ଦଳ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲେ BJD ସୁପ୍ରିମୋ ନବୀନ, ଜାଣନ୍ତୁ କେଉଁଠାରୁ ଲଢ଼ିବ କିଏ?
 

CM Naveen Patnaik announces first phase of BJD list
ଘୋଷଣା ହେଲା BJD ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଓଡ଼ିଆ ଗସିପ୍ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ। ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।

ଲୋକସଭା ପାଇଁ ସମ୍ବଲପୁରରୁ ପ୍ରଣବ ପ୍ରକାଶ ଦାସ, କଳାହାଣ୍ଡିରୁ ଲମ୍ବୋଦର ନିଆଲ, ସୁନ୍ଦରଗଡ଼ରୁ ଦିଲୀପ ତିର୍କୀ, ମୟୂରଭଞ୍ଜରୁ ସୁଦାମ ମାରାଣ୍ଡି, କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତି, ନବରଙ୍ଗପୁରରୁ ପ୍ରଦୀପ ମାଝୀ, ଭୁବନେଶ୍ବରରୁ ମନ୍ମଥ ରାଉତରାୟ, କୋରାପୁଟରୁ କୌଶଲ୍ୟା ହିକାକା, ଆସିକାରୁ ରଂଜିତା ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିଛି।

ସେହିପରି ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ବିଜୁ ଜନତା ଦଳ ବିଷମ କଟକରୁ ଜଗନ୍ନାଥ ସାରକା,ଗୁଣୁପୁରରୁ ରଘୁନାଥ ଗମାଙ୍ଗ,ରାୟଗଡାରୁ ଅନୁସୂୟା ମାଝୀ,ବରଗଡରୁ ଦେବେଶ ଆଚାର୍ଯ୍ୟ, ବିଜେପୁରରୁ ରୀତା ସାହୁ, ଅତାବିରାରୁ ସେହ୍ନାଙ୍ଗିନୀ ଛୁରିଆ, ଭଟଲିରୁ ସୁଶାନ୍ତ ସିଂ, ଜଳେଶ୍ୱରରୁ ଅଶ୍ୱିନୀ କୁମାର ପାତ୍ର, ବସ୍ତାରୁ  ସୁବାସିନୀ ଜେନା, ଭଣ୍ଡାରୀପୋଖରୀରୁ ସଞ୍ଜୀବ ମଲ୍ଲିକ, ଭଦ୍ରକରୁ ପ୍ରଫୁଲ ସାମଲ, ବାସୁଦେବପୁରରୁ ବିଷ୍ମୁବତ୍ର ରାଉତରାୟ, ଧାମନଗରରୁ ଡକ୍ଟର ସଞ୍ଜୟ କୁମାର ଦାସ, ଚାନ୍ଦବାଲିରୁ ବ୍ୟୋମକେଶ ରାୟଙ୍କୁ ପ୍ରାର୍ଥୀ କରିଛି।

ଆଧିକ ପଢନ୍ତୁ: ସିଜରିଆନ୍ ଜନ୍ମର କେତେ ଦିନ ପରେ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ? ଜାଣି ନାହାନ୍ତି ଯଦି ନିହାତି ଜାଣନ୍ତୁ 

ସେହିପରି ବିଞ୍ଝାରପୁରରୁ ପ୍ରମିଳା ମଲ୍ଲିକ, ଧର୍ମଶାଳାରୁ ପ୍ରଣବ ବଳବନ୍ତରାୟ, ଯାଜପୁରରୁ  ସୁଜାତା ସାହୁ, ସୁକିନ୍ଦାରୁ ପ୍ରୀତିରଞ୍ଜନ ଘଡେଇ, ଢେଙ୍କାନାଳରୁ ସୁଧୀର ସାମଲ, କାମାକ୍ଷାନଗରରୁ  ପ୍ରଫୁଲ କୁମାର ମଲ୍ଲିକ, ପରଜଙ୍ଗରୁ ନୃସିଂହ ସାହୁ, ପାଲଲହଡାରୁ  ମୁକେଶ ପାଲ,ଛେଣ୍ଡିପଦାରୁ  ସୁଶାନ୍ତ କୁମାର ବେହେରା,ସୋନପୁରରୁ  ନିରଞ୍ଜନ ପୂଜାରୀ, ଲୋଇସିଂହାରୁ ନିହାର ରଞ୍ଜନ ବେହେରା, ପାଟଣାଗଡରୁ ସରୋଜ ମେହେର, ବଲାଙ୍ଗୀରରୁ  କଳିକେଶ ନାରାୟଣ ସିଂହଦେଓଙ୍କୁ ବିଜେଡି ପ୍ରାର୍ଥୀ କରିଛି।

