‘ସୋର’ରେ ବିଜେପି ବିଧାୟକ ପ୍ରାର୍ଥୀକୁ ନେଇ ଦ୍ବନ୍ଦ, ନାମାଙ୍କନ ଭରିଲେ ରାଜୁ ଦାସ ଓ ପର୍ଶୁରାମ ଧଡ଼ା
 

who is the real mla candidate of bjp in Soro Assembly constituency in Balasore
BJP ର ଅସଲି ବିଧାୟକ ପ୍ରାର୍ଥୀ କିଏ? ପର୍ଶୁରାମ ନା ରାଜୁ
 

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟ ବିଜେପିର ଟିକେଟ କନ୍ଦଳ ଏଯାଏଁ ବି ସରିଲାନି। ବିଜେପି ପ୍ରାର୍ଥୀ ଘୋଷଣା ଦିନଠୁ ଆରମ୍ଭ ହୋଇଥିବା ‘ମହାନାଟକ’ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ପରେ ବି ଧିମା ପଡିନି। ତେବେ ଏହାରି ମଧ୍ୟରେ ରୋଚକ ହୋଉଛି ସୋର ରାଜନୀତି। ବାଲେଶ୍ବରର ଏହି ଚର୍ଚ୍ଚିତ ଆସନରେ କାହାକୁ ମିଳିଛି ବିଜେପି ଟିକେଟ ତାକୁ ନେଇ ଦ୍ବନ୍ଦ ଦେଖାଦେଇଛି।

ପ୍ରଥମେ ରାଜୁ ଦାସଙ୍କ ଟିକେଟ ମିଳିଥିବା ଘୋଷଣା ହୋଇଥିଲା । କିନ୍ତୁ ସୋର ବିଜେପିରୁ ରାଜୁ ଦାସଙ୍କୁ ଜମାରୁ ଗ୍ରହଣ କଲାନାହିଁ। ଫଳରେ ଦଳ ପାଇଁ ଅବାନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପଟେ ସୋରରେ ଥିବା ବିଜେଡି ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ବିଜେଡି ଟିକେଟ ଦେଇନଥିବାରୁ ସେ ବିଜେପିରେ ସାମିଲ ହୋଇଥିଲେ। 

ଅଧିକ ପଢନ୍ତୁ : କିଡନୀକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି କି ? ତେବେ ପ୍ରତିଦିନ ଖାଆନ୍ତୁ ଏହିସବୁ ଖାଦ୍ୟ

ପର୍ଶୁରାମଙ୍କ ଲୋକପ୍ରିୟତା ହ୍ରାସ ପାଇଥିବାରୁ ତାଙ୍କୁ ବିଜେଡି ଟିକେଟ୍ ଦେଇନଥିବା ଚର୍ଚ୍ଚା ହୋଇଥିଲା। ବିଜେପି କିନ୍ତୁ ରାଜୁ ଦାସଙ୍କୁ ଟିକେଟ୍ ଦେଇ ହରଡ ଘଣାରେ ପଡ଼ିବା ପରେ ପୁଣି ପର୍ଶୁରାମ ଧଡ଼ାଙ୍କୁ ମଧ୍ୟ ନୋମିନେସନ ଫାଇଲ କରିବାକୁ ଗ୍ରୀନ୍ ସିଗନାଲ ଦେଇଥିବା କୁହାଯାଉଛି।

ଅଧିକ ପଢନ୍ତୁ : ନଖରୁ ଜାଣନ୍ତୁ ଆପଣଙ୍କ ଲିଭର୍ ଠିକ୍‌ ଅଛି କି ନାହିଁ ? ନଖର ରଙ୍ଗ ଏସବୁ ଗମ୍ଭୀର ରୋଗର ଦିଏ ସଙ୍କେତ...

ଆଜି ବାଲେଶ୍ବରରେ ପ୍ରଥମେ ରାଜୁ ଦାସ ବିଜେପିରୁ ସୋର ବିଧାନସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ପରେ ପରେ ପର୍ଶୁରାମ ଧଡ଼ା ମଧ୍ୟ ସୋର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ନୋମିନେସନ ଫାଇଲ କରିଛନ୍ତି।ତେବେ ପ୍ରକୃତରେ ବିଜେପି ସୋର ବିଧାନସଭା ଆସନ ପାଇଁ କାହାକୁ ଟିକେଟ ଦେଇଛି ତାହା ଏବେବି ସ୍ପଷ୍ଟ ହୋଇନାହିଁ ।

ଅଧିକ ପଢନ୍ତୁ : ଏହି ୬ ଟି ଖାଦ୍ୟ ବଢ଼ାଉଛି ଡାଇବେଟିସ୍ ହୋଇଯାଆନ୍ତୁ ସାବଧାନ! ନଚେତ୍... 
 

Share this story