ଆପଣଙ୍କ ସାଙ୍ଗରେ ଯିଏ ଦିନରାତି ଛିଡ଼ା ହେବେ ତାଙ୍କୁ ଆଶୀର୍ବାଦ କରନ୍ତୁ, ଟୁରିଷ୍ଟଙ୍କୁ ନୁହେଁ: କାର୍ତ୍ତିକ ପାଣ୍ଡିଆନ୍
 

Bless those who stand with you everytime not tourists said kartik pandian
ସୁଖଦୁଃଖରେ ଯିଏ ରହିବେ ସେମାନଙ୍କୁ ଆଶୀର୍ବାଦ କରନ୍ତୁ
 

ଓଡ଼ିଆ ଗସିପ୍ ବ୍ୟୁରୋ: ବଡ଼ମ୍ୱା ଓ ବାଙ୍କୀରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର।  ଯିଏ ଆପଣଙ୍କ ସାଙ୍ଗରେ ଦିନରାତି ଛିଡ଼ା ହେବେ, ସୁଖଦୁଃଖରେ ରହିବେ ସେମାନଙ୍କୁ ଆଶୀର୍ବାଦ କରନ୍ତୁ, ଟୁରିଷ୍ଟଙ୍କୁ ନୁହେଁ ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।

ଜୁନ ୯ ତାରିଖରେ ୧୧.୩୦ରୁ ଅପରାହ୍ନ ୧ ଘଣ୍ଟା ମଧ୍ୟରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇ ଆପଣଙ୍କ ସେବା କରିବା ପାଇଁ ଦାୟିତ୍ୱ ନେବେ। ପ୍ରଥମ ଦସ୍ତଖତରେ ବିଜୁଳି ବିଲ୍‍ ଛାଡ଼ କରି ୯୦ ପ୍ରତିଶତ ପରିବାରଙ୍କୁ ଉପକୃତ କରିବ। ଭୋଟ ଦିନ ବିପୁଳ ସଂଖ୍ୟାରେ ଆସି ଭୋଟ ଦିଅନ୍ତୁ। ଆପଣ ବିଜୁଳି ପାଇବେ, ବିରୋଧୀ କରେଣ୍ଟ ପାଇବେ।

ବିଜେପି କହୁଛି ମାଗଣା ବିଜୁଳି ଦେବ, ୪୦/୫୦ ହଜାର ଟଙ୍କା ଖର୍ଚ୍ଚ କରି ଆପଣ ସୋଲାର ପ୍ୟାନେଲ ଲଗାଇବେ। ସୂର୍ଯ୍ୟ କିରଣରୁ ବିଜୁଳି ମିଳିବ। ଦିନରେ ଲଣ୍ଠନ ଦେଖାଉଛନ୍ତି ବିଜେପି ।ବିରୋଧୀ ଆସିଲେ ପଚାରିବେ, କହିଥିଲେ ଦର ଦାମ୍‍ କମିବ, ଏଲ୍‍.ପି.ଜି. ପେଟ୍ରୋଲ, ଡିଜେଲ ଦର କମିଲା କି ? ରୋଜଗାର ଦେଲେ କି ?

ଅଧିକ ପଢନ୍ତୁ : ଏହି ୬ ଟି ଖାଦ୍ୟ ବଢ଼ାଉଛି ଡାଇବେଟିସ୍ ହୋଇଯାଆନ୍ତୁ ସାବଧାନ! ନଚେତ୍... 

ଏଥିସହ ବଡ଼ମ୍ୱା ବିଧାୟକ ପ୍ରାର୍ଥୀ ଦେବୀ ବାବୁ ଓ ସାଂସଦ ପ୍ରାର୍ଥୀ ସଂତୃପ୍ତ ବାବୁଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଶକ୍ତି ଦିଅନ୍ତୁ। କାମ କରିବାକୁ ସୁଯୋଗ ଦିଅନ୍ତୁ, ସଂତୃପ୍ତ ବାବୁ ବଡ଼ ଚାକିରି ଛାଡ଼ି ଆସିଛନ୍ତି ଆପଣଙ୍କ ସେବା ପାଇଁ ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ଶିଳ୍ପ କ୍ଷେତ୍ରରେ ବହୁ ଅଭିଜ୍ଞତା ରହିଛି। ଦେବୀ ବାବୁ ଆପଣଙ୍କ ଅଞ୍ଚଳର ଜଣେ ଜନପ୍ରିୟ ପରିଶ୍ରମୀ ନେତା। ଦୁଇଜଣଙ୍କ ଜରିଆରେ ବଡ଼ମ୍ୱା-ନରସିଂହପୁରର ବହୁତ ବିକାଶ ଘଟିଛି।

