ଫାଶରେ ପଡ଼ିଛନ୍ତି ପୋଲସରା ବିଧାୟକ: ଶ୍ରୀକାନ୍ତଙ୍କ ଆଉ ୪ ସପ୍ତାହ ରହିଛି ଶନି ଦଶା, ନାରୀ ଦୋଷ ଯୋଗୁଁ କଟିବ ପତ୍ତା

Scandal Fallout: Will Arati Devi Get BJD Ticket Instead of Labour Minister Srikant Sahu in Polsara?

ଓଡ଼ିଆ ଗସିପ୍ ବ୍ୟୁରୋ: ବ୍ୟକ୍ତିଗତ ଜୀବନକୁ ନେଇ ବିବାଦରେ ଫସିବା ପରେ ଏବେ ତାଙ୍କ ଛବି ମଳିନ ପଡ଼ିଛି । ଦଳରେ ବି କୋଣଠେସା ହୋଇଛନ୍ତି । ନାରୀ ସଂଗତ ଦୋଷ କାରଣରେ ସେ ଏବେ ଏକ ପ୍ରକାର ଅଛୁଆଁ ହୋଇ ରହିଛନ୍ତି । ନା ଭୁବନେଶ୍ୱର ଆସୁଛନ୍ତି ନା ପୋଲସରାରେ ରହି ପାରୁଛନ୍ତି । ଗାଁ ଭିତରେ କରିଥିବା ବିଳାସମୟ କୋଠା ନ ହେଲେ ବୃଦ୍ଧା ଆଶ୍ରମରେ ଆଶ୍ରୟ ନେଉଛନ୍ତି ।

ଅଧିକ ପଢ଼ନ୍ତୁ: 'ମୋର ଗୋଟିଏ ୱିକ୍ ପଏଣ୍ଟ ରହିଛି ଏବଂ ତାହା ହେଉଛି କୌଣସି ହିରୋ ମତେ ଛୁଇଁଲେ ମୋର....', ଏପରି ବହୁତ ସିକ୍ରେଟ କଥା କହିଛନ୍ତି ଓଡ଼ିଆ ଆକ୍ଟ୍ରେସ କୁକିଜ୍ ସ୍ୱାଇଁ

ଆଉ ଏବେ ପରିସ୍ଥିତି ଯାହା ଲାଗୁଛି ଏ ବର୍ଷ ଭଲରେ ଭଲରେ କଟିବନି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଦିନ । କାହିଁକି ନା ଦଳର ନେତ୍ରୀ ସଂଯୁକ୍ତା ମହଲା ତାଙ୍କ ବ୍ୟକ୍ତିଗତ ଓ ରାଜନୈତିକ ଜୀବନରେ କଳଙ୍କ ଲଗାଇ ସାରିଛନ୍ତି । ଆଉ ଏବେ ଶ୍ରୀକାନ୍ତଙ୍କ ଚଉକି ଉପରେ ଆଖି ପକାଇଛନ୍ତି ପୂର୍ବତନ ଢୁଙ୍କାପଡ଼ା ସରପଞ୍ଚ ଆରତୀ ଦେବୀ । ବିଧାୟିକା ହେବାକୁ ସେ ଆଶା ରଖିଛନ୍ତି । ଆଉ ଏହା ହିଁ ପ୍ରମାଣିତ କରୁଛି ଏଥର ଶ୍ରୀକାନ୍ତ ସାହୁଙ୍କ କଟିପାରେ ପତ୍ତା । 
ଅଧିକ ପଢ଼ନ୍ତୁ: 'ବନ୍ଧୁତା ଆଳରେ ମତେ ଡାକିଲେ ଆଉ ହୋଟେଲକୁ ନେଇ ମୋ ଇଜ୍ଜତ ଲୁଟିନେଲେ', କାନ୍ଦି କାନ୍ଦି ଏପରି ଅଭିଯୋଗ କଲେ ଅଭିନେତ୍ରୀ

