ସକାଳୁ ସକାଳୁ ଭିଜିଲା ଭୁବନେଶ୍ୱର: ଏଇ ଏଇ ସ୍ଥାନରେ ଦିନ ସାରା କାଛିବ

Today weather update for Bhubaneswar and across the state

ଓଡ଼ିଆ ଗସିପ୍ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ଏକାଧିକ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ବିଶେଷ କରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ ଘଟୁଥିବା ବେଳେ ଗତକାଲି ମାଲକାନଗିରି ଜିଲ୍ଲାର ବାୟାପଡ଼ା ଘାଟିରେ ଭୁସ୍ଖଳନ ଯୋଗୁ ୧୯ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଫଳରେ ଦୁର୍ଗମ ଅଞ୍ଚଳରେ ବଢ଼ିଯାଇଛି ଦୁର୍ଦ୍ଦଶା।

ଅଧିକ ପଢ଼ନ୍ତୁ: ମୋଦି ସରକାର ଉପରେ ରାଗ ଗର ଗର ସୁପ୍ରିମକୋର୍ଟ; କଡ଼ା ଭାଷାରେ ଏମିତି କହିଲେ

ଆଜି ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବଲାଙ୍ଗିର, ବରଗଡ, ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ, ସୋନପୁର ଏବଂ ସମ୍ବଲପୁର ଜିଲ୍ଲାକୁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ସେହିପରି ମାଲକାନାଗିରି, କୋରାପୁଟ, କନ୍ଧମାଳ, ରାୟଗଡା, ଗଜପତି, ଗଞ୍ଜାମ, ଅନୁଗୁଳ, କଟକ ଏବଂ ଢେଙ୍କାନାଳ ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣି ଜାରି ହୋଇଛି।

ଅଧିକ ପଢ଼ନ୍ତୁ: ଭୁବନେଶ୍ୱର ଆସୁଛନ୍ତି ସନ୍ନି ଲିଓନି; କାହାକୁ ଓ କାହିଁକି ଭେଟିବେ ଖବର ନାହିଁ

ସେପଟେ ଆସନ୍ତା ୨୪ ତାରିଖରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ କେଉଁଠି ଭୁସ୍ଖଳନ ତ କେଉଁଠି ଯୋଗାଯୋଗ ବିଚ୍ଛିନ୍ନ ମଧ୍ୟ ହୋଇପାରେ। ସମ୍ଭାବ୍ୟ ସ୍ଥିତିକୁ ଦେଖି ପାଣିପାଗ ବିଭାଗ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତା ଜାରି କରାଯାଇଛି।

ଅଧିକ ପଢ଼ନ୍ତୁ : ପୋଲସରା ବିଧାୟକଙ୍କୁ ପ୍ରଥମେ ଦଶିଂଥିଲା ଅର୍ଚ୍ଚନା ନାଗ; ଶର୍ମିଷ୍ଠା ଥିଲା ଶାରୀରିକ ସମ୍ପର୍କ: ସଂଯୁକ୍ତା ମହଲା

ଅନ୍ୟପକ୍ଷେ, ଆସନ୍ତା ୨୩ରେ ହୀରାକୁଦରୁ ପ୍ରଥମ ବନ୍ୟାଜଳ ଛଡ଼ାଯିବା ନେଇ ସୂଚନା ରହିଛି।

Share this story