ଦିଅର ପ୍ରେମରେ ପଡ଼ି ୪ମାସର ଝିଅକୁ ଅଳିଆ ଗଦାରେ ଫିଙ୍ଗି ଫେରାର ହେଲା ଭାଭଜ
 

Mother Threw Her 4 Month Old Daughter In Bush In SUPAUL
ଦିଅର ପ୍ରେମରେ ପଡ଼ି ୪ମାସର ଝିଅକୁ ଅଳିଆଗଦାରେ ଫିଙ୍ଗିଲା ଭାଭଜ
 

ଓଡ଼ିଆ ଗସିପ୍ ବ୍ୟୁରୋ: ବିହାରର ସୁପୌଲରେ ଘଟିଛି  ଏକ ଅଭବବଣୀୟ ଘଟଣା। ଦିଅର ପ୍ରେମରେ ପଡ଼ି ୪ମାସର ଝିଅକୁ ଅଳିଆଗଦାରେ ଫିଙ୍ଗିଲେ ମହିଳା। ଅଭିଯୁକ୍ତ ମା’ ଏଭଳି କରିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ଚାଇଲ୍ଡ ଲାଇନ୍ ସୁପୌଲର ଟିମକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। 

ଅଧିକ ପଢ଼ନ୍ତୁ: ଚାଣକ୍ୟ ନୀତି ଅନୁଯାୟୀ ଭୁଲ୍‌ରେ ବି ସ୍ତ୍ରୀଙ୍କୁ କୁହନ୍ତୁନି ଏହି ୪ ଟି କଥା, ଶାନ୍ତିରେ ବଞ୍ଚିବା ବି ହୋଇଯିବ କାଠିକର ପାଠ

ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ମହିଳାଙ୍କ ନାମ ସୁନୀତା ଦେବୀ ବୋଲି ଜଣାପଡ଼ିଛି। ସୁନୀତାଙ୍କ ସ୍ବାମୀ ଧୀରେନ୍ଦ୍ର ସାଦା ଅନ୍ୟ ରାଜ୍ୟରେ ଦିନ ମଜୁରିଆ ଭାବେ କାମ କରନ୍ତି। ସ୍ବାମୀ ଦୂରରେ ରହୁଥିବାରୁ ସୁନୀତାଙ୍କର ତାଙ୍କ ଦିଅର ସୁବାଷଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଘଟଣା ଦିନ ଦିଅର ସହ ଫେରାର ହେବା ପୂର୍ବରୁ ସୁନୀତା ନିଜ ଝିଅକୁ କେନାଲ ପାଖ ଅଳିଆ ଗଦାରେ ଫିଙ୍ଗି ଚାଲିଯାଇଥିଲେ।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ପାଖ ବିଲରେ କାମ କରୁଥିବା ଜଣେ ମହିଳା ଶିଶୁର କାନ୍ଦ ଶୁଣି ଅଳିଆ ଗଦା ପାଖକୁ ଆସିଥିଲେ। ଶିଶୁକୁ ଅଳିଆ ଗଦାରେ ପଡ଼ିଥିବା ଦେଖି ସେ ଗାଁ ଲୋକଙ୍କୁ ଜଣାଇଥିଲେ। ଗାଁ ‌ଲୋକେ ସୁନୀତାଙ୍କ ଝିଅ ବୋଲି ଚିହ୍ନିବା ପରେ ତୁରନ୍ତ ଏନେଇ ପୁଲିସକୁ ଖବର ଦିଆଯାଇଥିଲା।

ଅଧିକ ପଢ଼ନ୍ତୁ: ପ୍ରତିଦିନ ସେକ୍ସ କଲେ ଶରୀରକୁ ମିଳିଥାଏ ଏହି ୧୦ଟି ଜବରଦସ୍ତ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ପୁଲିସ ପହଞ୍ଚିବା ପରେ ସୁନୀତା କିଭଳି ସ୍ବାମୀଙ୍କ ଅନୁପସ୍ଥିତିରେ ଦିଅର ସହ ପ୍ରେମ ସମ୍ପର୍କ ରଖୁଥିଲେ, ତାହା ଜଣାଇଥିଲେ ଗାଁ ଲୋକେ। ପୂରା ଘଟଣା ବିଷୟରେ ଜାଣିବା ପରେ ପୁଲିସ ସୁପୌଲର ଚାଇଲ୍ଡ ଲାଇନ ଟିମକୁ ଶିଶୁକନ୍ୟାର ଦାୟିତ୍ବ ଦେବା ସହ ଫେରାର ପ୍ରେମୀଯୁଗଳଙ୍କୁ ଖୋଜିବା ଆରମ୍ଭ କରିଛି।

ଅଧିକ ପଢ଼ନ୍ତୁ: କାହା ପାଇଁ ଭଲ ତ କାହା ପାଇଁ ଖରାପ; କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ

Share this story