ପୋଲସରା ବିଧାୟକଙ୍କୁ ପ୍ରଥମେ ଦଶିଂଥିଲା ଅର୍ଚ୍ଚନା ନାଗ; ଶର୍ମିଷ୍ଠା ଥିଲା ଶାରୀରିକ ସମ୍ପର୍କ: ସଂଯୁକ୍ତା ମହଲା

Archana Nag first customer of Polasara MLA

ଓଡ଼ିଆ ଗସିପ୍ ବ୍ୟୁରୋ: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ପ୍ରଥମ ଶିକାର ଥିଲେ ପୂର୍ବତନ ଶ୍ରମମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ । ମନ୍ତ୍ରୀ ଥିବା ବେଳେ ବିବାଦ ଦେଖା ଦେବାରୁ ଅର୍ଚ୍ଚନା ନାଗକୁ କୁଆଡ଼େ ୯୦ ଲକ୍ଷ ଟଙ୍କା ଦେଇ ବିବାଦର ସମାଧାନ ପାଇଁ ଉଦ୍ୟମ କରିଥିଲେ ତତ୍କାଳୀନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ।

ଆଉ ଏସବୁ କୁଆଡ଼େ ସେହି ଶର୍ମିଷ୍ଠା ପାଇଁ ହୋଇଥିଲା । ହଁ, ଇଏ ସେହି ଶର୍ମିଷ୍ଠା ଯାହାକୁ ଆଇଟମ ସଜାଇ ଗରାଖଙ୍କୁ ପଠାଇ ଟଙ୍କା ଆଦୟ କରୁଥିଲା ଅର୍ଚ୍ଚନା ନାଗ । ବିଧାୟକ ଶ୍ରୀକାନ୍ତ ସାହୁ ହିଁ କୁଆଡ଼େ ଅର୍ଚ୍ଚନା ନାଗର ପ୍ରଥମ ଗରାଖ ଥିଲା ଆଉ ସେ ଶର୍ମିଷ୍ଠା ସହ ରାତି ବିତାଇଥିଲେ ।

ଅଧିକ ପଢ଼ନ୍ତୁ : ପୁଣି ସୀମା ପାର୍ କଲା ନିଶା ମହାରଣା ଗାଳି: ପଛରୁ ଆସି ହତିଆର ମାରିବାକୁ ଦେଲେ ନିମନ୍ତ୍ରଣ, କହିଲେ ଏହି ସବୁ କଥା

ଏସବୁ ଜଣାପଡ଼ିବା ପରେ ବିଧାୟକଙ୍କ ସହ ଝଗଡ଼ା ହୋଇଥିଲା ବୋଲି ସାଙ୍ଘାତିକ ଅଭିଯୋଗ ଆଣି ବର୍ଷିଛନ୍ତି ସଂଯୁକ୍ତା ମହଲା । ସଂଯୁକ୍ତ ମହଲା ହେଉଛନ୍ତି ସେହି ବିଜେଡି ନେତ୍ରୀ ଯିଏ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଆଣିଛନ୍ତି ଶାରୀରିକ ନିର୍ଯ୍ୟାତନାର ଅଭିଯୋଗ ।

ଏବେ ରାଜ୍ୟର ଏକ ଘରୋଇ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ସଂଯୁକ୍ତା ମହଲା ଶ୍ରୀକାନ୍ତ ସାହୁଙ୍କ ଉପରେ ଭୀଷଣ ମାତ୍ରାରେ ବର୍ଷିଛନ୍ତି । ଗୋଟିଏ ଗୋଟିଏ କରି ସବୁ ପୋଲ୍ ଖୋଲିଛନ୍ତି । ଆରମ୍ଭରୁ ଶେଷ ଯାଏ ଦେହ ଧନ୍ଦାର ଗୁମର ଖୋଲିଛନ୍ତି ।

ଅଧିକ ପଢ଼ନ୍ତୁ : ଆସନ୍ତାକାଲିର ରାଶିଫଳ: ଆଜିଠୁ ଜାଣନ୍ତୁ କାଲିର ଭଲମନ୍ଦ

ପୂର୍ବରୁ ସଂଯୁକ୍ତା ମହଲା ସ୍ୱିକାର କରିଛନ୍ତି ଯେ, ଶ୍ରୀକାନ୍ତ ସାହୁଙ୍କ ସହ ତାଙ୍କର ଲିଭ୍ ଇନ୍ ରିଲେସନସିପ୍ ରହିଥିଲା । ବିବାହିତ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ତାଙ୍କୁ ପ୍ରଲୋଭିତ କରି ଆପଣାର କରି ରଖିଥିଲେ । ହେଲେ ମଝିରେ କଣ ହେଲା କେଜାଣି ଉଭଙ୍କ ମଧ୍ୟରେ ଆଉ ପଡ଼ିଲାନି । ଏବେ ମାମଲା ପୋଲିସ ଷ୍ଟେସନରୁ ଯାଇ ମନ୍ତ୍ରୀଙ୍କ ପଦ ଗଲା ଯାଏ ମାଡ଼ିଲାଣି । ଏଭଳି ସମୟରେ ସଂଯୁକ୍ତାଙ୍କ ଏ ଅଭିଯୋଗ ପରେ ବିବାଦ ବଢ଼ିଛି... 

Share this story