ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ, ରାତି ୩ଟାରେ ଗାଡ଼ିରେ ସୋଇଥିବା ଅବସ୍ଥାରେ ଉଠାଇନେଲା ପୋଲିସ 

Chandrababu Naidu of TDP arrested by Andhra Police in skill development case
ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ

ଓଡ଼ିଆ ଗସିପ୍ ବ୍ୟୁରୋ: ଗିରଫ ହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ । ଶନିବାର ସକାଳୁ ନନ୍ଦୟାଲା ପୋଲିସ ସହାୟତାରେ ସିଆଇଡି ଚନ୍ଦ୍ରବାବୁ ନାଇଡଙ୍କୁ ଗିରଫ କରିଛି । ଆନ୍ଧ୍ରପ୍ରଦେଶ ଦକ୍ଷତାବିକାଶ ନିଗମ ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଛି ।

ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍

ଏହି ମାମଲାରେ ପ୍ରଥମେ ୱାରେଣ୍ଟ ଜାରି କରିଥିଲା ସିଆଇଡି । ଗିରଫ କରାଯିବା ପରେ ଚନ୍ଦ୍ରବାବୁଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ମେଡିକାଲ୍ ନିଆଯାଇଛି । ଏହା ପରେ କୋର୍ଟରେ ହାଜର କରାଯିବ । ଚନ୍ଦ୍ରବାବୁଙ୍କ ଆର.କେ ଫଙ୍କସନ ନିକଟରେ ସିଆଇଡି ସହ ପୋଲିସ ଟିମ୍‌ ପହଞ୍ଚିଥିଲେ । 

ଗତରାତି ପ୍ରାୟ ୩ଟା ବେଳେ ନନ୍ଦୟାଲା ରେଞ୍ଜ୍‌ର ‘ଡିଆଇଜି’ ରଘୁରାମି ରେଡ୍ଡୀଙ୍କ ନେତୃତ୍ବରେ ବହୁସଂଖ୍ୟକ ପୁଲିସ ଓ  ‘ସିଆଇଡି’ ‘ଆର୍‌. କେ. ଫଙ୍କ୍‌ସନ୍‌ ହଲ୍‌’ରେ ପଡ଼ିଥିବା ନାଇଡୁଙ୍କ କ୍ୟାମ୍ପ୍‌ରେ ଚଢ଼ଉ କରିଥିଲେ। ସେତେବେଳେ ନାଇଡୁ ତାଙ୍କ ଗାଡ଼ିରେ ଶୋଇଥିଲେ।

ଅଧିକ ପଢ଼ନ୍ତୁ: ମଙ୍ଗଳ ଗ୍ରହର ଗୋଚର ଫଳରେ ଏହି ତାରିଖରୁ ୩ ରାଶିଙ୍କ ଜୀବନରେ ଭରିଯିବ ସୁଖ-ଶାନ୍ତି ସହ ଧନ-ସମ୍ପତ୍ତି 

କିନ୍ତୁ, ପୁଲିସ ସେଠାରେ ଉପସ୍ଥିତ ଥିବା ବହୁସଂଖ୍ୟକ ‘ଟିଡିପି’ ନେତାଙ୍କ ପ୍ରତିରୋଧର ସମ୍ମୁଖୀନ ହୋଇଥିଲା। ନାଇଡୁଙ୍କୁ ପହରା ଦେଉଥିବା ‘ଏସ୍‌ପିଜି’ ଫୋର୍ସ ମଧ୍ୟ ପୁଲିସକୁ ନାଇଡୁଙ୍କ ପାଖକୁ ଛାଡ଼ି ନ ଥିଲେ। ସେମାନେ କହିଲେ ଯେ, ନିୟମାନୁସାରେ, ଭୋର୍‌ ୫.୩୦ ପୂର୍ବରୁ ସେମାନେ କାହାକୁ ନାଇଡୁଙ୍କ ନିକଟକୁ ଛାଡ଼ିବେ ନାହିଁ।

ଅଧିକ ପଢ଼ନ୍ତୁ: ଏମାନଙ୍କ ପାଇଁ ଆଜି ଦିନଟି ଖରାପ; ଜାଣନ୍ତୁ ଆପଣଙ୍କ ରାଶିଫଳ, କେମିତି କଟିବ ଆଜିର ଦିନ 

ପରିଶେଷରେ, ସକାଳ ପ୍ରାୟ ୬ଟା ବେଳେ ପୁଲିସ ନାଇଡୁଙ୍କ ଗାଡ଼ିର ‘ଡୋର୍‌’ରେ ଠକ ଠକ କରି ତାଙ୍କୁ ଗାଡ଼ିରୁ ଓହ୍ଲାଇ ଆଣି ଗିରଫ କଲା। ‘ଡିଆଇଜି’ ତାଙ୍କୁ କହିଲେ ଯେ, ‘ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମ’ ‌ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଛି।

ଅଧିକ ପଢ଼ନ୍ତୁ: ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ଲକ୍ଷଣ; ୪୦ ସେକେଣ୍ଡ ପୂର୍ବରୁ ଘଟିଥାଏ ଏହି ଭୟାନକ ଓ କଷ୍ଟଦାୟକ ଘଟଣା!

ଚନ୍ଦ୍ରବାବୁ ନାଇଡୁଙ୍କୁ ବିଜୟୱାଡା ସ୍ଥାନାନ୍ତର କରାଯାଇଛି । ଦୁର୍ନୀତିକୁ ନେଇ ୨୦୨୧ରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଥିଲା । ଜନସାଧାରଣଙ୍କ ଅର୍ଥ ‘ଲୁଟ୍‌’ କରିଛନ୍ତି ବୋଲି ଦୋଷାରୋପ କରି ଆନ୍ଧ୍ରପ୍ରଦେଶର ସାମାଜିକ ଜନକଲ୍ୟାଣ ମନ୍ତ୍ରୀ ମେରୁଗା ନାଗାର୍ଜୁନ ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରି ଦାବି କରିଥିଲେ।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ସୂଚନାଯୋଗ୍ୟ, ଶୁକ୍ରବାର ଦିନ ତେଲେଙ୍ଗାନାରେ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେବା ବେଳେ ସେ କହିଥିଲେ, ଅର୍ଥ ବିନିମୟରେ ଭୋଟ୍‌ ମାମଲାରେ ପଳାୟନ କରିବା ପୂର୍ବରୁ ଚନ୍ଦ୍ରବାବୁ ହାଇଦ୍ରାବାଦସ୍ଥିତ ‘ଲେକ୍‌ ଭିୟୁ ଗେଷ୍ଟ୍‌ ହାଉସ୍‌’ ମରାମତି ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପାଇଁ ସେ ଆଉ ୧୦ କୋଟି, ‘ଚାଟର୍ଡ ବିମାନ’ ଭଡ଼ା ବାବଦରେ ୧୦୦ କୋଟି ଏବଂ ‘ଧର୍ମ ପୋରତା ଦୀକ୍ଷାସ୍‌’ରେ ୮୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

ଅଧିକ ପଢ଼ନ୍ତୁ: ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହାହେଲେ ଶୁକ୍ରବାର ରାତିରେ କରନ୍ତୁ ଏହି ଗୁପ୍ତ ଉପାୟ
 

Share this story