କାହିଁକି ହୁଏ ବ୍ରେନ ଷ୍ଟ୍ରୋକ୍ ? ଏହାର ଲକ୍ଷଣ ଓ ନିରାକରଣ ବିଷୟରେ ଜାଣନ୍ତୁ ସଂକ୍ଷେପରେ
 

Brain Stroke Symptoms Causes and treatment Know details
କାହିଁକି ହୁଏ ବ୍ରେନ ଷ୍ଟ୍ରୋକ୍ ?

ଓଡ଼ିଆ ଗସିପ୍ ବ୍ୟୁରୋ: ଆପଣ ଜାଣିଥିବେ ଯେ ଆମ ଶରୀର ସମସ୍ତ କାର୍ଯ୍ୟ ମସ୍ତିଷ୍କ ଦ୍ବାରା ନିୟନ୍ତ୍ରିତ ହୋଇଥାଏ। ଏହିସବୁ କାର୍ଯ୍ୟ ମସ୍ତିଷ୍କରେ ଥିବା ବିଭିନ୍ନ କୋଷିକା ମାଧ୍ୟମରେ ହୋଇଥାଏ। କୌଣସି କାରଣରୁ ଏଥୁରେ ରକ୍ତ ସଞ୍ଚାଳନ ବନ୍ଦ ହୋଇଗଲେ କିମ୍ବା ମସ୍ତିଷ୍କର ଶୀରା ଫାଟିଗଲେ ବ୍ରେନ୍ ଷ୍ଟ୍ରୋକ୍ ହୋଇଥାଏ। ବ୍ରେନ୍ ବା ମସ୍ତିଷ୍କ ଆମ ଶରୀରର ଏକ ମୁଖ୍ୟ ଅଙ୍ଗ ମସ୍ତିଷ୍କ ଆମ ଶରୀରର ସମସ୍ତ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିଥାଏ।

ଅଧିକ ପଢ଼ନ୍ତୁ: ଡାଇବେଟିସ ହେବା ପୂର୍ବରୁ ଶରୀରରେ ଦେଖା ଦିଏ ଏସବୁ ଲକ୍ଷଣ, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ

ମସ୍ତିଷ୍କର କୋଷିକାଗୁଡ଼ିକ ଅହରହ ରକ୍ତ ପ୍ରବାହ, ଅମ୍ଳଯାନ ଓ ଗ୍ଲୁକୋଜ ଉପରେ ନିର୍ଭର କରିଥା'ନ୍ତି। କୌଣସି କାରଣରୁ ମସ୍ତିଷ୍କକୁ ରକ୍ତ ପ୍ରବାହ ଠିକ୍ ଭାବେ ହୋଇ ନ ପାରିଲେ, ମସ୍ତିଷ୍କର କୋଷିକାଗୁଡ଼ିକ ମରିଯା'ନ୍ତି। ଫଳରେ ବ୍ୟକ୍ତିଙ୍କୁ ବ୍ରେନ୍ ଷ୍ଟୋକ୍ ବା ମସ୍ତିଷ୍କ ପକ୍ଷାଘାତ ହୋଇଥାଏ।

ବ୍ରେନ୍ ଷ୍ଟ୍ରୋକ୍ ମୁଖ୍ୟତଃ ଦୁଇ ପ୍ରକାରର ହୋଇଥାଏ । ଯଦି କୌଣସି କାରଣରୁ ମସ୍ତିଷ୍କକୁ ରକ୍ତ ପ୍ରବାହ ଠିକ୍ ଭାବରେ ହୋଇପାରେ ନାହିଁ, ତେବେ ଏହାକୁ ଇସ୍ଟେମିକ୍ ଷ୍ଟ୍ରୋକ କୁହାଯାଏ। ଯଦି କୌଣସି କାରଣରୁ ମସ୍ତିଷ୍କର ଶୀରା ଫାଟି ଯାଇ ରକ୍ତ ସ୍ରାବ ହୁଏ, ତେବେ ଏହା ହେମରଜିକ୍‌ ଷ୍ଟ୍ରୋକ କୁହାଯାଏ।

