କନିଷିରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର, ବିରୋଧୀଙ୍କୁ ଟାର୍ଗେଟ କରି ଏମିତି କହିଲେ କାର୍ତ୍ତିକ ପାଣ୍ଡଆନ
 

Vote For The Ideal Candidate Not a Thief CM Naveen At Kanisi Public Meeting
କନିଷିରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର

ଓଡ଼ିଆ ଗସିପ୍ ବ୍ୟୁରୋ: ଗଞ୍ଜାମ ଜିଲ୍ଲା କନିଷିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର। ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ। କହିଲେ ଆପଣମାନେ ଏତେ ଖରାରେ ଆସିଛନ୍ତି, ବହୁତ ବହୁତ ଧନ୍ୟବାଦ। ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି । 

ସେପଟେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡଆନ ନିଜର ଉଦବୋଧନରେ ବିଜେପିକୁ ଟାର୍ଗେଟ କରିଛନ୍ତି । ୨୦୧୪ରେ ବିଜେପି ଗୋଟିଏ ମେନିଫେଷ୍ଟୋ ଆଣିଥିଲେ ,ଅନେକ କାମ କରିବା କଥା କହିଥିଲେ । ପାଇଥିଲେ ୨୦ରୁ କମ ଆସନ । ୨୦୧୯ରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେଥିରେ ୨୦,୨୧ ସିଟ୍ ପାଇଥିଲେ । ଏଥର ମଧ୍ୟ ସେମାନେ ମେନିଫେଷ୍ଟୋ ଆଣିଛନ୍ତି। ସେଥିରେ କିଛି ହେବାର ନାହିଁ । 

ଅଧିକ ପଢନ୍ତୁ : ନଖରୁ ଜାଣନ୍ତୁ ଆପଣଙ୍କ ଲିଭର୍ ଠିକ୍‌ ଅଛି କି ନାହିଁ ? ନଖର ରଙ୍ଗ ଏସବୁ ଗମ୍ଭୀର ରୋଗର ଦିଏ ସଙ୍କେତ...

ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମେନିଫେଷ୍ଟୋ ଆଣିବେ । ଆପଣ ମାନେ ମୁଖ୍ୟମନ୍ତ୍ରୀଙ୍କ ମେନିଫେଷ୍ଟୋ ପ୍ରତିଶ୍ରୁତିକୁ ଘରେ ଘରେ ପହଞ୍ଚାଇବାର ପ୍ରତିଶ୍ରୁତି ଦିଅନ୍ତୁ । ଅନ୍ୟମାନେ ଯାହା କହିଲେ ବି କିଛି ଫରକ ପଡିବ ନାହିଁ । ଆମ ମୁଖ୍ୟମନ୍ତ୍ରୀ କଥା କମ କୁହନ୍ତି ଅଧିକ କାମ କରନ୍ତି । 

ଅଧିକ ପଢନ୍ତୁ : ବୃଷ ରାଶିରେ ସୂର୍ଯ୍ୟ -ଶୁକ୍ରଙ୍କ ମିଳନ ଯୋଗୁଁ ସୃଷ୍ଟି ହେବ ଶୁକ୍ରାଦିତ୍ୟ ଯୋଗ, ଏହି ୩ ରାଶିଙ୍କ ବଦଳିବ ଭାଗ୍ୟ!

ବିରୋଧୀ ଦଳ ୨୪ ବର୍ଷ ହେଲା ଜଣେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଖୋଜି ପାରିନହାନ୍ତି। କାରଣ ସେମାନଙ୍କ ଡର ଯେ, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ସେମାନଙ୍କ ସିଟ୍ ସଂଖ୍ୟା କମିଯିବ । ମୋର ଅନୁରୋଧ ଆପଣ ମୁଖ୍ୟମନ୍ତ୍ରୀଙ୍କ ମେନିଫେଷ୍ଟୋକୁ ଘରେ ଘରେ ପହଂଚାଇବେ।

ଅଧିକ ପଢନ୍ତୁ : ମନରେ ଦୁଶ୍ଚିନ୍ତା ଓ ଅସ୍ଥିରତା ଦେଖା ଦେବା ସହ ଚିନ୍ତାରେ ବୁଡ଼ି ରହିବେ ଏହି ରାଶି ଲୋକ! ପଢନ୍ତୁ ଏ ସପ୍ତାହର ରାଶିଫଳ
 

 

Share this story