ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୯୦% ବିଧାନସଭା ଆସନରେ ଜିତୁଛି ବିଜେଡି, ବିଜେପି ନେତା ବିବ୍ରତ ଓ ହତୋତ୍ସାହିତ
 

BJD wins 90 percent assembly seats in first phase odisha bjp is discouraged bjd said
ଓଡିଶା ବିଜେପି ନେତା ବିଚଳିତ ଆଉ ବିବ୍ରତ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜୁ ଜନତା ଦଳ ୪ରୁ ୪ ଲୋକସଭା ଆସନ ଏବଂ ୨୮ଟି ବିଧାନସଭା ଆସନରୁ ୯୦ ପ୍ରତିଶତ ଆସନରେ ବାଜିମାତ୍‌ କରିବାକୁ ଯାଉଛି। ଏକଥା ଜାଣିଲା ପରେ ଓଡିଶା ବିଜେପି ନେତା ବିଚଳିତ ଆଉ ବିବ୍ରତ ହୋଇ ପଡିଛନ୍ତି । ବ୍ୟତିବ୍ୟସ୍ତ ହୋଇ, ହତୋତ୍ସାହିତ କର୍ମୀଙ୍କ ମନୋବଳ ବଢାଇବାକୁ ୫ ନେତା ଏକାଠି ହୋଇ ସାମ୍ବାଦିକ ସମ୍ମିଳନୀ କରିଥିଲେ। 

ହେଲେ ସେମାନଙ୍କର ମୁହଁ ଶୁଖିଯାଇଥିଲା, ଏଥିରୁ ଜଣାପଡୁଥିଲା, ତାଙ୍କର ମନୋବଳ କେତେ ତଳେ ରହିଛି ବୋଲି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।

ଅଧିକ ପଢନ୍ତୁ : ନଖରୁ ଜାଣନ୍ତୁ ଆପଣଙ୍କ ଲିଭର୍ ଠିକ୍‌ ଅଛି କି ନାହିଁ ? ନଖର ରଙ୍ଗ ଏସବୁ ଗମ୍ଭୀର ରୋଗର ଦିଏ ସଙ୍କେତ...

ସେହିପରି, ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ପଟ୍ଟନାୟକ କହିଥିଲେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଏକାମ୍ର ପ୍ରକଳ୍ପକୁ ବନ୍ଦ କରିବା ପାଇଁ ସାଢେ ୪ କୋଟି ଓଡିଶାବାସୀଙ୍କ ସାମ୍ନାରେ ଯେଉଁ ଡ୍ରାମା ଉଭୟ ଅପରାଜିତା ଷଡଙ୍ଗୀ ଏବଂ ଧର୍ମେନ୍ଦ୍ର ପ୍ରଧାନ କରିଥିଲେ, ସେକଥା କେହି ଭୁଲିନାହାନ୍ତି। ଉଭୟେ ପ୍ରକଳ୍ପକୁ ସବୁ ସ୍ତରରେ ବିରୋଧ କରିଥିଲେ। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେକ୍ଷଣ ସଂସ୍ଥା ବା ଏଏସଆଇ, ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷ ବା ଏନଏମଏ ପାଖରେ କାମକୁ ଅଟକାଇବା ପାଇଁ ସମସ୍ତ ପ୍ରକାରର ଚକ୍ରାନ୍ତ ଓ ଷଡଯନ୍ତ୍ର କରିଥିଲେ।

ପରବର୍ତ୍ତୀ ସମୟରେ ନିଜର କିଛି ଅନୁଗତଙ୍କ ଜରିଆରେ ମାମଲାକୁ ସୁପ୍ରିମକୋର୍ଟ ନେଇଥିଲେ। ନାମୀଦାମୀ ଓକିଲ ଲଗାଇଥିଲେ। ହେଲେ ସବୁ ବାଧାବିଘ୍ନ ପରେ ବି ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢିଥିଲା। ସେ ଆହୁରି ମଧ୍ୟ କହିଥିଲେ, ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ସେ ଏହି ପ୍ରକଳ୍ପକୁ ବିରୋଧ କରୁଥିଲେ। 

ଅଧିକ ପଢନ୍ତୁ : ଏହି ୬ ଟି ଖାଦ୍ୟ ବଢ଼ାଉଛି ଡାଇବେଟିସ୍ ହୋଇଯାଆନ୍ତୁ ସାବଧାନ! ନଚେତ୍... 

ପ୍ରକଳ୍ପ କାର୍ଯ୍ୟ କରିବାର ନଥିଲା ବୋଲି ସେ ସ୍ପଷ୍ଟ ମତ ରଖିଥିଲେ। ବିଜେଡି ଯେତେବେଳେ ଆହ୍ୱାନ ଦେଲା, ନିର୍ବାଚନ ଇସ୍ତାହାରରେ ରଖନ୍ତୁ ଯେ ସେମାନେ ପରିକ୍ରମା ପ୍ରକଳ୍ପ ବନ୍ଦ କରିଦେବେ, ତାପରେ ଓଡିଶା ବିଜେପିର ନେତା କଥା ବଦଳାଇବା ଆରମ୍ଭ କରିଛନ୍ତି। ଆଉ ସେକଥା ଉଠାଉନାହାନ୍ତି। ଏବେ ସାମ୍ବାଦିକ ସମ୍ମିଳନୀ କରି କହୁଛନ୍ତି, ସେମାନେ ପରିକ୍ରମା ପ୍ରକଳ୍ପକୁ ସମର୍ଥନ କରୁଥିଲେ। 

ଏଭଳି ଦୋମୁହାଁ ଚରିତ୍ର ଦେଖି ଓଡିଶାବାସୀ ହସିବା ଆରମ୍ଭ କଲେଣି। ପ୍ରତି ୧୫ ଦିନରେ ମତ ବଦଳାଇ ସେମାନେ ନିଜର ସୁବିଧା ଅନୁସାରେ କଥା କହୁଛନ୍ତି। ଭୁଲି ଯାଉଛନ୍ତି, ତାଙ୍କର ପ୍ରତିଟି ବୟାନ ଗଣମାଧ୍ୟମରେ ପ୍ରଦର୍ଶିତ ହୋଇଛି। ଦୟାକରି ମିଛ କହି ଲୋକଙ୍କୁ ବିଭ୍ରାନ୍ତି କରିବାରୁ ଦୂରେଇ ରୁହନ୍ତୁ।

ଅଧିକ ପଢନ୍ତୁ : ମେଷ ରାଶିରେ ମଙ୍ଗଳ ଚଳନ ଯୋଗୁଁ ସୃଷ୍ଟି ହେବ ରୁଚକ ରାଜଯୋଗ, ବଦଳିବ ଏହି ୪ ରାଶିର ଆର୍ଥିକ ସ୍ଥିତି!

 

Share this story