ମେଷ ରାଶିରେ ଖୁବଶୀଘ୍ର ସୃଷ୍ଟି ହେବ ଗଜକେଶରୀ ଯୋଗ, ରାହୁ ଓ କେତୁଙ୍କ ଯୋଗୁଁ ବଢିବ ସମସ୍ୟା!
 

Gajakesari Yoga these 3 zodiac signs will be face in trouble during this period
ବିପଦରେ ଏହି ୩ ରାଶି!
 

ଓଡ଼ିଆ ଗସିପ୍ ବ୍ୟୁରୋ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଖୁବଶୀଘ୍ର ମେଷ ରାଶିରେ ଗଜକେଶରୀ ଯୋଗ ଗଠନ ହେବାକୁ ଯାଉଛି । ଗଜକେଶରୀ ଯୋଗକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । କିନ୍ତୁ ରାହୁ-କେତୁଙ୍କ ସ୍ଥିତି ଯୋଗୁଁ ଏହି ଯୋଗ ୩ଟି ରାଶିର ଲୋକଙ୍କୁ ଅଶୁଭ ଫଳ ପ୍ରଦାନ କରିବ।

ଗଜକେଶରୀ ଯୋଗକୁ ଜ୍ୟୋତିଷ ଶାସ୍ତ୍ରରେ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହି ଯୋଗ ଫଳରେ ଜଣେ ବ୍ୟକ୍ତିର ଭାଗ୍ୟ ଉଦୟ ହୋଇଥାଏ । ତେବେ ଖୁବଶୀଘ୍ର ଗଜକେଶରୀ ଯୋଗ ସୃଷ୍ଟି ହେବାକୁ ଯାଉଛି ।

ଅଧିକ ପଢନ୍ତୁ :କିଡ଼ନୀ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏହି ୫ଟି ଫଳ, ଗମ୍ଭୀର ରୋଗରୁ ବଞ୍ଚିଯିବେ...

ଗଜକେଶରୀ ଯୋଗ ଦେବ ଅଶୁଭ ଫଳ

ଫେବୃୟାରୀ ୧୭ରେ ଚନ୍ଦ୍ର ମେଷ ରାଶିରେ ପ୍ରବେଶ କରିବେ । ଫଳରେ ରାଶିରେ ବୃହସ୍ପତି ଓ ଚନ୍ଦ୍ରଙ୍କ ମିଳନ ହେତୁ ଗଜକେଶରୀ ଯୋଗ ସୃଷ୍ଟି ହେବ, ଯାହା ଆସନ୍ତା ସେପ୍ଟେମ୍ବର ୨୦ ତାରିଖ ସକାଳ ୮.୪୪ ମିନିଟ୍ ପର୍ଯ୍ୟନ୍ତ ବଳବତ୍ତର ରହିବ । କିନ୍ତୁ ମେଷ ରାଶିରେ ରାହୁଙ୍କ ଉପସ୍ଥିତି ହେତୁ, ଏହି ଗଜକେଶରୀ ଯୋଗ କିଛି ରାଶି ପାଇଁ ଅଶୁଭ ସାବ୍ୟସ୍ତ ଫଳ ପ୍ରଦାନ କରିବ । ସେପଟେ ତୁଳା ରାଶିରେ କେତୁ ବିରାଜମାନ ଥିବାରୁ କେତୁ ଓ ରାହୁଙ୍କ ଉପସ୍ଥିତି ଯୋଗୁଁ ଗଜକେଶରୀ ଯୋଗର ଅଶୁଭ ପ୍ରଭାବ ଅନେକ ରାଶି ଉପରେ ପଡ଼ିବ ।

ମେଷ ରାଶି:ରାହୁଙ୍କ ଅବସ୍ଥାନ ବେଳେ ରାଶିରେ ଗଜକେଶରୀ ଯୋଗ ସୃଷ୍ଟି ହେଉଥିବାରୁ ଏହା ମେଷ ରାଶିର ବ୍ୟକ୍ତି ବିଶେଷଙ୍କୁ ଅଶୁଭ ଫଳ ପ୍ରଦାନ କରିବ । ଫଳରେ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ଅନେକ ସମସ୍ୟା ଦେଖାଦେବ । ଏହି ସମୟରେ ମେଷ ରାଶିର ବ୍ୟକ୍ତି ବିଶେଷଙ୍କୁ ମାନସିକ, ଶାରୀରିକ ଓ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ପିତାମାତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବା ସହ ବିଭିନ୍ନ ସମସ୍ୟା ଉପୁଯିବା ନେଇ ସମ୍ଭାବନା ରହିଛି ।  ବୈବାହିକ ଜୀବନରେ ମଧ୍ଯ ସମସ୍ୟା ଦେଖାଦେବ ।

ଅଧିକ ପଢନ୍ତୁ :ଗୁରୁଜନଙ୍କ ସ୍ବାସ୍ଥ୍ୟସମସ୍ୟାକୁ ନେଇ ଚିନ୍ତାରେ ରହିବା ସହ ଆୟଠୁ ବ୍ୟୟ ଅଧିକ ହେବେ! ପଢନ୍ତୁ ଆଜିର ରାଶିଫଳ 

କୁମ୍ଭ ରାଶି: ଗଜକେଶରୀ ଯୋଗ ହେତୁ କୁମ୍ଭ ରାଶିର ବ୍ୟକ୍ତି ବିଶେଷ ମଧ୍ଯ ସମସ୍ୟାରେ ପଡିପାରନ୍ତି । ଏହି ସମୟରେ ଆଇନଗତ ପ୍ରସଙ୍ଗରେ ସଚେତନ ହେବା ସହ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବା ଉଚିତ୍ । ଅଜଥା ଅର୍ଥ ବ୍ୟୟ ହେବା ନେଇ ଯୋଗ ରହିଛି । ବୈବାହିକ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଅଜଥା କଥାକୁ କେନ୍ଦ୍ର କରି ଅଡୁଆରେ ପଡ଼ିପାରନ୍ତି ।

ଧନୁ ରାଶି: ଗଜକେଶରୀ ଯୋଗ ଧନୁ ରାଶି ବ୍ୟକ୍ତି ବିଶେଷଙ୍କ ଲାଗି ମଧ୍ଯ ସମସ୍ୟା ବଢାଇବ । ପ୍ରେମୀ ଯୁଗଳଙ୍କ ମଧ୍ଯରେ ମତାନ୍ତର ଦେଖାଦେବ । ବ୍ୟବସାୟରେ କ୍ଷତି ହୋଇପାରେ। ଚାକିରି କ୍ଷେତ୍ରରେ ସମସ୍ୟାମାନ ଦେଖାଦେବ । ପରିବାରରେ ବିବାଦ ଉପୁଜିବ । ମାଆଙ୍କ ସ୍ବାସ୍ଥ୍ୟ ବିଗିଡ଼ିପାରେ । ଏହି ଅବଧି ମଧ୍ଯରେ ଦୂରଯାତ୍ରା କରନ୍ତୁ ନାହିଁ ।

ଅଧିକ ପଢନ୍ତୁ :ସ୍ବାସ୍ଥ୍ୟଜନିତ ସମସ୍ୟା ଉପୁଜିବା ସହ ଅତ୍ୟଧିକ ଖର୍ଚ୍ଚ ଚିନ୍ତାର କାରଣ ହେବ! ପଢନ୍ତୁ ଏ ସପ୍ତାହର ରାଶିଫଳ
 

Share this story