ଡିସେମ୍ବର ୩୧ରେ ମାର୍ଗି ଦେବଗୁରୁ ବୃହସ୍ପତି ଚଳନ, ଏହି ୩ଟି ରାଶି ପାଇଁ ପାଲଟିବ ବରଦାନ
 

Guru Margi On 31 December 2023 will affect these zodiac sign
ନୂଆବର୍ଷ ପୂର୍ବରୁ ଏସବୁ ରାଶିରେ ଖାଲି ଟଙ୍କା ହିଁ ଟଙ୍କା 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଦେବଗୁରୁ ବୃହସ୍ପତିଙ୍କୁ ଜ୍ୟୋତିଷ ଶାସ୍ତ୍ରରେ ସୁଖର କାରକ ବୋଲି କୁହାଯାଏ । ଜାତକ ବା ରାଶିରେ ଏହି ଗ୍ରହର ସ୍ଥିତି ବ୍ୟକ୍ତିକୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିଥାଏ । ବୃହସ୍ପତିଙ୍କ ଆଶୀର୍ବାଦ ହେତୁ ବ୍ୟକ୍ତି ଜୀବନରେ ସମସ୍ତ ପ୍ରକାରର ସାମଗ୍ରୀକ ସୁଖ ଲାଭ କରିଥାଏ। ସମାଜରେ ମାନ ସମ୍ମାନ ବୃଦ୍ଧି ହେବା ସହିତ ବିବାହ ରେ ବିଳମ୍ବ ହେଉଥିବା ସମସ୍ୟା ମଧ୍ୟ ଦୂର ହୋଇଥାଏ। ତେବେ, ଏହି କ୍ରମରେ ଦେବଗୁରୁ ଚଳିତ ମାସର ଶେଷ ଦିନ ଅର୍ଥାତ୍ ଡିସେମ୍ବର ୩୧ ସକାଳ ୮ଟା ୧୧ ମିନିଟ୍ ସମୟରେ ମେଷ ରାଶିକୁ ମାର୍ଗି ବା ଗୋଚର ହେବେ।  

ଆସନ୍ତା ମେଁ ମାସ ପର୍ଯ୍ୟନ୍ତ ବୃହସ୍ପତି ଏହି ରାଶିରେ ରହିବ। ତେବେ, ନୂଆବର୍ଷ ପୂର୍ବରୁ ବୃହସ୍ପତିଙ୍କ ଏହି ମାର୍ଗି ହେବା ବା ଚଳନ ତିନୋଟି ରାଶି ପାଇଁ ବରଦାନ ପାଲଟିବ। ତେବେ, ଆସନ୍ତୁ ଜାଣିବା କେଉଁ ସବୁ ରାଶି ନୂଆ ବର୍ଷ ଆରମ୍ଭରୁ ଧନୀ ହେବାକୁ ଯାଇଛନ୍ତି। 

ଅଧିକ ପଢନ୍ତୁ :କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେବା ସହ ଆର୍ଥିକ ଚାପ ପାଇଁ ଚିନ୍ତିତ ରହିବେ ଏହି ରାଶିର ଲୋକ, ପଢନ୍ତୁ ସପ୍ତାହିକ ରାଶିଫଳ

ମିଥୁନ: ଦେବଗୁରୁ ବୃହସ୍ପତିଙ୍କ ଆର୍ଶିବାଦରୁ ଏହି ରାଶିର ଲୋକଙ୍କ ପାଇଁ ଶୁଭଦିନ ଆରମ୍ଭ ହେବାକୁ ଯାଉଛି। ପୂର୍ବ ଅପେକ୍ଷା ଆର୍ଥିତ ସ୍ଥିତିରେ ସୁଧାର ଆସିବ। ରୋଜଗାର ପାଇଁ ନୂଆ ବାଟ ଖୋଲିବ । କୋର୍ଟରେ ବିଚାରଧିନ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ପାଇବେ। ପଦୋନ୍ନତିର ହେବାର ସମ୍ଭାବନା ରହିଛି। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ଲାଗି ରହିଥିବା ସମସ୍ୟାରୁ ଆପଣଙ୍କୁ  ମୁକ୍ତି ମିଳିବ। ବ୍ୟବସାୟ ପାଇଁ ସମୟ ଅନୁକୂଳ ରହିଛି। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ । 

ଦେଖନ୍ତୁ EXCLUSIVE ଭିଡ଼ିଓ: ୩୫୦ କୋଟି ଜବତ ଘଟଣାରେ ଆସିଲା ସାଙ୍ଘାତିକ ତଥ୍ୟ, ଧୀରଜଙ୍କୁ ସୁରକ୍ଷା ଦେବା ପାଇଁ ଓଡ଼ିଆ କେନ୍ଦ୍ର ମନ୍ତ୍ରୀ ନେଇଥିଲେ ୭୫ କୋଟି !

