ଲିଭରକୁ ସଫା କରିବା ପାଇଁ ଏସବୁ ପ୍ରାକୃତିକ ସୁସ୍ଥ ପାନୀୟ।

ଯେଉଁଥିରେ ଅଧିକ ପରିମାଣର ଚର୍ବି ଅଛି ସେହିସବୁ ଜିନିଷଗୁଡିକ ଖାଇବା ଠାରୁ ଦୂରେଇ ରୁହନ୍ତୁ। ଯେପରିକି ସମ୍ପୁର୍ଣ୍ଣ କ୍ଷୀର, ଚିକେନ୍, ମଟନ୍, ପ୍ରୋସେସ୍ଡ ଏବଂ ଭଜା ଖାଦ୍ୟ ଇତ୍ୟାଦିରୁ ଦୂରେଇ ରହିବା ଭଲ। ଏସବୁକୁ ଅତ୍ୟଧିକ ଖାଇବା ଦ୍ୱାରା ଲିଭରକୁ କ୍ଷତି ପହଞ୍ଚାଇପାରେ।

ଅଧିକ ପଢ଼ନ୍ତୁ: ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହାହେଲେ ଶୁକ୍ରବାର ରାତିରେ କରନ୍ତୁ ଏହି ଗୁପ୍ତ ଉପାୟ

Share this story