ଏହି ବଡ କାରଣ ପାଇଁ ପଞ୍ଜାବ କ୍ୟାଡର ଛାଡ଼ି ଓଡ଼ିଶାକୁ ଆସି ରାଜନୀତିକୁ ବାଛିଲେ 5T ଅଧ୍ୟକ୍ଷ
 

Why 5T chairman VK Pandian left Punjab cadre and came to Odisha Know Details
ଜାଣନ୍ତୁ କାହିଁକି ପଞ୍ଜାବ କ୍ୟାଡର ଛାଡ଼ି ଓଡ଼ିଶାକୁ ଆସିଥିଲେ 5T ଅଧ୍ୟକ୍ଷ
 

ଓଡ଼ିଆ ଗସିପ୍ ବ୍ୟୁରୋ: ସମ୍ବାଦ ସରବରାହ ସଂସ୍ଥା ଏଏନଆଇକୁ ପ୍ରଥମ ସାକ୍ଷାତକାର ଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏଏନଆଇ ମୁଖ୍ୟ ସ୍ମିତା ପ୍ରକାଶଙ୍କ ସହ ସାକ୍ଷାତକାରରେ ବ୍ୟୁରୋକ୍ରାଟରୁ ବିଜେଡି ନେତା ହେବାର ଯାତ୍ରା ଓ ଅନୁଭୁତିକୁ ବଖାଣିଛନ୍ତି । ଲୋକଙ୍କ ସେବା ପାଇଁ ଡାକିଲା ଅନ୍ତରାତ୍ମା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଜିଲେ ମୁଖ୍ୟ ପ୍ରେରଣା । ବିନା ବାଧାରେ ଲୋକଙ୍କ ପାଖକୁ ଯିବା ପାଇଁ ପ୍ରଶାସନିକ ପଦ ଛାଡିଥିବା ଏଏନଆଇକୁ ପ୍ରଥମ ସାକ୍ଷାତକାରରେ କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ଏକ ଦଶନ୍ଧୀରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀଙ୍କ ସହ କାମ କରିବାରୁ ତାଙ୍କ ଦ୍ବାରା ସେ ଅନୁପ୍ରାଣିତ ହୋଇଛନ୍ତି । ୧୯୯୯ ସୁପର ସାଇକ୍ଲୋନ୍ ଓଡ଼ିଶାକୁ ବିପର୍ଯ୍ୟସ୍ତ କରିଥିଲା । ଚ୍ୟାଲେଞ୍ଜ ନେଇ କାମ କରିବା ପାଇଁ ପଞ୍ଜାବ କ୍ୟାଡର ଛାଡ଼ି ଓଡିଶାକୁ ଆସିଥିଲେ । ସ୍ବାଧୀନ ଭାବେ କାମ କରିବାକୁ ସୁଯୋଗ ମିଳିଥିଲା । ୨୦୦୩ରେ କଳାହାଣ୍ଡି ଉପଜିଲ୍ଲାପାଳ ଥିବା ବେଳେ ନବୀନଙ୍କ ସହ ପ୍ରଥମ ଦେଖା ହୋଇଥିଲା । ପ୍ରଥମ ଦେଖାରେ ପ୍ରଶଂସା କରିଥିଲେ ନବୀନ । 

ଅଧିକ ପଢନ୍ତୁ :ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

କଳାହାଣ୍ଡିର ଚେହେରା ବଦଳିଛି । ମରୁଡ଼ି ଅଞ୍ଚଳର ବ୍ୟାପକ ରୂପାନ୍ତରଣ କରାଯାଇଛି । ଗ୍ରେରୁ ଗ୍ରୀନ୍ ଏରିଆ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୦୦ରେ ଖାଦ୍ୟ ନିଅଣ୍ଟ ରାଜ୍ୟ ଥିବା ଓଡ଼ିଶା ୧୧ ବର୍ଷରେ ଖାଦ୍ୟ ବଳକା ରାଜ୍ୟ ହୋଇଛି । ଲୋକଙ୍କ ପାଇଁ କାମ କରି ପ୍ରୋ ଇନକମ୍ବାନ୍ସି ପାଇଛନ୍ତି ନବୀନ । ସବୁ ନିର୍ବାଚନରେ ବଢୁଛି ଭୋଟ୍ ହାର ବୋଲି କହିଛନ୍ତି କାର୍ତ୍ତିକ ।

ଆଗକୁ ସେ କହିଛନ୍ତି, ଅଫିସରଙ୍କ ଭଲ କାମକୁ ପ୍ରଶଂସା କରନ୍ତି ନବୀନ । ସ୍ବଚ୍ଛ, ଭଲ କାମ କରିଥିଲେ ପଛରେ ଠିଆ ହୁଅନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ମୁଁ ବିଜେଡି ଯୋଗ ଦେଇଛନ୍ତି । ଜିଲ୍ଲା ଗସ୍ତରେ ଯାଇ ଲୋକଙ୍କ ଭଲ ପାଇବା ଦେଖିଛି । ଜନସେବାରେ ନିୟୋଜିତ ହେବାକୁ ରାଜନୀତିକୁ ବାଛିଛି ।