ଅଧିକ ପଢ଼ନ୍ତୁ: ଲିଭର ସୁସ୍ଥ ରହିଲେ ମିଳିବ ଅନେକ ରୋଗରୁ ରକ୍ଷା, ଜାଣନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ

ବ୍ରେନ୍ ଷ୍ଟୋକ୍‌ର କାରଣ :-

ଡାଏବେଟିସ୍, ରକ୍ତଚାପ, ଉଚ୍ଚ କୋଲେଷ୍ଟ୍ରଲ, ହୃଦରୋଗ, ମାନସିକ ଚାପ, ମେଦବହୁଳତା ହେଉଛି ବ୍ରେନ୍ ଷ୍ଟ୍ରୋକର ମୁଖ୍ୟ କାରଣ। ଏହାଛଡ଼ା ଯଦି ଜଣେ ବ୍ୟକ୍ତିଙ୍କ ବୟସ ୬୦ ବର୍ଷରୁ ଅଧିକ ଓ ବଂଶଗତ କାରଣରୁ ବି ବ୍ରେନ୍ ଷ୍ଟ୍ରୋକ୍ ହୋଇପାରେ। ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ବ୍ରେନ୍ ଷ୍ଟ୍ରୋକ ହେବାର ଅଧିକ ଆଶଙ୍କା ଥାଏ।

ବ୍ରେନ୍ ଷ୍ଟୋକର ଲକ୍ଷଣ :-

ଯଦି ଆପଣ ସଙ୍ଗେ ସଙ୍ଗେ ନିଜର ନିୟନ୍ତ୍ରଣ କରିପାରୁ ନାହାନ୍ତି ଏବଂ ବେଳେ ବେଳେ ପଡ଼ିଯାଉଛନ୍ତି, ତେବେ ଏହା ଷ୍ଟ୍ରୋକ୍‌ର ଲକ୍ଷଣ । ଆଖୁ ସଠିକ୍ ଭାବେ ଦେଖା ନଗଲେ ବା ଦୁଇଟା ଦୁଇଟା ଦେଖାଯିବା, ମୁହଁ ବଙ୍କା ହୋଇଗଲେ ବା ମୁହଁରେ ଝିମ୍ ଝିମ୍ ଲାଗିବା, ହାତରେ କୌଣସି ଜିନିଷ ଉଠାଇ ପାରୁନାହାନ୍ତି ବା ବଧୀରା ଭଳି ଲାଗିବା। କଥା କହିଲା ବେଳେ ଖନି ମାରିବା।

ଅଧିକ ପଢ଼ନ୍ତୁ: ସେକ୍ସ ଟାଇମିଂକୁ ନେଇ କନଫ୍ୟୁଜ୍ କି? ପାର୍ଟନରଙ୍କ ଶୀଘ୍ର ପତନ ପାଇଁ ଚିନ୍ତିତ ? ଜାଣନ୍ତୁ କଣ କରିବେ

ଷ୍ଟ୍ରୋକ୍ ହେଲେ ଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚିବା ଦରକାର ବ୍ରେନ୍ ଷ୍ଟୋକ୍ ହେବା ଏକ ଜରୁରୀକାଳୀନ ପରିସ୍ଥିତି। ଷ୍ଟ୍ରୋକ ହେବାର ସାଢ଼େ ୪ ଘଣ୍ଟା ମଧ୍ୟରେ ହସ୍ପିଟାଲରେ ପହଞ୍ଚିବା ଦରକାର। କାରଣ ଷ୍ଟ୍ରୋକ୍‌ର ଚିକିତ୍ସା ଯେତେ ଶୀଘ୍ର ହେବ ଏହା ଠିକ୍ ହେବାର ସମ୍ଭାବନା ସେତିକି ଜଲଦି। 

