ଭୁବନେଶ୍ବର ଯାଉଥିଲେ ଟ୍ରାଫିକ ଇନ୍‌ସପେକ୍ଟର, ମାଡ଼ି ବସି ୪.୨୭ ଲକ୍ଷ ଟଙ୍କା ଜବତ କଲା ଭିଜିଲାନ୍‌ସ
 

traffic inspector in vigilance net rs 4 lakh 27 thousand seized
ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନ୍‌ସପେକ୍ଟର
 

ଓଡ଼ିଆ ଗସିପ୍ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଜଗତସିଂହପୁର ଆରଟିଓ ଟ୍ରାଫିକ ଇନ୍‌ସପେକ୍ଟର ପ୍ରଶାନ୍ତ ମହାପାତ୍ର। ସେ ନିଜ ଗାଡ଼ିରେ ନଗଦ ୪ ଲକ୍ଷ୨୭ ହଜାର ଟଙ୍କା ନେଇ ଭୁବନେଶ୍ବର ଯାଉଥିବା ବେଳେ ଧରାପଡ଼ିଛନ୍ତି।

ଅଧିକ ପଢନ୍ତୁ :ଏହି ଖାଦ୍ୟ ଖାଇବା ଶୀଘ୍ର ବନ୍ଦ କରନ୍ତୁ ; ନଚେତ୍ ଭୋଗିବେ ପେଟ କ୍ୟାନ୍ସର, ଜାଣନ୍ତୁ ଏହାର ଲକ୍ଷଣ

ଶ୍ରୀ ମହାପାତ୍ର ଏକ କାର୍‌ (ଓଡି ୦୨ ସିପି-୫୪୧୪)ରେ ଭୁବନେଶ୍ବର ଅଭିମୁଖେ ବାହାରି ଥିବା ବେଳେ ଭିଜିଲାନ୍ସ ବିଭାଗ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଥିଲା। ଭିଜିଲାନ୍ସ ଟିମ୍‌ କଟକ ନିକଟ ବିରିବାଟୀ ତାରିଣୀ ଛକରେ ଛକି ବସିଥିଲା। 

ଅଧିକ ପଢନ୍ତୁ :ମେଷ ରାଶିରେ ଖୁବଶୀଘ୍ର ସୃଷ୍ଟି ହେବ ଗଜକେଶରୀ ଯୋଗ, ରାହୁ ଓ କେତୁଙ୍କ ଯୋଗୁଁ ବଢିବ ସମସ୍ୟା!

କାର୍‌ଟି ଘଟଣାସ୍ଥଳରେ ପହଞ୍ଚିଲା ପରେ ଭିଜିଲାନ୍ସ ଟିମ୍‌ ଅତର୍କିତ ଚଢ଼ଉ କରିଥିଲେ। ଏତେ ଟଙ୍କା କେଉଁଠୁ ଆସିଲା ସେନେଇ ଶ୍ରୀ ମହାପାତ୍ର ଭିଜିଲାନ୍ସକୁ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଭିଜିଲାନ୍ସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

ଅଧିକ ପଢନ୍ତୁ :୪ଟି ବଡ଼ ଗ୍ରହର ଗତି ପରିବର୍ତ୍ତନ, ଏହି ରାଶିର ଲୋକଙ୍କ ଉପରେ ପଡିବ ଗଭୀର ପ୍ରଭାବ!

Share this story