ସୁନ୍ଦରଗଡ଼ରେ ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ, ସଚେତନ ପାଇଁ ଆଶାକର୍ମୀ ଓ ANMଙ୍କୁ ନିର୍ଦ୍ଦେଶ 

Scrub typhus is raising concern in sundargarh
ସୁନ୍ଦରଗଡ଼ରେ ବଢାଉଛି ଚିନ୍ତା ସ୍କ୍ରବ୍ ଟାଇଫସ
 

ଓଡ଼ିଆ ଗସିପ୍ ବ୍ୟୁରୋ: ସାରା ରାଜ୍ୟରେ ଚିନ୍ତା ବଢ଼ାଇଲାଣି ସ୍କ୍ରବ ଟାଇଫସ୍ । ହେଲେ ଏବେ ରାଜ୍ୟରେ ମୁଣ୍ଡ ବିନ୍ଧାର କାରଣ ସାଜିଲାଣି। ବିଶେଷ କରି ସୁନ୍ଦରଗଡ ଜିଲ୍ଲାରେ ଏହି ସ୍କ୍ରବ୍ ଟାଇଫର୍ସକୁ ନେଇ ଆତଙ୍କ ଦେଖାଦେଇଛି। କାରଣ ସୁନ୍ଦରଗଡ଼ ଜିଲ୍ଲାରେ ଏଯାବତ୍ ୧୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତକାଲି ଗୋଟିଏ ଦିନରେ ହିଁ ୩୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ସୁନ୍ଦରଗଡ଼ ସଦର ଓ ବାଲିଶଙ୍କରା ବ୍ଲକରେ ଅଧିକ ଆକ୍ରାନ୍ତ ଥିବା ସୂଚନା ମିଳିଛି।

ଏବେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ଏହା ସର୍ବାଧିକ ବୋଲି କୁହାଯାଉଛି । ଗତ ଜାନୁଆରି ୧ରୁ ସେପଟେମ୍ବର ୧୨ ତାରିଖ ମଧ୍ୟରେ ଜିଲ୍ଲାରେ ୧୩୨ ଜଣ ସ୍କ୍ରବ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଗଷ୍ଟ ୨୩ରେ ବଡ଼ଗାଁ ତୁଡ଼ାଲଗାର ସହଦେବ ତେଲି ନାମକ ଜଣେ ବ୍ୟକ୍ତିଙ୍କର ଏହି କାରଣରୁ ଜୀବନ ଯାଇଥିବା ଅଭିଯୋଗ ହୋଇଛି ।

ଅଧିକ ପଢ଼ନ୍ତୁ: ବିଡ଼ା ବିଡ଼ା ନୋଟ୍, ସୁନା, ରୂପା ସହ ୪୧୭ କୋଟି ଟଙ୍କା ଜବତ କଲା ଇଡି, ରାଡାରରେ ବଲିଉଡର ୧୪ ରୁ ଅଧିକ ନାମ 

ଏନେଇ ଡାକ୍ତର କହିଛନ୍ତି ଯେ, ତାଙ୍କ ଦେହରେ ସ୍କ୍ରବ ଟାଇଫସ୍ ଚିହ୍ନଟ ହୋଇଥିଲା, କିନ୍ତୁ ସେ ଅନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ । ତେବେ ଚିଗର୍ସ ନାମକ ଏକ କୀଟ କାମୁଡ଼ିବା ଦ୍ୱାରା ଲୋକଙ୍କ ଶରୀରରେ ଏହି ସଂକ୍ରମଣ ଆରମ୍ଭ ହୋଇଥାଏ । ଟିଙ୍କ ଜାତୀୟ ଏହି ଅତି କ୍ଷୁଦ୍ର କୀଟ ସାଧାରଣତତଃ ପୋଖରୀ, ଜଙ୍ଗଲ ଓ ଚାଷ ଜମିରେ ଦେଖିବାକୁ ମିଳିଥାଏ । ପୋଖରୀ, ବିଲ କି ଜଙ୍ଗଲକୁ ଯାଉଥିବା ଲୋକେ ଏହି କୀଟ ଦଂଶନର ଶିକାର ହୋଇଥାନ୍ତି ।

ଏସବୁ ଭିତରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା CDMO ସୂଚନା ଦେଇଛନ୍ତି। କହିଛନ୍ତି, ଲୋକଙ୍କୁ ଏ ସଂପର୍କରେ ସଚେତନ ପାଇଁ ଆଶାକର୍ମୀ ଓ ANMଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, ଦେଖିବାକୁ ଗଲେ ଓଡ଼ିଶାର ଭାତହାଣ୍ଡି ବରଗଡ଼ ଜିଲ୍ଲାରେ ବି ସ୍କ୍ରବ୍ ଟାଇଫସ ଆତଙ୍କ ଦେଖିବାକୁ ମିଳିଛି। ବିଷାକ୍ତ କୀଟ କାମୁଡ଼ାରେ ଏଠାରେ ଗଲାଣି ୫ ଜଣଙ୍କ ଜୀବନ।

ଅଧିକ ପଢ଼ନ୍ତୁ: କେରଳରେ ନିପା ଭାଇରସ୍ ଆତଙ୍କ, ସିଧା ମଣିଷର ବ୍ରେନକୁ କରୁଛି ଆଟାକ୍! ଜାଣନ୍ତୁ ଲକ୍ଷଣ

ଡେଙ୍ଗୁ ଓ ମ୍ୟାଲେରିଆ ପରେ ଗଲା କିଛି ମାସ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖାଦେଇଛି ଏ ସ୍କ୍ରବ୍ ଟାଇଫସ ସଂକ୍ରମଣ । ତେବେ ଏଥିରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲା। ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ତଥ୍ୟ କହୁଛି, ବରଗଡ଼ ଜିଲ୍ଲାର ଅତାବିରା, ଭେଡେନ୍, ବରପାଲି ବ୍ଳକ୍ ରୁ ଜଣେ ଲେଖାଏଁ ଏବଂ ସୋହେଲା ବ୍ଲକରୁ ୨ ଜଣ ଆକ୍ରାନ୍ତ ଏଥିରେ ମୃତ୍ୟୁ ହେଲାଣି।

ଅଧିକ ପଢ଼ନ୍ତୁ: ୧୯ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ, ଆସିଲା ନୂଆ ଧାନ ସଂଗ୍ରହ ନୀତି ସହ ଉଚ୍ଛେଦ ହେବ ୩୫ଟି ଟୋଲ୍ ଗେଟ୍‌

ଏପଟେ ଜିଲ୍ଲାରେ ଏ ସଂକ୍ରମଣ ବ୍ୟାପୁଥିବା ନଜରକୁ ଆସିବା ପରେ ରୋଗ ଚିହ୍ନଟ ପାଇଁ ଆରମ୍ଭ ହୋଇଛି ନିୟମିତ ଟେଷ୍ଟିଂ ପ୍ରକ୍ରିୟା। ଗତ ଅଗଷ୍ଟରେ ଜିଲ୍ଲାରେ ମୋଟ ୧୬୮ ଜଣଙ୍କ ରକ୍ତ ପରୀକ୍ଷା ହୋଇଥିଲେ ବି କାହାରି ରିପୋର୍ଟ ପଜିଟିଭ୍ ଆସିନଥିଲା। ହେଲେ ସେପଟେମ୍ବରରେ ହୋଇଥିବା ୧୪୨ ନମୁନାରୁ ୪ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବାରୁ ଏହା ଚିନ୍ତା ବଢାଇଛି।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

Share this story