ଅଧିକ ପଢ଼ନ୍ତୁ: ପାଗ ବଦଳୁଛି, ବର୍ଷାରେ ଶକ୍ତି ବଢ଼ାନ୍ତୁ, ରୋଗ ସହ ଲଢ଼ନ୍ତୁ, ଜାଣନ୍ତୁ କେମିତି ବଢ଼ାଇବେ ରୋଗ ପ୍ରତିରୋଧକ ଶକ୍ତି

ଯଦି ଜଣେ ରୋଗୀଙ୍କର ବ୍ରେନ୍ ଷ୍ଟ୍ରୋକର କୌଣସି ଲକ୍ଷଣ ଦେଖାଦିଏ ତେବେ ଡାକ୍ତର ପ୍ରଥମେ ସିଟି ସ୍କାନ କିମ୍ବା ଏମ୍‌ଆରଆଇ ଜରିଆରେ ମସ୍ତିଷ୍କର ଫଟୋ ନିଅନ୍ତି । ଏହି ଫଟୋ ମାଧ୍ୟମରେ କେଉଁ ପ୍ରକାରର ବ୍ରେନ୍ ଷ୍ଟ୍ରୋକ୍ ହୋଇଛି ତାହା ନିରୂପଣ କରାଯାଏ। ଏହାଛଡ଼ା ରୋଗୀଙ୍କର ମଧୁମେହ, ରକ୍ତଚାପ, କୋଲେଷ୍ଟ୍ରଲ ଓ ହୃଦୟ ସମ୍ବନ୍ଧୀୟ ପରୀକ୍ଷା କରାଯାଏ। 

ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

ଯଥାଶୀଘ୍ର ଅପରେସନ୍ କରାଗଲେ ରୋଗୀର ଜୀବନ ବଞ୍ଚିଯାଇପାରେ। ବ୍ରେନ୍ ଷ୍ଟୋକର ଚିକିତ୍ସା ପରେ ଜୀବନସାରା ଔଷଧ ଖାଇବାକୁ ପଡ଼େ । ଔଷଧ ଖାଇବାରେ ଅବହେଳା କଲେ ଆଉ ଥରେ ଷ୍ଟ୍ରୋକ ହେବାର ଆଶଙ୍କା ବଢ଼ିଥାଏ। ଏହାସହ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାନ୍ତୁ।

ବ୍ରେନ୍ ଷ୍ଟୋକର ନିରାକରଣ:-

ସନ୍ତୁଳିତ ଖାଦ୍ୟ ଖାଇବାକୁ ହେବ, ଡାଏବେଟିସ୍ ଥ୍ଲେ ନିଜ ରକ୍ତ ଶର୍କରାକୁ ନିୟନ୍ତ୍ରଣ ରଖୁବାକୁ ହେବା, ତେଲ, ମସଲା, ଲୁଣ, ଛଣାଛଣି ଯୁକ୍ତ ଖାଦ୍ୟ କମ୍ ଖାଇବେ। ଧୂମପାନ, ମଦ୍ୟପାନରୁ ନିବୃତ୍ତ ରହନ୍ତୁ। ଚିନ୍ତାମୁକ୍ତ ରହନ୍ତୁ। ନିୟମିତ ଯୋଗ, ମର୍ଡିଂ ୱାକ୍ କରିବା ଜରୁରୀ। ମୋଟାପଣ କମ୍ କରିବା ପାଇଁ ବ୍ୟାୟାମ ଓ ସଠିକ୍‌ ଡାଏଟ୍ ଖାଆନ୍ତୁ। ଏହାସହ ନୟମତ ସ୍ବାସ୍ଥ୍ୟ ପରୀକ୍ଷା କରାନ୍ତୁ ।

ଅଧିକ ପଢ଼ନ୍ତୁ: ରେସ୍ତୋରାଁ ଉପରେ ଆକସ୍ମିକ ଚଢ଼ାଉ, ଆପତ୍ତିଜନକ ଅବସ୍ଥାରେ ୨୦ଜଣ ଯୁବକ ଓ ଯୁବତୀଙ୍କୁ ଧରିଲା ପୁଲିସ 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ଓଡ଼ିଆ ଗସିପ୍ ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

Share this story