କଂଗ୍ରେସ ବେଦୀରେ ବିଜେଡି ଓ ବିଜେପିର ବାହାଘର ! ହାତଗଣ୍ଠି ପକାଇଲା ବ୍ରାହ୍ମଣ...
 

Congress Performs Marriage Ceremony Of BJD And BJP In Bhubaneswar
ବିଜେଡି-ବିଜେପି ବାହାଘର 
 

ଓଡ଼ିଆ ଗସିପ୍ ବ୍ୟୁରୋ: ବିଜେପି ବରକୁ ବିଜେଡି କନିଆଁ, ବେଦୀରେ ମନ୍ତ୍ର ଉଚ୍ଚରଣ ସହ ବର କନ୍ୟାଙ୍କର ପଡିଥିଲା ହାତଗଣ୍ଠି, ବାଣ ସାଙ୍ଗକୁ ଡିଜେ ତାଳେ ତାଳେ ନାଚୁଥିଲେ ବରଯାତ୍ରୀ । ତେବେ ଆପଣ ଭାବୁଥିବେ ଏହା ଏକ ସତ ସତିକା ବାହାଘର କିନ୍ତୁ ଏହା ଥିଲା କଂଗ୍ରେସର ଏକ ପଲିଟିକାଲ୍ ଷ୍ଟଣ୍ଟ୍ । ହଁ ଆଜ୍ଞା ଆଜି ମାଷ୍ଟରକ୍ୟାଣ୍ଟିନ୍ ଛକରେ ବିଜେପିକୁ ବର ଏବଂ ବିଜେଡିକୁ କନିଆଁ ବେଶରେ ସଜେଇ ଏମିତି ବାହାଘର କରିଥିଲା ରାଜ୍ୟ କଂଗ୍ରେସ ।

ବିଜେଡି-ବିଜେପି ଭିତରେ ପକାଇଲା ହାତଗଣ୍ଠି। ବିଜେଡି-ବିଜେପି ମଧ୍ୟରେ ଭିତିରି ସମ୍ପର୍କ ଥିବା ଚର୍ଚ୍ଚା ଭିତରେ କଟାକ୍ଷ କରି, ଏମିତି ଏକ ନିଆରା ରଣନୀତି ଆପଣାଇବାକୁ ଯୋଜନା କରିଛି କଂଗ୍ରେସ। ଯୋଜନା ଅନୁସାରେ କଂଗ୍ରେସ ଭବନରେ ପ୍ରତୀକାତ୍ମକ ଭାବେ ଧୂମଧାମରେ ବିଜେଡି ଓ ବିଜେପିର ବାହାଘର । 

ଅଧିକ ପଢନ୍ତୁ : ଶୀତଦିନେ ସେକ୍ସ କରିବାକୁ ଅଧିକ ଇଚ୍ଛା ହୁଏ କାହିଁକି? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ

ସାହାନାଇ ବାଜିବା ସହ ଜନତା ସାଜିବେ ଅତିଥି ଓ ବରଯାତ୍ରୀ ଦଳରେ ସାମିଲ ଥିଲେ ରାଜ୍ୟ ପ୍ରଭାରୀ ଡ. ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସଭାପତି ଜୟଦେବ ଜେନା, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ପ୍ରମୁଖ। ଭୋଜିଭାତର ବି ଆୟୋଜନ କରାଯାଇଛି। ଏପରିକି ଏଥିଲାଗି ବାହାଘର ନିମନ୍ତ୍ରଣ କାର୍ଡ ବି ପ୍ରସ୍ତୁତ କରାଯାଇଛି।

ଅଧିକ ପଢନ୍ତୁ : ସ୍ବାସ୍ଥ୍ୟ ସମସ୍ୟା ଉପୁଜିବା ସହ ପରିବାରରେ ତିକ୍ତତା ଦେଖାଦେବ, ଜାଣନ୍ତୁ କେମିତି କଟିବ ଏହି ସପ୍ତାହ, ପଢନ୍ତୁ ସାପ୍ତାହିକ ରାଶିଫଳ…

ସ୍ୱତନ୍ତ୍ର ଭାବେ ବ୍ରାହ୍ମଣ ସେମାନଙ୍କୁ ବିବାହ କରାଇବା ସହ ହାତଗଣ୍ଠି ଫିଟାଇଥିଲେ ଓ ବିଜେପି ଓ ବିଜେଡି ମୁଖାଧାରୀ ବର କନ୍ୟା ଉଭୟଙ୍କୁ ଫୁଲମାଳ ପିନ୍ଧାଇଥିଲେ । ଶ୍ରୀ ନଓ୍ୱାଜ କହିଛନ୍ତି ଯେ ବିଜେଡ଼ି ଓ ବିଜେପି ସବୁ ନିଷ୍ପତିରେ ଏକ । କେବଳ ଲୋକଙ୍କୁ ଦେଖାଇବା ପାଇଁ ବିଧାନସଭାରେ କଳିର ଡ୍ରାମା କରନ୍ତି । କିନ୍ତୁ ଲୋକସଭାରେ ଏମାନଙ୍କର ଭୂମିକା ସ୍ଵାମୀ ସ୍ତ୍ରୀ ପରି ।

ଅଧିକ ପଢନ୍ତୁ : କେଉଁ କାରଣ ପାଇଁ ଗୋଡ଼ ବିନ୍ଧେ? ଜାଣିଲେ ଆଶ୍ଚର୍ଯ୍ୟ ହେବେ...

୨୦୧୯ ପରଠାରୁ ରାଜ୍ୟରେ କ୍ଷମତାରେ ଥିବା ବିଜେଡି କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଲକୁ ସମର୍ଥନ କରି ଆସିଛି। ଯେତେବେଳେ ବିରୋଧୀ କେନ୍ଦ୍ର ସରକାରକୁ ଅଡୁଆରେ ପକାଇବାର ଆଶଙ୍କା ସୃଷ୍ଟି ହୋଇଛି, ସେତେବେଳେ ବିଜେଡି, ପାଖରେ ଛିଡ଼ା ହୋଇଛି। କେବଳ ଏତିକି ନୁହେଁ ଉଭୟ ଦଳର ନେତା ପରସ୍ପରକୁ ପ୍ରଶଂସା କରିଛନ୍ତି। ଯାହାକୁ ନେଇ ଦୁଇ ଦଳର ନେତା, କର୍ମୀଙ୍କଠାରୁ ଆରମ୍ଭ କରି ଜନତା, ସମସ୍ତେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। 

ଆଉ ଏହାକୁ ନେଇ ବିରୋଧୀ କଂଗ୍ରେସ ବିଜେଡି-ବିଜେପିକୁ ଘେରି ଆସିଛି। ଦୁଇ ଦଳ ମଧ୍ୟରେ ଭିତିରି ବୁଝାମଣା ଥିବା ଅଭିଯୋଗ କରି ଆସିଛି। ହେଲେ କଂଗ୍ରେସର ଏଭଳି ଅଭିଯୋଗକୁ ବିଜେଡି ଓ ବିଜେପି ଖଣ୍ଡନ କରିଛନ୍ତି । ଏହା ଭିତ୍ତିହୀନ ବୋଲି କହିଛନ୍ତି।

ଅଧିକ ପଢନ୍ତୁ :ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 
 

Share this story