ପୋଲସରା ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ଯେଉଁ ରାଜନୈତିକ ଚିତ୍ର ସାମ୍ନାକୁ ଆସୁଛି ସେଥିରୁ ଗୋଟିଏ କଥା  ହିଁ ସ୍ପଷ୍ଟ ଯେ, ଏଥର ଶ୍ରୀକାନ୍ତ ସାହୁଙ୍କୁ ଦଳ ଭରସାକୁ ନେଇ ପାରିବ ନାହିଁ । କାହିଁକିନା ମହିଳା ଓ ମାଆଙ୍କୁ ସମ୍ମାନ କଥା କହୁଥିବା ବିଜୁ ଜନତା ଦଳ ନିଜ ଛବିକୁ କେବେ ଖରାପ କରିବ ନାହିଁ । ଯେହେତୁ ଶ୍ରୀକାନ୍ତ ସାହୁ ଏବଂ ସଂଯୁକର୍ତା ମହଲାଙ୍କ କଥା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି ତେଣୁ ସେ ଆଉ ଥରେ ଯେ, ଚାନ୍ସ ପାଇବେ କାହିଁ ସେମିକି କିଛି ଭାବି ହେଉନି କି ଆକଳନ କରି ହେଉନି ।

ଅଧିକ ପଢ଼ନ୍ତୁ: କିଏ ଦେଲା ପ୍ରଶାନ୍ତ ଜଗଦ୍ଦେବଙ୍କୁ ପେଟ୍ରୋଲ ପମ୍ପ, ଦେଖନ୍ତୁ ବିଜେପି ସହ ଡିଲ ବେଳର ସାଙ୍ଘାତିକ ଭିଡିଓ...

ବିରୋଧୀଙ୍କ କଥା କହିଲେ, ଏଠାରେ ବିଜେପିର ସଂଗଠନ ଥିଲେ ମଧ୍ୟ ତାହା ନଥିବା ପରି । କଂଗ୍ରେସ କଥା ନ କହିବା ଭଲ । ବିଜେପି ଟକ୍କର ଦେଲେ ମଧ୍ୟ ତାହା ବିଜେଡିକୁ ଫରକ ପଡ଼ିବନି । କାହିଁକିନା ଦଳକୁ ନବୀନ ଏକା ସାହା ଭରସା । 


ଅଧିକ ପଢ଼ନ୍ତୁ: ହୋଟେଲ ଭିତରେ ଚାଲିଥିଲା ଦେହ ବେପାର; ଅଚାନକ ପସିଗଲା ପୋଲିସ, ଆପତ୍ତିଜନକ ସାମଗ୍ରୀ ସହ ୧୩ ଯୁବତୀ ଉଦ୍ଧାର

ଏବେ ଆଲୋଚନା କରିବା ଶ୍ରୀକାନ୍ତ ସାହୁଙ୍କ ପରେ ଯଦି କିଏ ନେତୃତ୍ୱ ନେବ ତେବେ ସେ କିଏ ? ଅଞ୍ଚଳବାସୀଙ୍କ ଗୋଟିଏ ଉତ୍ତର ଆରତୀ ଦେବୀ ଆଉ କିଏ ? ଏହାର କାରଣ ଖୋଜିବାକୁ ଅନେକ ଉତ୍ତର ଆସିବ । ସେ ବି ଜଣେ ବିଜେଡିର ଆଗଧାଡ଼ିର ନେତ୍ରୀ । ସେ ବି ପ୍ରତ୍ୟକ୍ଷ ରାଜନୀତିରେ ନିଜ ଭବିଷ୍ୟତ ଗଢ଼ି ସାରିଛନ୍ତି ।

ଅଧିକ ପଢ଼ନ୍ତୁ: ଫେସବୁକ୍ ପର୍ଣ୍ଣ ଭିଡିଓ କବଳରେ ୟୁଜର୍, ସଂଧ୍ୟା ଗଡ଼ିଲେ ମାଳ ମାଳ ପର୍ଣ୍ଣ ଭିଡିଓ
 

ଏବେ ରାଜଧାନୀରେ ଉଠବସ ବି ଆରମ୍ଭ କରିଦେଲେଣି । ଦଳର ଭାଇଜାନଙ୍କ ସହ ବି କୁଆଡ଼େ ଭଲ ସମ୍ପର୍କ ଓ ଗୁଡ୍ ବୁକରେ ଅଛନ୍ତି ତେଣୁ ଆଶା କରାଯାଇପାରେ ଯେ, ପୋଲସରା ବିଧାନସଭା ମଣ୍ଡଳୀରେ କ୍ଷମତା ହସ୍ତାନ୍ତର ପ୍ରକ୍ରିୟାରେ କୌଣସି ବାଧା ସୃଷ୍ଟି ହେଲେ ବିଦ୍ରୋହ ରୂପ ନେଇ ପାରେ । 
 

Share this story