ଦେଖନ୍ତୁ EXCLUSIVE ଭିଡ଼ିଓ: ୩୫୦ କୋଟି ଜବତ ଘଟଣାରେ ଆସିଲା ସାଙ୍ଘାତିକ ତଥ୍ୟ, ଧୀରଜଙ୍କୁ ସୁରକ୍ଷା ଦେବା ପାଇଁ ଓଡ଼ିଆ କେନ୍ଦ୍ର ମନ୍ତ୍ରୀ ନେଇଥିଲେ ୭୫ କୋଟି !

Who is that odia union minister have took Rs 75 crore for giving MP Dheeraj Sahu security

ଓଡ଼ିଆ ଗସିପ ବ୍ୟୁରୋ: ଆୟକର ବିଭାଗ ଦ୍ୱାରା ହୋଇଥିବା ଚଢ଼ାଉ ଘଟଣାରେ ୩୫୦ କୋଟି ରୁ ଅଧିକ ଟଙ୍କା ଏଯାଏଁ ଜବତ ହୋଇଥିବା ବେଳେ ବିଭାଗ ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ । ମଦ ମାଫିଆଙ୍କୁ କୁଆଡେ ବ୍ୟାକ ଅଫ ଦେଉଥିଲେ ଓଡ଼ଶାର ଜଣେ କେନ୍ଦ୍ରମନ୍ତ୍ରୀ । ଧିରଜ ସାହୁଙ୍କୁ ରାଜ୍ୟସଭା ପଠାଇବା ଓ ଓଡ଼ିଶାର ଜଣେ କେନ୍ଦ୍ରମନ୍ତ୍ରୀ ଯିଏକି ପ୍ରଧାନମନ୍ତ୍ରୀଙ୍କ ଭାରି ପ୍ରିୟ ସିଏ କୁଆଡେ ନେଇଛନ୍ତି ୭୫ କୋଟି ।

କେବଳ ସେତିକି ନୁହେଁ ଧିରଜ ଗତ ୨୦୧୯ ନିର୍ବାଚନରେ ଓଡିଶାରେ ବିଜେପି ପାଇଁ ଖଟାଇଥିଲେ ୧୦୦ କୋଟି ଟଙ୍କା । ଜବତ ହୋଇଥିବା ଏକ ଲାଲ ରଙ୍ଗର ଡାଏରିରେ ଏଭଳି କିଛି ତଥ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି । କୋଟି କୋଟି ଟଙ୍କାର ହିସାବ ନିକାସ ରହିଛି କି ଲାଲ ଡାଏରୀରେ । ଛତିଶଗଡ଼ ଓ ଝାଡଖଣ୍ଡ ପ୍ରଭାରୀ ଥିବା ବେଳେ ଏହି ବିଜେପି ନେତା ଜଣଙ୍କ ଧିରଜଙ୍କ ସଂସ୍ପର୍ଶରେ ଆସିଥିଲେ । ସେବେଠୁ କୁଆଡେ ଉଭୟଙ୍କ ଭିତରେ ମଧୁର ସମ୍ପର୍କ ଥିଲା ।

ଅଧିକ ପଢ଼ନ୍ତୁ: ବିଧାୟକ ବିଷ୍ଣୁବ୍ରତଙ୍କ ପାଇଁ ମାଡ଼ ଖାଇଲେ କି ଯୋଗାଣ ଅଧିକାରୀ ? ଦେଖନ୍ତୁ Exclusive ଭିଡିଓ

ସେପଟେ ଜବତ ୩ ଶହ ୫୦ କୋଟିରୁ ଉର୍ଦ୍ଧ ଟଙ୍କାକୁ ନେଇ ପ୍ରଧାନମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ଦଳର ଅନ୍ୟ ଶୀର୍ଷ ନେତୃତ୍ୱ କଂଗ୍ରେସ ଉପରେ ବର୍ଷୁ ଥିବା ବେଳେ ଓଡିଶା ର ଜଣେ ନେତାଙ୍କ ଲିଙ୍କ ଏବେ ଚର୍ଚ୍ଚା କୁ ବେଶ ବଢ଼ାଇଛି । ଗୋଟିଏପଟେ କଂଗ୍ରେସ (Congress), ଦୁର୍ନୀତି (corruption) ଅଙ୍ଗାଅଙ୍ଗୀ ଜଡିତ ବୋଲି ବିଜେପି ନେତା କହୁଛନ୍ତି । କିନ୍ତୁ ଓଡ଼ିଶାର ଜଣେ ନେତା ହିଁ ଧିରଜଙ୍କ ଗଡ଼ ଫାଦର ସାଜିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

