ପେଟ୍ରୋଲ ଦର ଛୁଇଁବ ୧୩୫ ଓ ଡିଜେଲ ହେବ ୧୨୦ ଟଙ୍କା ! ଗୋଲ୍ଡମ୍ୟାନ୍ ସ୍ୟାଚ୍‌ ରିପୋର୍ଟ...
 

Consequences of Red Sea crisis petrol and diesel prices will hike!
ବଢିବ ପେଟ୍ରୋଲ ଓ ଡିଜେଲ ଦର 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଲୋହିତ ସାଗରରେ ହୁତି ବିଦ୍ରୋହୀମାନଙ୍କ ଦ୍ବାରା ଜାରି ରହିଥିବା ଉପଦ୍ରବ ଜନିତ ସଙ୍କଟ ଘନେଇବାରେ ଲାଗିଛି। ଯଦି ଏହି ସଙ୍କଟ ଦୀର୍ଘ ଦିନ ଜାରି ରୁହେ ତେବେ ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଉପରେ ଏହାର ପ୍ରଭାବ ପଡ଼ିବ। 

ଏଥିଯୋଗୁ ଅଶୋଧିତ ତୈଳ ମୂଲ୍ୟ ଦ୍ୱିଗୁଣିତ ହେବ।ଏପରିକି ବ୍ୟାରେଲ ପିଛା ୧୫୫ରୁ ୧୬୦ ଡଲାରରେ ପହଞ୍ଚିପାରେ। ଯଦି ଏହା ହୁଏ ତେବେ ଭାରତରେ ପେଟ୍ରୋଲ ମୂଲ୍ୟ ୧୩୫ ଟଙ୍କା ଛୁଇଁବ ବୋଲି ଗୋଲ୍ଡମ୍ୟାନ୍ ସ୍ୟାଚ୍‌ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି।

ଅଧିକ ପଢନ୍ତୁ : ଶୀତଦିନେ ସେକ୍ସ କରିବାକୁ ଅଧିକ ଇଚ୍ଛା ହୁଏ କାହିଁକି? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ

ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦୀର୍ଘ ଦିନ ଧରି ସ୍ଥିର ରହିଛି। ଆଗକୁ ନିର୍ବାଚନ ଥିବାରୁ ଆଗାମୀ ଦିନରେ ଏହି ଧାରା ଜାରି ରହିପାରେ। ହେଲେ ଲୋହିତ ସାଗରରେ ଦେଖାଦେଇଥିବା ସଙ୍କଟ ଯୋଗୁ ନିବାଚନ ପରେ ଏଥିରେ କେତେକାଂଶରେ ପରିବର୍ତ୍ତନ ହେବା ସମ୍ଭାବନା ରହିଛି। 

ଅଧିକ ପଢନ୍ତୁ :ସ୍ବାସ୍ଥ୍ୟ ପାଇଁ ବେଶ ଉପକାରୀ, ଦିନକୁ ଖାଆନ୍ତୁ ବାସ ଦୁଇ ପାଖୁଡ଼ା, ଦୂର ହେବ ପୁରୁଷଙ୍କ ଯୌନ ସମସ୍ୟା !

ଗୋଲ୍ଡମ୍ୟାନ୍ ସ୍ୟାଚ୍‌ର ତୈଳ ଅନୁସନ୍ଧାନ ବିଭାଗର ମୁଖ୍ୟ ଡନ୍ ଷ୍ଟ୍ରୁଭେନ କହିଛନ୍ତି ଯେ, ଯଦି ଲୋହିତ ସାଗର ସଙ୍କଟ ଦୀର୍ଘ ସମୟ ଧରି ଚାଲିବ ତେବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତ ଳର ମୂଲ୍ୟ ଦ୍ୱିଗୁଣ ହେବ। ଏହାର ଅର୍ଥ ହେଉଛି ବର୍ତ୍ତମାନର ସ୍ତରରୁ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୫୫ ରୁ ୧୬୦ ଡଲାରରେ ପହଞ୍ଚିପାରେ। ଯଦି ଅଶୋଧିତ ତୈଳର ମୂଲ୍ୟ ଏହି ସ୍ତରରେ ପହଞ୍ଚେ ତେବେ ଦେଶରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ଅତି କମ୍‌ରେ ୧୩୫ ଟଙ୍କା ହୋଇପାରେ। 

ଅଧିକ ପଢନ୍ତୁ :ଋତୁସ୍ରାବ ସମୟରେ ସେକ୍ସ କରିବା ଠିକ୍ ନା ଭୁଲ୍ ? ଜାଣନ୍ତୁ କ'ଣ କହୁଛି ବିଶେଷଜ୍ଞଙ୍କ ମତ...

ବର୍ତ୍ତମାନ ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୭୭ ଡଲାରରୁ ଅଧିକ ରହିଛି। ଲୋହିତ ସାଗର ସଙ୍କଟ ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ଆମେରିକା, ବ୍ରିଟେନ ଏବଂ ଅନେକ ୟୁରୋପୀୟ ଦେଶ ଏବେ ହୁତିମାନଙ୍କୁ ଜବାବ୍‌ ଦେଉଛନ୍ତି। ଇରାନ୍‌ ହୁତି ଆତଙ୍କବାଦୀଙ୍କ ସମର୍ଥନରେ ଛିଡା ହୋଇଛି। ଏହି ପରିସ୍ଥିତି ଭାରତ ପାଇଁ ମଧ୍ୟ ଏହା ଏକ ବଡ ମୁଣ୍ଡବ୍ୟଥାର କାରଣ ହୋଇଛି। 

ଅଧିକ ପଢନ୍ତୁ :୧୭ ବର୍ଷର ନାବାଳିକା ଝିଅ ବୟଫ୍ରେଣ୍ଡ ସହ ଯାଇଥିଲେ ବୁଲିବାକୁ, ୧୩ ଜଣ କଲେ ଦୁଷ୍କର୍ମ...

ତୈଳ ପରିବହନରେ ସମସ୍ୟା ଦେଖାଦେଲେ ଅଶୋଧିତ ତେଲର ମୂଲ୍ୟ ଦ୍ୱିଗୁଣିତ ହେବ। ଏପରି ହେଲେ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିବାକୁ ପଡିପାରେ। ଏଥି ଯୋଗୁ ଦେଶରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ଆନୁମାନିକ ୧୩୫ ଟଙ୍କା ଏବଂ ଡିଜେଲ ୧୨୦ ଟଙ୍କା ପର୍ଯ୍ୟନ୍ତ ଯାଇପାରେ।

ଅଧିକ ପଢନ୍ତୁ :ବୁଧଙ୍କ ନକ୍ଷେତ୍ର ପରିବର୍ତ୍ତନ, ଜାନୁଆରୀ ୨୦ରୁ ଫିଟିବ ଏହି ୩ ରାଶିଙ୍କ ଭାଗ୍ୟ!
 

Share this story