ଚାଞ୍ଚଲ୍ୟକର ଘଟଣା! ୯ମ ଶ୍ରେଣୀ ଛାତ୍ରୀ କଲେ ସନ୍ତାନ ପ୍ରସବ, ହଷ୍ଟେଲ ୱାର୍ଡେନ ହେଲେ ନିଲମ୍ବିତ
ଓଡ଼ିଆ ଗସିପ୍ ବ୍ୟୁରୋ: ଜଣେ ୯ମ ଶ୍ରେଣୀ ଛାତ୍ରୀ ଡାକ୍ତରଖାନାରେ ସନ୍ତାନ ପ୍ରସବ କରିବା ପରେ ଜଣେ ହଷ୍ଟେଲ୍ ୱାର୍ଡେନ୍ଙ୍କୁ ନିଲମ୍ବନ କରାଯାଇଛି। କର୍ଣ୍ଣାଟକର ଚିକ୍କବଲ୍ଲାପୁରରେ ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏହି ମାମଲାରେ ହଷ୍ଟେଲ ୱାର୍ଡେନଙ୍କୁ ସସ୍ପେଣ୍ଡ କରାଯାଇଛି। ପୁଲିସ୍ ଏହି ମାମଲାର ତଦନ୍ତ ଆରମ୍ଭ କରି ପସ୍କୋ ଆକ୍ଟରେ ମାମଲା ରୁଜୁ କରିଛି।
ଅଧିକ ପଢନ୍ତୁ :୨୦୨୪ରେ ଶନି ଓ ଶୁକ୍ରଙ୍କ ରାଜଯୋଗ, ଏହି ୩ ରାଶିଙ୍କ ବଦଳିଯିବ ଭାଗ୍ୟ!
ତଦନ୍ତରୁ ଜଣାପଡ଼ିଛି ଯେ, ‘ସୋସିଆଲ୍ ୱେଲ୍ଫେୟାର୍ ଡିପାର୍ଟମେଣ୍ଟ୍ର ହଷ୍ଟେଲ୍’ରେ ଯୋଗ ଦେଇଥିବା ସେ ବାଳିକା ସବୁଦିନ ହଷ୍ଟେଲ୍ରେ ରହୁ ନ ଥିଲା। ଅଧିକାଂଶ ସମୟରେ ସେ ଜଣେ ଆତ୍ମୀୟଙ୍କ ଘରକୁ ଯାଉଥିଲା।
ଅଧିକ ପଢନ୍ତୁ :ଶୁକ୍ର ଗୋଚର, ଏହି ୩ ରାଶିଙ୍କ ବଦଳିଯିବ ଭାଗ୍ୟ, ଏମାନଙ୍କ ଉପରେ ହେବ ଧନ ବର୍ଷା!
ଗତବର୍ଷ ଅଗଷ୍ଟ ମାସରେ ତା’ର ଡାକ୍ତରୀ ପରୀକ୍ଷା କରାଯାଇଥିଲା। କିନ୍ତୁ, ସେ ଅନ୍ତଃସତ୍ତ୍ବା ଥିବା କଥା ଜଣାପଡ଼ି ନ ଥିଲା କି, ସେ କଥା କାହାରି ଦୃଷ୍ଟିଗୋଚର ହୋଇ ନ ଥିଲା। ପ୍ରାପ୍ତ ସୂଚନା ଅନୁସାରେ, ବର୍ଷେ ତଳେ ୮ମ ଶ୍ରେଣୀରେ ପଢୁଥିବା ବେଳେ ଝିଅଟି ହଷ୍ଟେଲ୍ରେ ଯୋଗ ଦେଇଥିଲା। ଜଣେ ୧୦ମ ଶ୍ରେଣୀ ବାଳକ ସହିତ ତା’ର ସମ୍ପର୍କ ଥିଲା। ଉଭୟ ଏକା ସ୍କୁଲ୍ରେ ପଢୁଥିଲେ।
ଅଧିକ ପଢନ୍ତୁ :ବୃହସ୍ପତି ଓ ଶୁକ୍ରଙ୍କ ମହାସଂଯୋଗ, ରୁହନ୍ତୁ ସତର୍କ, ଏହି ୩ ରାଶିଙ୍କୁ ପକାଇବ ବିପଦରେ!
କିନ୍ତୁ, ସ୍କୁଲ୍ ପାଠ ଶେଷ କରି ସେ ବାଳକ ‘ଟ୍ରାନ୍ଫର୍ ସାର୍ଟିଫିକେଟ୍’ (ଟିସି) ନେଇ ବେଙ୍ଗାଲୁରୁକୁ ଚାଲିଗଲା। ସୂଚନା ମୁତାବକ ଦୀର୍ଘ ଦିନ ହେବ ସେ ପିଲା ହଷ୍ଟେଲ୍କୁ ଆସୁ ନ ଥିଲା। ତା’ ଘର ବାଗେପଲ୍ଲୀ ନଗରୀର କାଶପୁର ଅଞ୍ଚଳରେ। ପେଟରେ ଯନ୍ତ୍ରଣା ହେଉଥିବା କହି ସେ ଡାକ୍ତରଖାନାକୁ ଯାଇଥିଲା। ଏହାପରେ ସେ ସିଟି ହସ୍ପିଟାଲରେ ସନ୍ତାନ ପ୍ରସବ କରିଥିବା ଜଣାଯାଇଛି।
ଅଧିକ ପଢନ୍ତୁ :ଏହି ରାଶିରେ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବା ସହ ପାରିବାରିକ ଜୀବନରେ ତିକ୍ତତା ଦେଖା ଦେବ, ପଢନ୍ତୁ ରାଶିଫଳ
ପୁଲିସ୍ ଏବେ ସମ୍ପୃକ୍ତ ନାବାଳକଙ୍କ ସନ୍ଧାନ କରୁଥିବା କହିଛି। ଏନେଇ ବିସ୍ତୃତ ଖୋଳତାଡ଼ ହେବା ପରେ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ପୁଲିସ୍ ଅଧିକାରୀ ସୂଚନା ଦେଇଛନ୍ତି। ଏପରି ଏକ ସାଂଘାତିକ ଘଟଣା ସମ୍ପର୍କରେ ହଷ୍ଟେଲ ୱାର୍ଡେନ କିପରି କିଛି ସୁରାଗ ପାଇ ପାରିଲେନି ତାହା ସମସ୍ତଙ୍କୁ ବିସ୍ମିତ କରିଛି। ତେଣୁ ତାଙ୍କୁ ତୁରନ୍ତ ଚାକିରିରୁ ସସ୍ପେଣ୍ଡ କରାଯାଇଛି।
ଅଧିକ ପଢନ୍ତୁ :ବୁଧଙ୍କ ନକ୍ଷେତ୍ର ପରିବର୍ତ୍ତନ, ଜାନୁଆରୀ ୨୦ରୁ ଫିଟିବ ଏହି ୩ ରାଶିଙ୍କ ଭାଗ୍ୟ!