ନୂଆ ବର୍ଷରୁ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ, ଜଲଦି ସାରିଦିଅନ୍ତୁ ଆର୍ଥିକ କାମ..
 

List Of Bank Holidays In January 2024
ଜାନୁଆରୀରେ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ
 

ଓଡ଼ିଆ ଗସିପ୍ ବ୍ୟୁରୋ: ରିଜର୍ଭ ବ୍ୟାଙ୍କ ପ୍ରତିବର୍ଷ ଆଗୁଆ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଥାଏ। ଏପରି ପରିସ୍ଥିତିରେ, ପ୍ରତି ମାସରେ କେତେ ଦିନ ବ୍ୟାଙ୍କ ଛୁଟି ହେବ ସେ ସମ୍ବନ୍ଧରେ ସୂଚନା ଆଗରୁ ମିଳିଥାଏ। ଏଥି ମଧ୍ୟରେ ସପ୍ତାହାନ୍ତ ଛୁଟି ଏବଂ ପର୍ବଗୁଡ଼ିକ ଅନ୍ତର୍ଭୁକ୍ତ।

୨୦୨୪ ବର୍ଷ ଆରମ୍ଭ ପୂର୍ବରୁ ମଧ୍ୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଛୁଟିଦିନର ତାଲିକା ପ୍ରକାଶ ପାଇଛି। ଆସନ୍ତୁ ଜାଣିବା ଜାନୁଆରୀରେ କେତେ ଦିନ ବନ୍ଦ ରହିବ ବ୍ୟାଙ୍କ…

ଅଧିକ ପଢନ୍ତୁ :ପେଟ କ୍ୟାନ୍ସରରୁ ଦୂରେଇ ରହିବାକୁ ଚାହାଁନ୍ତି କି ? ଏହି ଖାଦ୍ୟ ଖାଇବା ବନ୍ଦ କରନ୍ତୁ, ନଚେତ୍ ଭୋଗିବେ  

ଜାନୁଆରୀରେ ବ୍ୟାଙ୍କ ଛୁଟି ତାଲିକା

୧. ୨୦୨୪ ଜାନୁଆରୀ ୧ (ସୋମବାର) - ନୂଆ ବର୍ଷ ଅବସରରେ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ।

୨. ୨୦୨୪ ଜାନୁଆରୀ ୧୧ (ଗୁରୁବାର) - ମିଶନାରୀ ଦିବସ ହେତୁ ମିଜୋରାମରେ ବ୍ୟାଙ୍କ ଛୁଟି ରହିବ।

୩. ୨୦୨୪ ଜାନୁଆରୀ ୧୨ (ଶୁକ୍ରବାର) - ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଯୋଗୁଁ ପଶ୍ଚିମବଙ୍ଗରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

ଅଧିକ ପଢନ୍ତୁ :ଯୌନଶକ୍ତି ବଢାଇବ ଏହି ୫ ଖାଦ୍ୟ, ଦରକାର ପଡିବନି ଟାବଲେଟ୍‌ କି କ୍ୟାପସୁଲ୍‌

୪. ୨୦୨୪ ଜାନୁଆରୀ ୧୩ (ଶନିବାର) - ଦ୍ୱିତୀୟ ଶନିବାର ଏବଂ ଲୋହରୀ କାରଣରୁ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ।

୫. ୨୦୨୪ ଜାନୁୟାରୀ ୧୪ (ରବିବାର) - ମକର ସଂକ୍ରାନ୍ତି କାରଣରୁ ଦେଶର ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ।

୬. ୨୦୨୪ ଜାନୁଆରୀ ୧୫ (ସୋମବାର) - ପୋଙ୍ଗଲ ଅବସରରେ ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶରେ ବ୍ୟାଙ୍କଗୁଡିକ ବନ୍ଦ ରହିବ।

ଅଧିକ ପଢନ୍ତୁ :ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବୟସ ବ୍ୟବଧାନ କେତେ ରହିବା ଉଚିତ୍? ଜାଣନ୍ତୁ ବିଜ୍ଞାନ କଣ କହୁଛି...

୭. ୨୦୨୪ ଜାନୁଆରୀ ୧୬ (ମଙ୍ଗଳବାର) - ତୁସୁ ପୂଜା ଅବସରରେ ଆସାମ ଏବଂ ପଶ୍ଚିମବଙ୍ଗରେ ଏକ ବ୍ୟାଙ୍କ ଛୁଟି ହେବ।

୮. ୨୦୨୪ ଜାନୁଆରୀ ୧୭ (ବୁଧବାର) - ଗୁରୁ ଗୋବିନ୍ଦ ସିଂ ଜୟନ୍ତୀ ଅବସରରେ ଦେଶର ଅନେକ ରାଜ୍ୟରେ ବ୍ୟାଙ୍କଗୁଡିକ ପାଇଁ ଛୁଟିଦିନ ରହିବ।

୯. ୨୦୨୪ ଜାନୁୟାରୀ ୨୩ (ମଙ୍ଗଳବାର) - ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ଅବସରରେ ଦେଶର ଅନେକ ରାଜ୍ୟରେ ବ୍ୟାଙ୍କଗୁଡିକ ପାଇଁ ଛୁଟିଦିନ ରହିବ।

ଅଧିକ ପଢନ୍ତୁ :କଣ୍ଡୋମ ବ୍ୟବହାର କରୁଥିଲେ ସାବଧାନ; ଜାଣି ରଖନ୍ତୁ ଏହି ୫ଟି ଜରୁରୀ କାରଣ !

୧୦. ୨୦୨୪ ଜାନୁଆରୀ ୨୫ (ଗୁରୁବାର) - ରାଜ୍ୟ ଦିବସ ହେତୁ ହିମାଚଳ ପ୍ରଦେଶରେ ବ୍ୟାଙ୍କଗୁଡିକ ପାଇଁ ଛୁଟିଦିନ ରହିବ।

୧୧. ୨୦୨୪ ଜାନୁଆରୀ ୨୬ (ଶୁକ୍ରବାର) - ଗଣତନ୍ତ୍ର ଦିବସ ଅବସରରେ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ।

୧୨. ୨୦୨୪ ଜାନୁଆରୀ ୨୭ (ଶନିବାର) ଚତୁର୍ଥ ଶନିବାର ଥିବାରୁ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ।

୧୩. ୨୦୨୪ ଜାନୁଆରୀ ୩୧ (ବୁଧବାର) - ମି-ଡ୍ୟାମ୍-ମି-ଫି ଯୋଗୁଁ ଆସାମରେ ବ୍ୟାଙ୍କଗୁଡିକ ବନ୍ଦ ରହିବ।

ଅଧିକ ପଢନ୍ତୁ :ବୃହଷ୍ପତି ମହାଦଶା କ’ଣ? ଜାଣନ୍ତୁ ଏହାର ପ୍ରଭାବରେ କିଭଳି ବଦଳିଯାଏ ବ୍ୟକ୍ତିଙ୍କ ଭାଗ୍ୟ...
 

Share this story