ମୋଦି ସରକାର ଉପରେ ରାଗ ଗର ଗର ସୁପ୍ରିମକୋର୍ଟ; କଡ଼ା ଭାଷାରେ ଏମିତି କହିଲେ

supreme court of india react on manipur viral video case

ଓଡ଼ିଆ ଗସିପ୍ ବ୍ୟୁରୋ: ମଣିପୁର ଘଟଣାକୁ ନେଇ ନିଜ ଆଡୁ ଉଦ୍‌ବେଗ ପ୍ରକାଶ କରିବା ସହ ଏପରି ଘୃଣ୍ୟ ଅପରାଧକୁ ନିନ୍ଦା କରିଛନ୍ତି ସୁପ୍ରିମକୋର୍ଟ । ରାଜ୍ୟରେ ଏକ ସମ୍ପ୍ରଦାୟର ୨ ଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାକୁ ନେଇ ସାରା ଦେଶରେ କ୍ରୋଧର ନିଆଁ ଜଳୁଛି। 

ଅଧିକ ପଢ଼ନ୍ତୁ: ଗ୍ରହ ଗୋଚର (Grah Gochar): ୧୫ ଦିନରେ ମହତ୍ତ୍ବପୂର୍ଣ୍ଣ ଗ୍ରହ ଗୋଚର; ଏହି ରାଶି ଥିବା ବ୍ୟକ୍ତିମାନଙ୍କ ଜୀବନରେ ଆସିବ ବିରାଟ ପରିବର୍ତ୍ତନ!

ଘଟଣାରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ, ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ ସରକାରଙ୍କୁ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।

ଅଧିକ ପଢ଼ନ୍ତୁ: ମଝି ଆକାଶରେ ବେହୋସ ହୋଇଗଲେ ପାଇଲଟ୍ ; ଆଉ ତା’ପରେ ଘଟିଲା କିଛି ଏହିପରି ଘଟଣା…

ଘଟଣାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବନି କହିଛନ୍ତି ପ୍ରଧାନ ବିଚାରପତି । ମହିଳାଙ୍କୁ ଉପକରଣ ଭାବରେ ବ୍ୟବହାର କରାଯିବା ଅତି ଜଘନ୍ୟ ଅପରାଧ। ସୋସିଆଲ ମିଡିଆରେ ଭାଇରାଲ ଭିଡିଓ ବିଚଳିତ ଓ ବିବ୍ରତ କରୁଛି । 

ଅଧିକ ପଢ଼ନ୍ତୁ: ଗ୍ରହ ଗୋଚର (Grah Gochar): ୧୫ ଦିନରେ ମହତ୍ତ୍ବପୂର୍ଣ୍ଣ ଗ୍ରହ ଗୋଚର; ଏହି ରାଶି ଥିବା ବ୍ୟକ୍ତିମାନଙ୍କ ଜୀବନରେ ଆସିବ ବିରାଟ ପରିବର୍ତ୍ତନ!

ଯଦି ସରକାର ଏହା ବିରୋଧରେ ଆକ୍ସନ ନ ନିଅନ୍ତି, ଆମେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି ସିଜେଆଇ କହିଛନ୍ତି । ଆସନ୍ତାକାଲି ସୁପ୍ରିମକୋର୍ଟରେ ମଣିପୁର କେସର ଶୁଣାଣି ହେବ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି ସର୍ବୋଚ୍ଚ କୋର୍ଟ । ଦୋଷୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଏହି ବାସ୍ତୁ ଦୋଷ ଥିଲେ ଆପଣ ହୋଇଯିବେ ଦରିଦ୍ର; ଜାଣନ୍ତୁ ପ୍ରତିକାର

Share this story