ବଡ଼ମ୍ୱା ନିର୍ବାଚନ ମଣ୍ଡଳୀରେ ମନ୍ଦିର ବିକାଶ ପାଇଁ ସବୁଠୁଁ ଅଧିକ ଟଙ୍କା ଦିଆଯାଇଛି। ମାଆ ଭଟ୍ଟାରିକା ମନ୍ଦିର ବିକାଶ ପାଇଁ ୮.୫୦ କୋଟି ଟଙ୍କା, ମାଆ ପ୍ରଗଳା ପୀଠର ବିକାଶ ପାଇଁ ୫.୩୦ କୋଟି ଟଙ୍କା, ସିଂହନାଥ ପୀଠର ବିକାଶ ପାଇଁ ୫.୩୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ୧୪୦ କୋଟି ଟଙ୍କାରେ ଗୋପୀନାଥପୁର-ବୈଦେଶ୍ୱର ଟି-ବ୍ରିଜ୍‍ ନିର୍ମାଣ । ବଡ଼ମ୍ୱାରେ ପିଇବା ପାଣି ସମସ୍ୟା ଦୂର ହେବ। ନବୀନ ବାବୁ ଥିବା ପର୍ଯ୍ୟନ୍ତ କାହା ସହିତ ଅନ୍ୟାୟ ହେବାକୁ ଦେବେ ନାହିଁ। ଏଥିସହ ବଡ଼ମ୍ୱା-ନରସିଂହପୁର ବିକାଶର ହିସାବ ଦେଇଥିଲେ କାର୍ତ୍ତିକ ପାଣ୍ଡିଆନ।

ସେହିପରି, ବାଙ୍କୀରେ ପ୍ରଚାର ବେଳେ ପାଣ୍ଡିଆନ ବିଜେଡି ସାଂସଦ ପ୍ରାର୍ଥୀ ଏବଂ ବିଧାୟକ ପ୍ରାର୍ଥୀଙ୍କ ପାଇଁ  ଭୋଟ ମାଗିଥିଲେ । ସେଠାରେ ମଧ୍ୟ କହିଥିଲେ ଯେ, ନିର୍ବାଚନ ଆସିଲେ ବଡ ବଡ ନେତାମାନେ ଆସିବେ। ଟୁରିଷ୍ଟ ଭଳିଆ ସେମାନେ ଆସିବେ, ପଳେଇବେ। ୫ ବର୍ଷ ଖୋଜିବେ ପାଇବେ ନାହିଁ । ହେଲେ ବିଜେଡିର ଦୁଇ ପ୍ରାର୍ଥୀଙ୍କୁ ବନ୍ଧୁ ବୋଲି କହି, ଏ ଦୁଇ ଜଣ ବନ୍ଧୁ ୨୪ ଘଣ୍ଟା ଆପଣଙ୍କ ପାଇଁ କାମ କରିବେ ବୋଲି କହିଥିଲେ ପାଣ୍ଡିଆନ୍। 

ଅଧିକ ପଢନ୍ତୁ : କିଡନୀକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି କି ? ତେବେ ପ୍ରତିଦିନ ଖାଆନ୍ତୁ ଏହିସବୁ ଖାଦ୍ୟ

ଏଥିସହିତ ନୂଆ ଓଡିଶାରେ ବାଙ୍କୀ ନିର୍ବାଚନ ମଣ୍ଡଳୀ ଗୋଟେ ବହୁତ ସ୍ୱତନ୍ତ୍ର ପରିଚୟ ପାଇବ । ନୂଆ ଓଡିଶାରେ ପାଦ ପଡୁଛି, ବାଙ୍କୀ ମାଟିରେ ମେଟ୍ରୋ ରେଳ ଆସୁଛି ବୋଲି ପାଣ୍ଡିଆନ୍ କହିଛନ୍ତି । ମୁଖ୍ୟମନ୍ତ୍ରୀ ଓଡିଶାକୁ ଶହେ ବର୍ଷକୁ ଆଗକୁ ନେଇ, ନମ୍ବର ଏକ କରିବାକୁ ଦିନ ରାତି ଖଟୁଛନ୍ତି । ହେଲେ ବିଜେପିର ମାନିଫେଷ୍ଟୋ କିନ୍ତୁ ଓଡିଶାକୁ ୨୫ ବର୍ଷ ପଛକୁ ନେଇଯିବ। 

୨୫ ତାରିଖ ଭୋଟରେ ଆପଣମାନେ ଦେଖେଇବେ। ୨୫ ବର୍ଷ ପଛକୁ ଯିବାର ଅଛି କି, ୨୫ ବର୍ଷ ଆଗକୁ ଯିବାର ଅଛି । ଏଥିସହିତ ଓଡିଶା ଦୌଡିବ, ଆଗୁଆ ରାଜ୍ୟ ହେବ। ବାଙ୍କୀ ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ପାଇବ ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।

ଅଧିକ ପଢନ୍ତୁ : ରାହୁଙ୍କ ନକ୍ଷେତ୍ର ପରିବର୍ତ୍ତନ ଯୋଗୁଁ ସତର୍କ ରୁହନ୍ତୁ ଏହି ୬ ରାଶି, ନଚେତ୍ ହେବ ବଡ କ୍ଷତି!
 

Share this story