କାହିଁକି ବିଶ୍ୱକପକୁ ବୟକଟ୍ କରିବାକୁ ଧମକ ଦେଲେ ପାକିସ୍ତାନ କ୍ରୀଡାମନ୍ତ୍ରୀ ? ଏହା ରହିଛି ବଡ଼ କାରଣ...

kaura baura hela ki pakistan

ଓଡ଼ିଆ ଗସିପ୍ ବ୍ୟୁରୋ: ଆସନ୍ତା ବିଶ୍ୱକପରେ ଭାଗ ନେବ ତ ପାକିସ୍ତାନ? ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ତ ପାକିସ୍ତାନ କ୍ରିକେଟ୍ ଟିମ୍? ଏହି ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ସ୍ପଷ୍ଟ ହେଇପାରିନି । ଆଉ ଏହାରି ଭିତରେ ପାକିସ୍ତାନର କ୍ରୀଡାମନ୍ତ୍ରୀ ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପରୁ ପାକିସ୍ତାନର ଓହରିବା କଥା ଧମକ ଦେଇଛନ୍ତି । ସେ କହିଛନ୍ତି ଯେ, ଭାରତ ନ୍ୟୁଟାଲ ଭେନ୍ୟୁରେ ଏସିଆ କପ୍ ଖେଳିବା କଥା ଛାଡୁ, ନଚେତ୍ ପାକିସ୍ତାନ ମଧ୍ୟ ବିଶ୍ୱକପରେ ସେହି ଦାବି କରିବ ।

ଅଧିକ ପଢ଼ନ୍ତୁ: ରୁପି ସମସ୍ୟା : ଏହା ପଛର କାରଣ କ’ଣ ଓ ଏହାକୁ କିପରି ନିୟନ୍ତ୍ରଣରେ ରଖି ହେବ ?

ବିଶ୍ୱକପ୍ ପାଇଁ ଆଇସିସି ଖେଳସୂଚୀ ଜାରି କରିସାରିଛି । ଆସନ୍ତା ଅକ୍ଟୋବର ୧୫ ତାରିଖରେ ଅହମ୍ମଦାବାଦରେ ଭାରତ-ପାକିସ୍ତାନ ମ୍ୟାଚ୍ ଖେଳାଯିବ । ଖାଲି ସେତିକି ନୁହେଁ, ଭାରତର ୪ଟି ସହରରେ ପାକିସ୍ତାନ ଟିମ୍ ୮ଟି ମ୍ୟାଚ୍ ଖେଳିବ । ହେଲେ ଏବେ ବିଶ୍ୱକପରୁ ଓହରିବାକୁ ଧମକ ଦେଇଛନ୍ତି ପାକିସ୍ତାନର କ୍ରୀଡାମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ପୋଲସରା ବିଧାୟକଙ୍କୁ ପ୍ରଥମେ ଦଶିଂଥିଲା ଅର୍ଚ୍ଚନା ନାଗ; ଶର୍ମିଷ୍ଠା ଥିଲା ଶାରୀରିକ ସମ୍ପର୍କ: ସଂଯୁକ୍ତା ମହଲା

ପାକିସ୍ତାନ କ୍ରୀଡାମନ୍ତ୍ରୀ ଏହସାନ୍ ମଜାରୀ ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ କହିଛନ୍ତି , ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ୍ ବିଦେଶ ମନ୍ତ୍ରୀ ବିଲାବଲ ଭୁଟ୍ଟୋଙ୍କ ଅଧ୍ୟକ୍ଷତାରେ ଏକ ୧୪ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଛନ୍ତି । ଏଥିରେ ପାକିସ୍ତାନର କ୍ରୀଡାମନ୍ତ୍ରୀ ସମେତ ୧୧ ଜଣ ମନ୍ତ୍ରୀ ରହିଛନ୍ତି । ଏହି କମିଟି ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବା ସହିତ, ପାକିସ୍ତାନ ଭାରତ ଆସି କ୍ରିକେଟ୍ ଖେଳିବ କି ନାହିଁ ସେ ଉପରେ ନିଷ୍ପତ୍ତି ନେବ । ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ପଠାଇବା ପରେ ଯାଇ ପାକିସ୍ତାନ କ୍ରିକେଟ୍ ଟିମ୍ ଭାରତ ଆସିବ କି ନାହିଁ, ସେ ନେଇ ଶେଷ ନିଷ୍ପତ୍ତି ନିଆଯିବ ବୋଲି ପାକିସ୍ତାନର କ୍ରୀଡାମନ୍ତ୍ରୀ କହିଛନ୍ତି ।

ଅଧିକ ପଢ଼ନ୍ତୁ: ଶ୍ରାବଣର ପ୍ରଥମ ସୋମବାର ପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର

ସୂଚନାଯୋଗ୍ୟ ଯେ, ଏଥର ଏସିଆ କପ୍ ଆୟୋଜନ କରିବାର ଅଧିକାର ପାକିସ୍ତାନ ପାଖରେ ଥିଲା । ହେଲେ ଭାରତ କିନ୍ତୁ ପାକିସ୍ତାନ ଯାଇ ମ୍ୟାଚ୍ ଖେଳିବାକୁ ସିଧା ସିଧା ମନା କରିଦେଇଥିଲା । ଏହାପରେ ଏସିଆ କପ୍ ନ୍ୟୁଟାଲ ଭେନ୍ୟୁରେ ଆୟୋଜିତ କରିବାକୁ ନିଷ୍ପତ୍ତି ହୋଇଛି । ତେବେ ଏସିଆ କପରେ ନ୍ୟୁଟାଲ ଭେନ୍ୟୁ କଥା ଉଠିବା ପରେ , ଏବେ ପାକିସ୍ତାନ କ୍ରିକେଟ୍ ଟିମ୍ ଭାରତ ଆସି ବିଶ୍ୱକପ୍ ଖେଳିବାକୁ ମନା କରୁଛି । ଭାରତ ଯଦି ଏସିଆ କପ୍ ପାଇଁ ପାକିସ୍ତାନ ନଆସେ , ତେବେ ପାକିସ୍ତାନ ମଧ୍ୟ ଭାରତ ଆସିବାକୁ ମନା କରୁଥିବା ରିପୋର୍ଟ ପ୍ରକାଶ ପାଇଛି ।

ଅଧିକ ପଢ଼ନ୍ତୁ: ପୁଣି ସୀମା ପାର୍ କଲା ନିଶା ମହାରଣା ଗାଳି: ପଛରୁ ଆସି ହତିଆର ମାରିବାକୁ ଦେଲେ ନିମନ୍ତ୍ରଣ, କହିଲେ ଏହି ସବୁ କଥା

Share this story