କୋହଲା ପାଗରେ ଥରୁଛି ରାଜ୍ୟ, ଆହୁରି ୬ ଦିନ ପ୍ରବଳ ବର୍ଷିବ! ୧୬ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ...
 

Yellow Warning For Rain Thundershower In 16 district of Odisha
ଆହୁରି ୬ ଦିନ ପ୍ରବଳ ବର୍ଷିବ, ୧୬ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି
 

ଓଡ଼ିଆ ଗସିପ୍ ବ୍ୟୁରୋ:ରାଜ୍ୟର ଅଧିକାଂଶ ସ୍ଥାନରେ ଜାରି ରହିଛି ବର୍ଷା । କୋହଲା ପାଗ ସାଙ୍ଗକୁ ହାଲକା ପବନ ହେଉଛି । ବର୍ଷା କାରଣରୁ ରାଜ୍ୟରେ ରାତି ସମୟର ତାପମାତ୍ରା ୨ରୁ ୩ ଡିଗ୍ରୀ କମ୍ ରହିଛି । ଫଳରେ ଜନଜୀବନ ଖୁବ ପ୍ରଭାବିତ ହେବା ସହ ଶୀତରେ କାଲୁଆ କରୁଛି କୋହଲା ପାଗ ।

ଅଦିନ ବର୍ଷାରେ ଭିଜୁଛି ସାରା ଓଡ଼ିଶା । ଉପକୂଳରୁ ଉତ୍ତର, ପଶ୍ଚିମରୁ ଦକ୍ଷିଣ ସବୁଠି ଲାଗି ରହିଛି ବର୍ଷା । ସେପଟେ ବରଗଡ଼ରେ ପ୍ରବଳ ବର୍ଷା । ଧନୁଯାତ୍ରାର ଷ୍ଟଲ୍‌ ଭିତରେ ପଶିଛି ବର୍ଷା ପାଣି । ଟୁଇନ୍ ସିଟି ଭୁବନେଶ୍ବରରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି ।

ଅଧିକ ପଢନ୍ତୁ : ଶୀତଦିନେ ସେକ୍ସ କରିବାକୁ ଅଧିକ ଇଚ୍ଛା ହୁଏ କାହିଁକି? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ

ରାଜ୍ୟର ଅଧିକାଂଶ ସ୍ଥାନରେ କୋହଲା ପାଗ କାରଣରୁ ଶୀତର ପ୍ରକୋପ ବଢିବାରେ ଲାଗିଛି । ଗତକାଲି ଭୁବନେଶ୍ୱର ସମେତ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ହୋଇଥିବାବେଳେ ପାଣିପାଗ ବିଭାଗର କହିବା କଥା ବଙ୍ଗୋପସାଗର ଉପରେ ଏକ ଗୁରୁଚାପ ବଳୟ ରହିଛି । ଅନ୍ୟପଟେ ଏକ ନିମ୍ନ ଚାପରେଖା ଆଭ୍ୟନ୍ତରୀଣ କର୍ଣ୍ଣାଟକରୁ ଆଭ୍ୟନ୍ତରୀଣ ଓଡିଶା ପର୍ଯ୍ୟନ୍ତ ଲମ୍ବିଛି ।

ଅଧିକ ପଢନ୍ତୁ : କେଉଁ କାରଣ ପାଇଁ ଗୋଡ଼ ବିନ୍ଧେ? ଜାଣିଲେ ଆଶ୍ଚର୍ଯ୍ୟ ହେବେ...

ମୁଖତଃ ଆଭ୍ୟନ୍ତରୀଣ ଓଡ଼ିଶା ଓ ପାଶ୍ବବର୍ତ୍ତୀ ଜିଲ୍ଲାରେ ଘନ କୁହୁଡ଼ି ଦେଖାଦେବ । ଏହାକୁ ଦୃଷ୍ଟିରେ ରଖି ୧୬ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି ହୋଇଛି । ରାତ୍ରିର ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବ ନାହିଁ । ସେହିସବୁ ଜିଲ୍ଲାଗୁଡିକ ହେଉଛି କଟକ, ଖୋର୍ଦ୍ଧା, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଢାଙ୍କାନାଳ, ଅନୁଗୁଳ, ସୋନପୁର, ବୌଦ୍ଧ, ଗଞ୍ଜାମ, ନୟାଗଡ଼, କଳାହାଣ୍ଡି, ଓ ବଲାଙ୍ଗୀର । ଏସବୁ ଜିଲ୍ଲାର କିଛି ସ୍ଥାନରେ ବର୍ଷା ସହ ବଜ୍ରପାତ ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।

ଅଧିକ ପଢନ୍ତୁ :ଏହି ରାଶିର ଲୋକଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବା ସହ ପାରିବାରିକ ସମସ୍ୟା ଦେଖା ଦେବ, ପଢନ୍ତୁ ରାଶିଫଳ 

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ବର୍ଷା ପରେ କିଛି ଜିଲ୍ଲାରେ ଘନ କୁହୁଡ଼ି ଦେଖାଅ ଦେବ। ଦିନ ସାରା କୋହଲା ପାଗ  ଲାଗି ରହିବ। ଅନ୍ୟ ପଟେ ବିଶେଷଜ୍ଞ କହିଛନ୍ତି ୩୧ ଯାଏଁ ଏଭଳି ପାଗ ଲାଗି ରହିବ । ସେହିଭଳି ଅନୁଗୁଳ, ଢେ଼ଙ୍କାନାଳ, ବାଲେଶ୍ଵର, ଭଦ୍ରକ, ଯାଜପୁର, ମୟୁରଭଂଜ, କେନ୍ଦୁଝର ଓ ସମ୍ବଲପୁରରେ ଘନ କୁହୁଡ଼ି ଦୃଶ୍ୟମାନ ହେବା ସମ୍ଭାବନା ରହିଛି । ସେଥିପାଇଁ ଏସବୁ ଜିଲ୍ଲାକୁ ଜାରି କରଯାଇଛି ୟେଲୋ ଆଲର୍ଟ କରାଯାଇଥିଲା ।

ଅଧିକ ପଢନ୍ତୁ :ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 
 

Share this story