ରାଜକୁମାରୀ ଡାଏନାଙ୍କ ଏହି ‘ବ୍ଲାକ୍‌ ସିପ୍‌’ ସ୍ବେଟର୍‌ ୯ କୋଟି ଟଙ୍କାରେ ହେଲା ବିକ୍ରି 
 

Iconic Black Sheep Sweater Of Princess Dianas Sold For A Record $1.1 Million
ରାଜକୁମାରୀ ଡାଏନାଙ୍କ ‘ବ୍ଲାକ୍‌ ସିପ୍‌’ ସ୍ବେଟର୍‌ ୯ କୋଟି ଟଙ୍କାରେ ବିକ୍ରି 
 

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜକୁମାରୀ ଡାଏନାଙ୍କ ପ୍ରସିଦ୍ଧ ଲାଲ୍‌ ରଙ୍ଗର ‘ବ୍ଲାକ୍‌ ସିପ୍‌’ ସ୍ବେଟର୍‌ (Princess Diana's Iconic 'Black Sheep' Sweater) ୯ କୋଟି ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରୟ ହୋଇଥିବା କଥା ‘ବିବିସି’ ରିପୋର୍ଟ କରିଛି। ଡାଏନା ପରିଧାନ କରିଥିବା ଯେତେ ସବୁ ପୋଷାକ ନିଲାମ ହୋଇଛି ତା’ ଭିତରୁ ଏହି ସ୍ବେଟର୍‌ ସର୍ବାଧିକ ମୂଲ୍ୟରେ ବିକ୍ରି ହେଇଥିବା କଥା ଏହି ରିପୋର୍ଟରେ ଉଲ୍ଲେଖ ଅଛି।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ଏକ ରିପୋର୍ଟ ଅନୁସାରେ, ଇଂଲଣ୍ଡ୍‌ର ଯୁବରାଜ ଚାର୍ଲସ୍‌ଙ୍କ ସହିତ ତାଙ୍କର ନିର୍ବନ୍ଧ ଘୋଷଣା ହେବାର ଅଳ୍ପ ଦିନ ପରେ ୧୯୮୧ ଗୋଟାଏ ‘ପୋଲୋ’ ମ୍ୟାଚ୍‌ ଦେଖିବାକୁ ଯାଇଥିବା ଡାଏନା ପ୍ରଥମେ ଏହି ସ୍ବେଟର୍‌ ପିନ୍ଧିଥିଲେ। ଲାଲ୍‌ ରଙ୍ଗର ଏହି ସ୍ବେଟର୍‌ରେ ଅଛି ଧାଡ଼ି ଧାଡ଼ି ଧଳା ମେଣ୍ଢାଙ୍କ ଭିତରେ ଗୋଟିଏ ମାତ୍ର କଳାମେଣ୍ଢା ରହିଥିବା ଦେଖିବାକୁ ମିଳିଛି।

ଅଧିକ ପଢ଼ନ୍ତୁ: ବିଡ଼ା ବିଡ଼ା ନୋଟ୍, ସୁନା, ରୂପା ସହ ୪୧୭ କୋଟି ଟଙ୍କା ଜବତ କଲା ଇଡି, ରାଡାରରେ ବଲିଉଡର ୧୪ ରୁ ଅଧିକ ନାମ 

ଗୁରୁବାର ଦିନ ନିଲାମକାରୀ ‘ସଥ୍‌ବାଏ’ର ଉଦ୍‌ଘାଟନୀ ‘ଫେସନ୍‌ ଆଇକନ୍‌ ଅକ୍‌ସନ୍‌’ରେ ଏହି ସ୍ବେଟର୍‌ଟି ୧.୧ ନିୟୁତ ଡଲାର୍‌ରେ ବିକ୍ରିୟ ହୋଇଛି। ଅଳ୍ପ ଦିନ ପୂର୍ବେ ଏହି ସ୍ବେଟର୍‌କୁ ତା’ର ମୂଳ ନିର୍ମାତା ଜୋଆନା ଅସ୍‌ବ‌ର୍ଣ୍ଣ (Joanna Osborne) ଓ ସେଲି ମୁଇର୍‌ (Sally Muir) କେଉଁଠୁ ପାଇଥିଲେ। ଏହାକୁ ୫୦,୦୦୦ରୁ ୮୦,୦୦୦ ଡଲାର୍‌ ଭିତରେ ନିଲାମ ଡକାଯିବ ବୋଲି ଧାର୍ଯ୍ୟ କରାଯାଇଥିଲା। କିନ୍ତୁ, ୪୪ଜଣ ନିଲାମ ଧରିବାକୁ ପ୍ରତିଦ୍ବନ୍ଦ୍ବିତା କରିବାରୁ ଏହାର ମୂଲ୍ୟ ଧାର୍ଯ୍ୟ ଦରର ୧୪ଗୁଣା ହୋଇଗଲା।

ଅଧିକ ପଢ଼ନ୍ତୁ: ୧୯ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ, ଆସିଲା ନୂଆ ଧାନ ସଂଗ୍ରହ ନୀତି ସହ ଉଚ୍ଛେଦ ହେବ ୩୫ଟି ଟୋଲ୍ ଗେଟ୍‌

କିନ୍ତୁ, ଏତେ ମୂଲ୍ୟ ଦେଇ ଯିଏ ସ୍ବେଟର୍‌ଟିକୁ ନିଲାମ ଧରିଛନ୍ତି, ତାଙ୍କ ନାଁ ଗୁପ୍ତ ରଖାଯାଇଛି। ସୂଚନାଯୋଗ୍ୟ, ଯୁବରାଜ ୱିଲିୟମ୍‌ ଓ ରାଜକୁମାର ହ୍ୟାରିଙ୍କ ମାଆ ଡାଏନା ୧୯୯୬ରେ ରାଜା ଚାର୍ଲସ୍‌ଙ୍କୁ ଛାଡ଼ପତ୍ର ଦେଇଥିଲେ। ୧୯୯୭ରେ ୩୬ ବର୍ଷ ବୟସରେ ପ୍ୟାରିସ୍‌ରେ କାର୍‌ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅଧିକ ପଢ଼ନ୍ତୁ: କେରଳରେ ନିପା ଭାଇରସ୍ ଆତଙ୍କ, ସିଧା ମଣିଷର ବ୍ରେନକୁ କରୁଛି ଆଟାକ୍! ଜାଣନ୍ତୁ ଲକ୍ଷଣ

Share this story