ସେହିଭଳି ଟିଟିଲାଗଡରୁ ଟୁକୁନି ସାହୁ, ନୂଆପଡାରୁ ରାଜେନ୍ଦ୍ର ଢୋଲକିଆ, ଉମରକୋଟରୁ ନବୀନା ନାୟକ, ଝରିଗାଁରୁ ରମେଶ ଚନ୍ଦ୍ର ମାଝୀ, ନବରଙ୍ଗପୁରରୁ କୌଶଲ୍ୟା ପ୍ରଧାନୀ, ଡାବୁଗାଁରୁ ମନୋହର ରନ୍ଧାରୀ, ଲାଞ୍ଜିଗଡରୁ ପ୍ରଦୀପ କୁମାର ଦିଶାରୀ, ଜୁନାଗଡରୁ ଦିବ୍ୟଶଙ୍କର ମିଶ୍ର,ଧର୍ମଗଡରୁ ପୁଷ୍ପେନ୍ଦ୍ର ସିଂ ଦେଓ, ଭବାନୀପାଟଣାରୁ ଲତିକା ନାୟକ, ଜି ଉଦୟଗିରିରୁ ସାଲୁଗା ପ୍ରଧାନ, କଣ୍ଟାମାଳରୁ ମହିଧର ରଣା, ବୌଦ୍ଧରୁ ପ୍ରଦୀପ କୁମାର ଅମାତଙ୍କୁ ବିଜେଡି ପ୍ରାର୍ଥୀ କରିଛି।

ଆଧିକ ପଢନ୍ତୁ: ଦ୍ବିତୀୟ ସନ୍ତାନ ପାଇଁ କରୁଛନ୍ତି କି ପ୍ଲାନ? ଜାଣନ୍ତୁ ସଠିକ୍ ସମୟ ବ୍ୟବଧାନ କେତେ ରହିବା ଉଚିତ୍

ଅନ୍ୟପଟେ ବଡମ୍ବାରୁ ଦେବୀ ପ୍ରସାଦ ମିଶ୍ର, ବାଙ୍କୀରୁ ଦେବୀରଞ୍ଜନ ତ୍ରିପାଠୀ, ଆଠଗଡରୁ ରଣେନ୍ଦ୍ର ପ୍ରତାପ ସ୍ୱାଇ, କଟକ ଚୌଦାରରୁ ସୌଭିକ ବିଶ୍ୱାଳ, ନିଆଳିରୁ ପ୍ରମୋଦ ମଲ୍ଲିକ, କଟକ ସଦରରୁ ଚନ୍ଦ୍ରସାରଥୀ ବେହେରା, ପାଟକୁରାରୁ ଅରବିନ୍ଦ ମହାପାତ୍ର,ଆଳିରୁ ପ୍ରତାପ ଦେବ, ରାଜନଗରରୁ ଧ୍ରୁବ ସାହୁ, ମହାକାଳପଡାରୁ ଅତନୁ ସବ୍ୟସାଚ୍ଚୀ ନାୟକ, ପୁରୀରୁ ସୁନୀଲ ମହାନ୍ତି, ବ୍ରହ୍ମଗିରିରୁ ଉମାକାନ୍ତ ସାମନ୍ତରାୟ, ସତ୍ୟବାଦୀରୁ ସଞ୍ଜୟ ଦାସବର୍ମା, ପିପିଲିରୁ ରୁଦ୍ର ପ୍ରସାଦ ମହାରଥୀ, ଜଟଣୀରୁ ବିଭୂତି ବଳବନ୍ତରାୟ, ରଣପୁରରୁ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲାରୁ ରମେଶ ଚନ୍ଦ୍ର ବେହେରା, ନୟାଗଡରୁ ଅରୁଣ ସାହୁଙ୍କୁ ପ୍ରାର୍ଥୀ କରାଯାଇଛି।

ସେହିପରି ଭଞ୍ଜନଗରରୁ ବିକ୍ରମ କେଶରୀ ଆରୁଖ, ପୋଲସରାରୁ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗରରୁ ଲତିକା ପ୍ରଧାନ, ଛତ୍ରପୁରରୁ ସୁବାଷ ଚନ୍ଦ୍ର ବେହେରା, ସୋରଡାରୁ  ସଂଘମିତ୍ରା ସ୍ୱାଇଁ, ହିଞ୍ଜିଳିରୁ ନବୀନ ପଟ୍ଟନାୟକ, ଗୋପାଳପୁରରୁ ବିକ୍ରମ କୁମାର ପଣ୍ଡା, ଦିଗପହଣ୍ଡିରୁ ବିପ୍ଲବ ପାତ୍ର, ଚିକିଟିରୁ ଚିନ୍ମୟ ନନ୍ଦ ଶ୍ରୀରୂପଦେବ, କୋଟପାଡରୁ ଚନ୍ଦ୍ରଶେଖର ମାଝୀ, କୋରାପୁଟରୁ ରଘୁରାମ ପୋଡାଲ, ମାଲକାନଗିରିରୁ ମାନସ ମାଡକାମୀ, ଘଶୀପୁରରୁ ବଦ୍ରିନାରାୟଣ ପାତ୍ର, ପାଟଣାରୁ ଜଗନ୍ନାଥ ନାୟକଙ୍କୁ ବିଜେଡି ଟକେଟ ଦେଇଛି।

ଆଧିକ ପଢନ୍ତୁ : ବିଜେଡିରେ ମିଶିଲେ କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ

Share this story