ପୂର୍ବରୁ ନିର୍ବାଚନ ପାଇଁ ସାହୁ ବ୍ରଦର୍ସ ଏବଂ କମ୍ପାନୀ ପାଖରେ ଟଙ୍କା ରଖିଥିଲା କି ବିଜେପି ବୋଲି ସିଧାସଳଖ ଅଭିଯୋଗ କରିଥିଲା ବିଜେଡି । ଧୀରଜ ସାହୁ ଝାଡଖଣ୍ଡର କଂଗ୍ରେସ ରାଜ୍ୟସଭା ସଦସ୍ୟ । ତାଙ୍କ ଭାଇ ଉଦୟ ସାହୁ, ଶିବ ପ୍ରସାଦ ସାହୁ ବି ବେପାରରେ ସାମିଲ୍ ଥିଲେ ବୋଲି ଜଣାପଡିଛି । ପୁରା ପରିବାରର ଅକ୍ତିଆରରେ ପଶ୍ଚିମ ଓଡ଼ିଶାର ମଦ ସାମ୍ରାଜ୍ୟ । ଏତେ ଟଙ୍କାର ସାମ୍ରାଜ୍ୟ ପଛରେ କାହାର ପ୍ରୋତ୍ସାହନ ? ନୌକରସାହାଙ୍କ ସୁରକ୍ଷାରେ ଚାଲିଥିଲା କି ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟ  ? 

ଅଧିକ ପଢ଼ନ୍ତୁ: MP ଙ୍କ ଅନ୍ତଃବସ୍ତ୍ର ଭିତରେ ପ୍ରେମର ରଙ୍ଗ ବୋଳିଲେ ଯୁବକ, ଦେଖନ୍ତୁ Exclusive ଭିଡିଓ...

ସାହୁ ବ୍ରଦର୍ସଙ୍କୁ କାହା ପ୍ରୋତ୍ସାହନରେ ବାରମ୍ବାର ମିଳୁଥିଲା ମଦ ଲାଇସେନ୍ସ ? ବିଜେପି ନେତାଠୁ ଅଫିସର ଯାଏ ମାସିକିଆ ଚାନ୍ଦା ନେଉଥିବା ଚର୍ଚ୍ଚା । କିନ୍ତୁ ଏହାରି ଭିତରେ ଏକ ଲାଲ୍ ଡାଏରୀ ମିଳିବା ପରେ ଏବେ ନେତାଙ୍କ ଆଖିରୁ ନିଦ ହଜିଥିବା ଚର୍ଚ୍ଚା ହୋଇଛି । ଏହି ଲାଲ ଡାଏରି ରେ ବିଜେପି ତୁଙ୍ଗ ନେତାଙ୍କ ନାଁ ପୂର୍ବରୁ ମଧ୍ୟ ରହିଛି ।

ଦେଖନ୍ତୁ ଭିଡ଼ିଓ:

ଜଣେ ଢ଼ାବା ମାଲିକରୁ ରାଜନେତା, ଆଉ ଜଣେ ରାଜବଂଶୀ ମାଲ ନେଉଥିଲେ।  ଲକ୍ଷେ କିମ୍ବା ଦୁଇ ଲକ୍ଷ ନୁହେଁ ଜଣେ ଜଣେ ମାସକୁ ନେଉଥିଲେ ୨୦ ଲକ୍ଷ।  କାମଥିଲା କଳାଟଂକା କୁ ସୁରକ୍ଷା । କିନ୍ତୁ କେବେ ସାମ୍ନାକୁ ଆସିବ ଏହି ଦୁଇ ଦଲାଲ ଙ୍କ ଚେହେରା ? ଡାଏରି ସାମ୍ନାକୁ ଆସିବା ପରେ ଏବେ ଏହି ତିନି ନେତାଙ୍କ ବିପି ବଢିଯାଇଥିବା ଶୁଣିବାକୁ ମିଳୁଛି । 

Share this story