‘ଟାଇମ୍ସ ନାଓ’ର ପ୍ରାକ୍‌‌ ନିର୍ବାଚନୀ ସର୍ଭେ: ଓଡ଼ିଶାରେ ପୁଣି ବିଜେଡି, ନବୀନଙ୍କ ପ୍ରତି ବଢ଼଼ି ଚାଲିଛି ଭୋଟରଙ୍କ ଆସ୍ଥା
 

Times Now pre election survey BJD Govt again in odisha
‘ଟାଇମ୍ସ ନାଓ-ଇଟିଜି’ର ସର୍ବେକ୍ଷଣ ଓଡ଼ିଶାରେ ପୁଣି ବିଜେଡି

ଓଡ଼ିଆ ଗସିପ୍ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା କ୍ରମାଗତ ୫ମ ପାଳିର ଶାସନ ପରେ ବି ବଢ଼଼ିବଢ଼଼ି ଚାଲିଛି। ବିଶେଷକରି ‘୫-ଟି’ ଉପକ୍ରମରେ ଲୋକମାନଙ୍କର ସମସ୍ୟାର ତ୍ୱରିତ୍‌‌ ସମାଧାନ, ରାଜ୍ୟବ୍ୟାପୀ ରୂପାନ୍ତରଣ କାର୍ଯ୍ୟକ୍ରମ ସର୍ବୋପରି ବ୍ୟାପକ ଜନମଙ୍ଗଳକାରୀ ଯୋଜନା ନବୀନଙ୍କ ପ୍ରତି ଭୋଟରଙ୍କ ଆସ୍ଥାକୁ ବହୁଗୁଣିତ କରିଛି। 

ଯାହାର ପ୍ରତିଫଳନ ଆଗାମୀ ଲୋକସଭା ନିର୍ବାଚନରେ ଦେଖିବାକୁ ମିଳିବ ବୋଲି ରାଜନୈତିକ ତଥ୍ୟାଭିଜ୍ଞମାନେ ଆଲୋଚନା କରୁଥିବାବେଳେ ଦେଶର ଅନ୍ୟତମ ପ୍ରମୁଖ ଗଣମାଧ୍ୟମ ‘ଟାଇମ୍ସ ନାଓ’ ଏହି ଚର୍ଚ୍ଚାରେ ମୋହର ମାରିଛି। 

ଅଧିକ ପଢନ୍ତୁ :କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେବା ସହ ଆର୍ଥିକ ଚାପ ପାଇଁ ଚିନ୍ତିତ ରହିବେ ଏହି ରାଶିର ଲୋକ, ପଢନ୍ତୁ ସପ୍ତାହିକ ରାଶିଫଳ

‘ଟାଇମ୍ସ ନାଓ-ଇଟିଜି’ର ସର୍ବେକ୍ଷଣ ଅନୁଯାୟୀ ଆଗାମୀ ସାଧାରଣ ନିର୍ବାଚନରେ ଶାସକ ବିଜେଡି ରାଜ୍ୟରେ ଗତ ସାଧାରଣ ନିର୍ବାଚନଠାରୁ ଅଧିକ ଭୋଟ ଓ ଅଧିକ ଆସନ ପାଇବ ବୋଲି ପ୍ରକାଶ କରିଛି। ଗତ ଅଗଷ୍ଟ ମାସରେ ‘ଟାଇମ୍ସ ନାଓ’ ପକ୍ଷରୁ ହୋଇଥିବା ସର୍ଭେରେ ରାଜ୍ୟରେ ବିଜେଡିକୁ ୧୪ଟି ଯାଏ ଲୋକସଭା ଆସନ ମିଳିବ ବୋଲି ଆକଳନ କରାଯାଇଥିଲା। 

ଦେଖନ୍ତୁ EXCLUSIVE ଭିଡ଼ିଓ: ୩୫୦ କୋଟି ଜବତ ଘଟଣାରେ ଆସିଲା ସାଙ୍ଘାତିକ ତଥ୍ୟ, ଧୀରଜଙ୍କୁ ସୁରକ୍ଷା ଦେବା ପାଇଁ ଓଡ଼ିଆ କେନ୍ଦ୍ର ମନ୍ତ୍ରୀ ନେଇଥିଲେ ୭୫ କୋଟି !