କର୍କଟ: ଏ-ହି ରାଶିର ଲୋକଙ୍କ ଉପରେ ବୃହସ୍ପତି ଟଙ୍କା ବର୍ଷା କରିବେ। ଏହି ଅବଧି ମଧ୍ୟରେ କ୍ୟାରିୟରରେ ବିପୁଳ ସଫଳତା ପାଇବେ। ଚାକିରି ଖୋଜୁଥିବା ଲୋକେ ଭଲ ଚାକିରି ଅଫର ପାଇବେ।  କାର୍ଯ୍ୟାଳୟରେ ଆପଣଙ୍କୁ ବଡ଼ ଦାୟିତ୍ବ ମିଳିପାରେ। ବ୍ୟବସାୟୀ କରୁଥିବା ଲୋକଙ୍କ ପାଇଁ ସମୟ ଭଲ ଥିବାରୁ ଏହି ସମୟରେ ଆପଣ ଯେ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବେ ଭଲ ଲାଭ ପାଇବେ। କମ୍ପିଟେଟିଭ୍ ଏକ୍ସାମ୍ ଦେଉଥିବା  ଆଶାୟୀମାନେ ଭଲ ରେଜଲ୍ଟ ପାଇବେ । ଅର୍ଥାତ୍ ସରକାରୀ ଚାକିରି ପାଇବାର ସମ୍ଭାବନା ରହିଛି । ବିଦେଶ ଯାତ୍ରା କରିପାରନ୍ତି।  ତଥାପି, ଜାନୁଆରୀ ୧୫ ପର୍ଯ୍ୟନ୍ତ କୌଣସି ନୂତନ କାର୍ଯ୍ୟ କରନ୍ତୁ ନାହିଁ ।  ୧୫ ପରେ ଆପଣ ବ୍ୟବସାୟରେ ଟଙ୍କା ବିନିଯୋଗ କଲେ ଅତ୍ୟନ୍ତ ଭଲ।

ଅଧିକ ପଢନ୍ତୁ : ଶୀତଦିନେ ପୂରା ସମ୍ପୂର୍ଣ୍ଣ ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ୫ଟି ସରଳ ଟିପ୍ସ 

ମୀନ: ଏହି ରାଶିର ଲୋକେ ବି ଶୁଭଫଳ ପାଇବେ।  ଏହା ସହିତ ଏହି ରାଶିର ଲୋକମାନଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବ ଏବଂ ଏମାନେ ଅନେକ ବଡ଼ ବଡ଼ କାର୍ଯ୍ୟ ମଧ୍ୟ ସମ୍ପନ୍ନ କରିବାରେ ସକ୍ଷମ ହେବେ। କୌଣସି ଯୋଜନା ସଂପୂର୍ଣ୍ଣ କରିବାର ଲାଭ ଆପଣ ପାଇପାରନ୍ତି। ଯେଉଁମାନେ ବିଦେଶ ଯିବାକୁ ଚିନ୍ତା କରୁଛନ୍ତି ସେମାନେ ଏକ ବିଦେଶ ଯାତ୍ରା କରିପାରନ୍ତି। ଯେଉଁମାନେ କାମ କରୁଛନ୍ତି ସେମାନେ ନିଜ ଚାକିରିରେ ପଦୋନ୍ନତି ପାଇପାରନ୍ତି। ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି। ଆହୁରି ମଧ୍ୟ, ବ୍ୟକ୍ତି ଧାର୍ମିକ କିମ୍ବା ଶୁଭ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବାର ସମ୍ଭାବନା ରହିଛି। ଆକସ୍ମିକ ଧନ ଲାଭର ଯୋଗ ରହିଛି।

ଅଧିକ ପଢନ୍ତୁ :ସାଥୀଙ୍କୁ ଖୁସି କରିବାକୁ ଚାହୁଁ ଥିଲେ ପ୍ରତିଦିନ ରାତିରେ ଖାଆନ୍ତୁ...,ବୃଦ୍ଧି ପାଇବ ଯୌନ ଶକ୍ତି !

( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ଓଡ଼ିଆ ଗସିପ୍ ଏହାକୁ ନିଶ୍ଚତ କରେ ନାହିଁ।)

Share this story