ବୃଷ ରାଶିରେ ସୂର୍ଯ୍ୟ -ଶୁକ୍ରଙ୍କ ମିଳନ ଯୋଗୁଁ ସୃଷ୍ଟି ହେବ ଶୁକ୍ରାଦିତ୍ୟ ଯୋଗ, ଏହି ୩ ରାଶିଙ୍କ ବଦଳିବ ଭାଗ୍ୟ!
 

Shukra Aditya Yoga 2024 these 3 zodiac signs will get more benfits
ଶୁକ୍ରାଦିତ୍ୟ ଯୋଗ, ଏହି ୩ ରାଶିଙ୍କ ବଦଳିବ ଭାଗ୍ୟ!
 

ଓଡ଼ିଆ ଗସିପ୍ ବ୍ୟୁରୋ: ଜ୍ୟୋତିଷ ଶାସ୍ତ୍ର ଆନୁସାରେ ଆସନ୍ତା ୧୪ ତାରିଖ ସକାଳ ୮ଟା ୫୦ ମିନିଟ୍ ସମୟରେ ବୃଷ ରାଶିକୁ ଗ୍ରହ ମାନଙ୍କର ରାଜା ସୂର୍ଯ୍ୟଦେବ ଚଳନ କରିବେ। ୧୯ ତାରିଖରେ ଶୁକ୍ର ମଧ୍ୟ ସେହି ରାଶିକୁ ଗମନ କରିବେ। ଗୋଟିଏ ରାଶିରେ ସୂର୍ଯ୍ୟ -ଶୁକ୍ରଙ୍କ ମିଳନ ଯୋଗୁଁ ଶୁକ୍ରାଦିତ୍ୟ ଯୋଗ ସୃଷ୍ଟି କରୁଛି। 

ଏହି ଯୋଗ ଦିର୍ଘ ୧୦ ବର୍ଷ ପରେ ପଢୁଛି। ଏହି ଦୁଇ ଗ୍ରହଙ୍କ ମିଳନ କିଛି ରାଶିର ଭାଗ୍ୟରେ ବଡ଼ ପରିବରର୍ତ୍ତନ ଆଣିବାକୁ ଯାଉଛି। ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

ଅଧିକ ପଢନ୍ତୁ : ଅଚାନକ୍ “ହୃଦଘାତ” ଆସିଲେ କରିବେ କଣ ? ଜାଣିଲେ ଆପଣ ମଧ୍ୟ ବଞ୍ଚାଇପାରିବେ ଜଣଙ୍କ ଜୀବନ

ବୃଷ: ଶୁକ୍ରାଦିତ୍ୟ ଯୋଗ ବୃଷ ରାଶିକୁ ଶୁଭଫଳ ପ୍ରଦାନ କରିବ। ଏହି ଏବଧି ମଧ୍ୟରେ ଏହି ରାଶିର ବ୍ୟକ୍ତିମାନେ କୌଣସି ଶୁଭ ଖବର ଶୁଣିପାରନ୍ତି। ବିଶେଷ କରି, ବ୍ୟବସାୟୀଙ୍କ ପାଇଁ ସମୟ ଭଲ ରହିବ । କୌଣସି ଏକ ବଡ଼ ଡିଲ୍ ପାଇନାଲ୍  ହୋଇପାରେ। ଯେଉଁଥିରୁ ଆପଣ ଅଧିକ ଲାଭ ମଧ୍ୟ ପାଇବେ। ରୋଜଗାରର ନୂତନ ଉତ୍ସ ସୃଷ୍ଟି ହେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ।  ଅଟକି ଥିବା ଟଙ୍କା ଫେରସ୍ତ ପାଇପାରିବେ। ପୁରୁଣା ରୋଗରୁ ମୁକ୍ତି ପାଇବେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

ଅଧିକ ପଢନ୍ତୁ : ବ୍ରେନ୍ ହାମରେଜ୍ ହେବା ପୂର୍ବରୁ ଶରୀରରେ ଦେଖାଦିଏ ଏସବୁ ସଙ୍କେତ, ଜାଣନ୍ତୁ ସେହି ଲକ୍ଷଣ ବିଷୟରେ 

ମିଥୁନ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ରଦିତ୍ୟ ଯୋଗ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ପୁଣି ଥରେ ଯୋଡି଼ ହେବ।  ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଦିର୍ଘ ଦିନର ଆଶା ପୂରଣ ହେବ। କୌଣସି ଶୁଭ କାର୍ଯ୍ୟ ଆରମ୍ଭ କଲେ ପିତାମାତାଙ୍କ ଆଶୀର୍ବାଦ ନିଅନ୍ତୁ। ସଫଳତା ନିଶ୍ଚିତ ମିଳିବ। ଆଶାୟୀଙ୍କୁ ଭଲ ଚାକିରି ଅଫର ମିଳିପାରେ। କାର୍ଯ୍ୟାଳୟରେ ପଦୋନ୍ନତି ପାଇପାରନ୍ତି। ଆକସ୍ମିକ ଧନଲାଭର ଯୋଗ ରହିଛି। 

ଅଧିକ ପଢନ୍ତୁ : କେମିତି ଜାଣିବେ ହୋଇଛି କି ପେଟ କ୍ୟାନସର ? ହେବା ପୂର୍ବରୁ ଦେଖାଦିଏ ଏସବୁ ଲକ୍ଷଣ 

ସିଂହ: ଶୁକ୍ରାଦିତ୍ୟ ଯୋଗ ସିଂହ ରାଶିଙ୍କ ପାଇଁ ଶୁଭ ଦିନ ଆରମ୍ଭ ହେବାକୁ ଯାଉଛି।  କାହିଁକିନା  ସିଂହ ରାଶିର ଅଧିପତି ହେଉଛନ୍ତି ସୂର୍ଯ୍ୟ। ତେଣୁ ଶୁକ୍ରାଦିତ୍ୟ ଯୋଗ ଏହି ରାଶି ପାଇଁ ବେଶ୍ ମଙ୍ଗଳମୟ ରହିବ। କ୍ୟାରିୟରେ ନେଇ କୌଣସି ଖୁସି ଖବର ମିଳିପାରେ। ପଦୋନ୍ନତି ସହ ଦରମା ବୃଦ୍ଧି ହୋଇପାରେ। ବ୍ୟବସାୟ କରୁଥିବା ଲୋକମାନେ ଲାଭବାନ ହେବେ। ପୁଞ୍ଜି ନିବେଶ ପାଇଁ ସମୟ ଖୁବ୍ ଅନୁକୂଳ ରହିଛି। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବ। ଏହି ସମୟ ମଧ୍ୟରେ ଆପଣ ଏକ ନୂତନ ସମ୍ପତ୍ତି କିଣିପାରିବେ । ପାରିବାରିକ ଜୀବନ ସୁଖମୟ ହେବ । ପୁରୁଣା ବିବାଦରୁ ମୁକ୍ତି ମିଳିବ । ପ୍ରେମୀ ଯୁଗଳଙ୍କ ଲାଗି ସମୟ ବେଶ ଭଲ ରହିବ ।

ଅଧିକ ପଢନ୍ତୁ : ମନରେ ଦୁଶ୍ଚିନ୍ତା ଓ ଅସ୍ଥିରତା ଦେଖା ଦେବା ସହ ଚିନ୍ତାରେ ବୁଡ଼ି ରହିବେ ଏହି ରାଶି ଲୋକ! ପଢନ୍ତୁ ଏ ସପ୍ତାହର ରାଶିଫଳ

( Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ। ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)

Share this story