ଅଧିକ ପଢନ୍ତୁ :ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ 

କରୋନା ପରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଲୋକଙ୍କ ଆସିବା କମିଲା । ତେଣୁ ଲୋକଙ୍କ ପାଖକୁ ଗଲା ସିଏମଓ । ଅଧିକାରୀ ଭାବେ ଲୋକଙ୍କ ପାଖକୁ ଯାଇ ହେବନି । ଜନସେବା ପାଇଁ ଅନ୍ତରାତ୍ମା ଡାକିବାରୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଜେଡିରେ ଯୋଗ ଦେଇଥିବା କହିଛନ୍ତି କାର୍ତ୍ତିକ । ଭାଷା ଲୋକଙ୍କ ସହ ଯୋଡ଼ି ହେବାର ମାଧ୍ୟମ । ନବୀନଙ୍କ ଭାଷା ଲୋକଙ୍କ ଭାଷା । ସେ ହୃଦୟରୁ କୁହନ୍ତି, ସ୍ବଚ୍ଛତାକୁ ଭଲ ପାଆନ୍ତି । ଯଦି ଆପଣ ଲୋକଙ୍କ ସମସ୍ୟା ସମାଧାନ କରୁଛନ୍ତି ତେବେ ଭାଷା ବାଧକ ସାଜିବନି । 

ଲୋକେ ଜାଣିବାକୁ ଚାହାନ୍ତି ଆପଣ କେତେ ସ୍ବଚ୍ଛ, କେତେ ଉତ୍ସର୍ଗୀକୃତ । ଲୋକଙ୍କ ଭିତରେ ନେତା ବହୁତ ଲୋକପ୍ରିୟ ହେଲେ କେହି ବିଦ୍ରୋହ କରିପାରିବେନି । ପ୍ୟାରୀମୋହନ ମହାପାତ୍ରଙ୍କ ଖରାପ ସମୟ ଥିଲା ବୋଲି ସେ ବିଦ୍ରୋହ କରିଥିଲେ । ତେବେ ନବୀନଙ୍କ ଲୋକପ୍ରିୟତା ଆଗରେ ହାର ମାନିଲା ବୋଲି ସେ କହିଛନ୍ତି ।

ଅଧିକ ପଢନ୍ତୁ :ସୁସ୍ଥ ଶରୀର ପାଇଁ ସୁସ୍ଥ ଆହାର, ଏହି ୪ଟି ଜିନିଷ ସେବନ କଲେ ଦୂର ହେବ ମଧୁମେହ ସମସ୍ୟା!

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟାରେ ସବୁବେଳେ ଭଲ ସମ୍ପର୍କ ରହିଆସିଛି । ୨୦୧୧ ପରଠୁ ଉଭୟ ପରସ୍ପରକୁ ସମ୍ମାନ ଦେଉଥିବା, ଉଭୟଙ୍କୁ ଜନତା ବିଶ୍ବାସ କରୁଥିବା ଓ ଉଭୟ ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେଉଥିବା ଦେଖିଛନ୍ତି । ବିଜେଡି ଓ ବିଜେପି ମଧ୍ୟରେ ସଂପର୍କକୁ ନେଇ ମଧ୍ୟ ମୁହଁ ଖୋଲିଛନ୍ତି କାର୍ତ୍ତିକ । ମୁଖ୍ୟମନ୍ତ୍ରୀଙ୍କ ପାଇଁ ରାଜ୍ୟ ସ୍ବାର୍ଥ ଆଗ । ସେ କାମରେ ବିଶ୍ବାସ କରନ୍ତି । ରାଜ୍ୟବାସୀଙ୍କ ହିତ ଚିନ୍ତା କରନ୍ତି । ତେବେ ଚାଷୀ ବିଲ୍, ଏନଆରସି ବିଲରେ ବିଜେଡି କେନ୍ଦ୍ରକୁ ସମର୍ଥନ କରି ନଥିଲା ବୋଲି ସେ କହିଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେଉ କି ଏମଜିଏନଆରଇଜିଏରେ ବ୍ୟାଙ୍କ ଆକାଉଣ୍ଟରେ ମଜୁରୀ ଦେବା, ବିଭିନ୍ନ ଚ୍ୟାଲେଞ୍ଜ ସଂପର୍କରେ ସୂଚନା ଦେଇଛନ୍ତି 5T ଅଧ୍ୟକ୍ଷ । ରାଜନୈତିକ କ୍ୟାରିୟରକୁ ବାଜିରେ ଲଗାଇ ଶ୍ରୀମନ୍ଦିର ପ୍ରକଳ୍ପ କାମ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ୧୦ ହଜାର ମନ୍ଦିର ବିକାଶ ସହ ମସଜିଦ, ଚର୍ଚ୍ଚ, ଗୁରୁଦ୍ବାରର ଉନ୍ନତିକରଣ କରାଯାଉଛି । ରାଜ୍ୟରେ ସ୍ପିରିଚୁଆଲ୍ ଗଭର୍ଣ୍ଣାନ୍ସ ଚାଲିଥିବା କହିଛନ୍ତି କାର୍ତ୍ତିକ ।

ଅଧିକ ପଢନ୍ତୁ :କିଡ଼ନୀ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏହି ୫ଟି ଫଳ, ଗମ୍ଭୀର ରୋଗରୁ ବଞ୍ଚିଯିବେ...
 

Share this story