ସବୁ ଝିନ୍ଝଟ୍ରୁ ମୁକ୍ତି, ସମସ୍ତ ପେମେଣ୍ଟ ପାଇଁ କେନ୍ଦ୍ର ସରକାର ଶୁଭାରମ୍ଭ କଲେ, ‘ୱାନ୍ ନେସନ୍-ୱାନ୍ ମୋବିଲିଟି କାର୍ଡ’
ଓଡ଼ିଆ ଗସିପ୍ ବ୍ୟୁରୋ: ମେଟ୍ରୋରେ ଯାତ୍ରା କରିବା କିମ୍ବା ଏଟିଏମ୍ରୁ ନଗଦ ଟଙ୍କା ଉଠାଇବା ପାଇଁ ଆମେ ବିଭିନ୍ନ ପ୍ରକାରର କାର୍ଡ ବ୍ୟବହାର କରିଥାଉ। ଏହା ବ୍ୟତୀତ, ଅଲଗା ଅଲଗା ସେବା ପାଇବା ପାଇଁ ଭିନ୍ନ ଭିନ୍ନ କାର୍ଡ ବ୍ୟବହାର କରାଯାଇଥାଏ । ଏହି କାରଣରୁ ଆମକୁ ୱାଲେଟ୍ରେ ଅନେକ କାର୍ଡ ରଖିବାକୁ ପଡିଥାଏ।
ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍
ତେଣୁ ଲୋକଙ୍କୁ ଏ ସବୁ ପ୍ରକାର ଝିନ୍ଝଟ୍ରୁ ମୁକ୍ତି ଦେବା ଲାଗି କେନ୍ଦ୍ର ସରକାର ଏକ ଭଲ ସୁବିଧା ଆରମ୍ଭ କରିଛନ୍ତି। ସରକାର ନ୍ୟାସନାଲ କମନ୍ ମୋବିଲିଟି କାର୍ଡ ଶୁଭାରମ୍ଭ କରିଛନ୍ତି, ଯାହାଦ୍ବାରା ଲୋକମାନେ ପ୍ରତ୍ୟେକ ସେବା ପାଇଁ କେବଳ ଗୋଟିଏ କାର୍ଡ ବ୍ୟବହାର କରିପାରିବେ।
ଅଧିକ ପଢ଼ନ୍ତୁ: ମଙ୍ଗଳ ଗ୍ରହର ଗୋଚର ଫଳରେ ଏହି ତାରିଖରୁ ୩ ରାଶିଙ୍କ ଜୀବନରେ ଭରିଯିବ ସୁଖ-ଶାନ୍ତି ସହ ଧନ-ସମ୍ପତ୍ତି
ଏହି କାର୍ଡ ଆସିବା ପରେ ଲୋକଙ୍କୁ ଆଉ ୱାଲେଟ୍ରେ ଅନେକ ପ୍ରକାରର କାର୍ଡ ରଖିବା ଆବଶ୍ୟକ ପଡିବନାହିଁ। ଏହି କାରଣରୁ ଏହି କାର୍ଡଗୁଡ଼ିକୁ ‘ୱାନ୍ ନେସନ୍ ୱାନ୍ କାର୍ଡ କୁହାଯାଉଛି। ପାର୍କିଂ, ଟୋଲ୍, ମେଟ୍ରୋ, ଟ୍ରେନ୍ ଟିକେଟ୍, ବସ୍ ଟିକେଟ୍ ଭଳି ଅନେକ ସ୍ଥାନରେ ଆପଣ ଏହି କାର୍ଡ ବ୍ୟବହାର କରିପାରିବେ।
ଅଧିକ ପଢ଼ନ୍ତୁ: ଏମାନଙ୍କ ପାଇଁ ଆଜି ଦିନଟି ଖରାପ; ଜାଣନ୍ତୁ ଆପଣଙ୍କ ରାଶିଫଳ, କେମିତି କଟିବ ଆଜିର ଦିନ
ଯଦି ଆପଣ ଏଟିଏମରୁ ନଗଦ ଟଙ୍କା ଉଠାଇବାକୁ ଚାହୁଁଛନ୍ତି, ତେବେ ଆପଣ ଏହି କାର୍ଡ ବ୍ୟବହାର କରିପାରିବେ। ଏଥିରେ ଆପଣ କୌଣସି ଓଟିପି ଏବଂ ପିନ୍ ବିନା ୨୦୦୦ ଟଙ୍କା ପର୍ଯ୍ୟନ୍ତ ଅର୍ଥ କାରବାର କରିପାରିବେ। ଯଦି ଆପଣ ମେଟ୍ରୋରେ ଭ୍ରମଣ କରୁଥାନ୍ତି ତେବେ ଆପଣ ଏହି କାର୍ଡ ମାଧ୍ୟମରେ ଆରାମରେ ଯାତ୍ରା କରିପାରିବେ।
ଅଧିକ ପଢ଼ନ୍ତୁ: ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ଲକ୍ଷଣ; ୪୦ ସେକେଣ୍ଡ ପୂର୍ବରୁ ଘଟିଥାଏ ଏହି ଭୟାନକ ଓ କଷ୍ଟଦାୟକ ଘଟଣା!
ଏହି ସୁବିଧା ପରେ, ମେଟ୍ରୋରେ ଟିକେଟ୍ କିମ୍ବା ଟୋକେନ୍ ପାଇବା ପାଇଁ ଆପଣଙ୍କୁ ଲମ୍ବା ଧାଡିରେ ଠିଆ ହେବାର ଆବଶ୍ୟକତା ପଡିବ ନାହିଁ । ଏହି କାର୍ଡ଼ରେ ଆପଣଙ୍କୁ କ୍ୟାସବ୍ୟାକ୍ର ଲାଭ ମଧ୍ୟ ମିଳିପାରିବ। ଯଦି ଆପଣ ମେଟ୍ରୋରେ ଯାତ୍ରା କରୁଥାନ୍ତି, ତେବେ ଆପଣ ଏହି କାର୍ଡ଼କୁ ବ୍ୟବହାର କରି ୧୦ ରୁ ୨୦ ପ୍ରତିଶତ ରିଆତି ପାଇପାରିବେ। ଆପଣ ଏହି କାର୍ଡକୁ ଆପଣଙ୍କ ବ୍ୟାଙ୍କରୁ ନେଇପାରିବେ।
ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ
ଏଥିପାଇଁ ଆପଣଙ୍କୁ ପାନ୍ କାର୍ଡ, ଆଧାର କାର୍ଡ ଏବଂ ୨ ଫଟୋଗ୍ରାଫ୍ ସହ ଆବେଦନ କରିବାକୁ ପଡିବ। କାର୍ଡ ପାଇଁ ଆବେଦନ କରିବା ପରେ, ଏହି କାର୍ଡ ଆପଣଙ୍କ ଘରେ ପହଞ୍ଚିଯିବ। ଯଦି ଆପଣ ପେଟିଏମ୍ ମାଧ୍ୟମରେ ଏହି କାର୍ଡ ପାଇଛନ୍ତି, ତେବେ ଆପଣଙ୍କୁ ୨୫୦ ଟଙ୍କା ଚାର୍ଜ ଦେବାକୁ ପଡିବ।
ଅଧିକ ପଢ଼ନ୍ତୁ: ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହାହେଲେ ଶୁକ୍ରବାର ରାତିରେ କରନ୍ତୁ ଏହି ଗୁପ୍ତ ଉପାୟ