ଏହାର ୪ ମାସ ପରେ ପୁନର୍ବାର ସର୍ଭେରେ ‘ଟାଇମ୍ସ ନାଓ’ ବିଜେଡି ପୂର୍ବ ଆକଳନଠାରୁ ଆହୁରି ଅଧିକ ଆସନ ପାଇବ ବୋଲି ଆକଳନ କରିବା ସହ ଏହି ସଂଖ୍ୟା ୧୫ରେ ପହଞ୍ଚିପାରେ ବୋଲି ମତ ଦେଇଛି। ବିଜେଡିର ଲୋକପ୍ରିୟତା ଓ ଆସନ ବୃଦ୍ଧି ସଂକ୍ରାନ୍ତରେ ‘ଟାଇମ୍ସ ନାଓ’ର ଉପରୋକ୍ତ ସର୍ଭେ ସହ ରାଜନୈତିକ ବିଶେଷଜ୍ଞମାନେ ସହମତ ହୋଇଛନ୍ତି। ରାଜ୍ୟରେ ଚାଲିଥିବା ରୂପାନ୍ତରଣ ପର୍ବ ସାଧାରଣ ଲୋକଙ୍କୁ ବେଶ୍‌‌ ଆକର୍ଷିତ କରିପାରିଛି। 

ଅଧିକ ପଢନ୍ତୁ :ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ସହିତ ଆୟୁର୍ବେଦରେ ‘ବେଲପତ୍ର’ର ମହତ୍ତ୍ବ କ’ଣ ? ଜାଣନ୍ତୁ ସଂକ୍ଷେପରେ...

ବିଶେଷକରି ସ୍କୁଲ ଓ କଲେଜରେ ରୂପାନ୍ତରଣ ସହ ଉତ୍ତମ ଶୈକ୍ଷିକ ବାତାବରଣ, ବିଭିନ୍ନ ଧର୍ମାନୁଷ୍ଠାନର ରୂପରେଖରେ ପରିବର୍ତ୍ତନ, ବ୍ୟାପକ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର କାର୍ଯ୍ୟନ୍ୱୟନ, ସର୍ବୋପରି ‘୫-ଟି’ ଅଧ୍ୟକ୍ଷଙ୍କ ମାରାଥନ୍‌‌ ଜିଲ୍ଲା ଗସ୍ତ ଏବଂ ବିଭିନ୍ନ ସମସ୍ୟାର ତ୍ୱରିତ୍‌‌ ସମାଧାନ ଲୋକଙ୍କ ମନରେ ନବୀନଙ୍କ ପ୍ରତି ଆସ୍ଥା ଓ ବିଶ୍ୱାସକୁ ଅଧିକ ଦୃଢ଼ୀଭୂତ କରିଛି। 

ଅନ୍ୟପକ୍ଷରେ ବିରୋଧୀଙ୍କ ସାଙ୍ଗଠନିକ ଦୁର୍ବଳତା, ଅପ୍ରାସଙ୍ଗିକ ପ୍ରସଙ୍ଗକୁ ନେଇ ରାଜନୈତିକ ଯାତ୍ରା, ପ୍ରସଙ୍ଗହୀନ ମନ୍ତବ୍ୟ ଲୋକଙ୍କଠାରୁ ସେମାନଙ୍କୁ ଦୂରେଇ ନେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ବିଜେଡିର ୧.୫ କୋଟି ଭୋଟ ଲକ୍ଷ୍ୟ ଆଦୌ ଅସହଜ ନୁହେଁ ବୋଲି ରାଜନୈତିକ ତଥ୍ୟାଭିଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ଅଧିକ ପଢନ୍ତୁ :ଡିସେମ୍ବର ୩୧ରେ ମାର୍ଗି ଦେବଗୁରୁ ବୃହସ୍ପତି ଚଳନ, ଏହି ୩ଟି ରାଶି ପାଇଁ ପାଲଟିବ ବରଦାନ

ଏ ପ୍ରସଙ୍ଗରେ ବିଜେଡିର ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ ସମସ୍ତ ନିର୍ବାଚନରେ ସାଧାରଣ ଲୋକେ ବିଜେଡି ସହ ରହି ଆସିଛନ୍ତି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ବିପୁଳ ସଫଳତା ଏବଂ ଲୋକଙ୍କ ଆଶୀର୍ବାଦ ପାଉଛି। ଆଗାମୀ ନିର୍ବାଚନରେ ମଧ୍ୟ ଦଳ ଲୋକଙ୍କ ବିପୁଳ ସମର୍ଥନ ଏବଂ ଆଶୀର୍ବାଦ ପାଇବ। 

ସେହିପରି ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ରାଜ୍ୟର ବିକାଶ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ଶ୍ରେଷ୍ଠ ବିକଳ୍ପ ଏ ବିଶ୍ୱାସ ରାଜ୍ୟବାସୀଙ୍କର ରହିଛି। ଆମ କାମ ବଳରେ ଏହି ବିଶ୍ୱାସ ଆମେ ଜନ୍ମେଇପାରିଛୁ। ଅତଏବ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ଉପରେ ପୁନର୍ବାର ସମାନ ଆସ୍ଥା ଏବଂ ବିଶ୍ୱାସ ପ୍ରକଟ କରିବେ ବୋଲି ସେ କହିଛନ୍ତି।

ଅଧିକ ପଢନ୍ତୁ :ସାଥୀଙ୍କୁ ଖୁସି କରିବାକୁ ଚାହୁଁ ଥିଲେ ପ୍ରତିଦିନ ରାତିରେ ଖାଆନ୍ତୁ...,ବୃଦ୍ଧି ପାଇବ ଯୌନ ଶକ୍ତି !

Share this story