ବିଧାୟକ ବିଷ୍ଣୁବ୍ରତଙ୍କ ପାଇଁ ମାଡ଼ ଖାଇଲେ କି ଯୋଗାଣ ଅଧିକାରୀ ? ଦେଖନ୍ତୁ Exclusive ଭିଡିଓ

Do civil supplies officer was beaten up for MLA Bishnubrata Routray

ଓଡ଼ିଆ ଗସିପ ବ୍ୟୁରୋ: ରାଜ୍ୟ ସରକାର ଖଟିଖିଆ, ଦିନ ମଜୁରିଆ ତଥା ଆର୍ଥିକ ଅନଗ୍ରସରଙ୍କ ପାଇଁ ରାସନ କାର୍ଡ ର ବ୍ୟବସ୍ଥା କରିଛନ୍ତି । ହେଲେ ସାଧାରଣ ଲୋକଟିଏ ଯଦି ତାର ନ୍ୟାର୍ଯ୍ୟ ଦାବି ନପାଇବ ତେବେ ପରିସ୍ଥିତି ସାଙ୍ଘାତିକ ହେବା ସ୍ବାଭାବିକ । ଏଭଳି ଗୋଟିଏ ଘଟଣା ଦେଖିବାକୁ ମିଳିଛି ବାସୁଦେବପୁରରେ । ଉତ୍ତ୍ୟକ୍ତ ଲୋକେ ଜଣେ ଯୋଗାଣ ଅଧିକାରୀଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି । ସେ ଅଫିସରେ ବସିଥିବା ବେଳେ ତାଙ୍କ ଚୌକିରୁ ଉଠାଇ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି ।

ଖାଉଟିଙ୍କ ଆଖି ଆଗରେ ସେମାନଙ୍କ ରେସନ କୁ ଡିଲର ମାନେ ଗିଳି ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି, ଡିଲର କାହା ଛାତ୍ରଛାୟାରେ ରହି ଗରିବଙ୍କ ରାସନ ଲୁଟୁଛନ୍ତି ? ବାସୁଦେବପୁର ବ୍ଲକ କରଞ୍ଜଆଡିଆ ଗ୍ରାମପଞ୍ଚାୟତ ର କିଏ ସେହି ବାହୁବଳୀ ନେତା ଯାହାଙ୍କ ପ୍ରୋତ୍ସାହନରେ ଡିଲରଙ୍କୁ ମିଳିଛି ଅଖଣ୍ଡ କ୍ଷମତା ?  ଡିଲର ନେତ୍ରମଣୀ ସାହୁ ଙ୍କୁ ସହଯୋଗ କରି ମାଲାମାଲ ହେଉନାହାନ୍ତି ତ ଏହି ନେତା ? କାହା ସାହସ ବଳରେ ଗୋଟା ଚାଉଳ ଓ କଞ୍ଚା ଗହମ ଗିଳିବାରେ ସକ୍ଷମ ହେଉଛନ୍ତି ଡିଲର ନେତ୍ରମଣୀ ? ଏଭଳି ପ୍ରଶ୍ନ ଏବେ ବାସୁଦେବପୁର ଲୋକଙ୍କ ମନରେ ଉଙ୍କି ମାରୁଛି ।

ଅଧିକ ପଢ଼ନ୍ତୁ: ଜନ୍ମାଷ୍ଟମୀ ଅର୍ଦ୍ଧରାତ୍ରିର ଅମୃତ ବେଳାରୁ ଏହି 5ଟି ରାଶିରେ ଧନର ବର୍ଷା, ହେବେ ମାଲାମାଲ୍, ଜାଣନ୍ତୁ ରାଶି ଗୁଡିକର ନାମ ?

ଏସବୁ ଭିତରେ କରିତକର୍ମା ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ପାରିବାପଣିଆ ନେଇ ଉଠିଛି ପ୍ରଶ୍ନ । ରୋମ ଜଳୁଥିବା ବେଳେ ସମ୍ରାଟ ଲୁଇ ନୀରବରେ ବୀଣା ବାଦନ ସହ ସୁରାପାନ କରୁଥିବା ଭଳି ବିଧାୟକ ବିଷ୍ଣୁବ୍ରତଙ୍କ ମୌନ ବ୍ରତ ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଣେ ଜନ ପ୍ରତିନିଧି ଭାବେ କାହିଁକି ଘଟଣାସ୍ଥଳକୁ ଗଲେନି ବିଷ୍ଣୁବ୍ରତ ? ତାଙ୍କ ବୋଲକରା ମାନେ କରୁଥିଲେ କଣ? କାହିଁକି ଜଣେ ଜନଜାତି ର ଅଫିସରଙ୍କୁ ଯୋଗାଇ ଦିଆଗଲା ନାହିଁ ସୁରକ୍ଷା?

ଘଟଣା ପଛର ରହସ୍ୟ ଭିତରେ ବିଡିଓ ସତ୍ୟଜିତ ରାଉତ ଙ୍କ ଭୂମିକା ଏବେ ସନ୍ଦେହ ଘେରରେ । ଏ ବାବୁ କୁଆଡେ ଉତ୍ୟକ୍ତଙ୍କୁ ଉସୁକାଉଥିଲେ । ବ୍ଲକ ଭିତରେ ରହି ନଖ ଘଷୁଥିଲେ । ଦୀର୍ଘ ସମୟ ଧରି ବ୍ଲକ ପରିସରରେ ଉତେଜନା ଲାଗି ରହିଥିବା ବେଳେ ବୁଝାସୁଝା କରିବା ବଦଳରେ ଯୋଗାଣ ବିଭାଗ ଅଧିକାରୀ ଅଜୟ ଦାସଙ୍କୁ ସେଠାକୁ ଡାକିଥିଲେ ଏହି ବିଡ଼ିଓ । ଉତ୍ୟକ୍ତ ମହିଳା ମାନଙ୍କ ନିକଟରେ ଯୋଗାଣ ଅଧିକାରୀଙ୍କୁ ଛାଡ଼ିଦେଇ ଚମ୍ପଟ ମାରିଥିଲେ ବି. ଡି. ଓ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । 

ବ୍ଲକ ଫାଟକ ଠାରୁ ପୌରପାଳିକା ଛକ ପର୍ଯ୍ୟନ୍ତ ତିନି ଶହ ମିଟର ଜଣେ ଅଧିକାରୀଙ୍କୁ ରାସ୍ତାରେ ଘୋଷାରି ଘୋଷାରି ମାଡ ହେଉଥିବା ବେଳେ ବି. ଡି. ଓ ଏସବୁର ମଜା ନେଉଥିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଲୋକେ । ଏପରିକି ପୋଲିସ ଅଫିସରଙ୍କ ସମ୍ମୁଖରେ ଅଧିକାରୀ ଜଣଙ୍କୁ ଟାଣି ଟାଣି ନେବା ଦୃଶ୍ୟ ବିଚଳିତ କରିଛି । ଥାନାଠାରୁ ୩୦ ମିଟର ଦୂରରେ ଏତେ ବଡ଼ ଘଟଣା ଘଟିଯାଇଥିବା ବେଳେ ଖାକି ସାଜିଥିଲା ନିରାଵଦ୍ରଷ୍ଟା ।

ଅଧିକ ପଢ଼ନ୍ତୁ: ଗଞ୍ଜାମ ମାଟିରୁ ତାମିଲ ଦବାଙ୍ଗ IAS କରିବେ ରାଜନୀତିରେ ଏଣ୍ଟ୍ରି, BJD ର ନୂଆ ପାଲିଟିକାଲ ପ୍ଲାନ ଆରମ୍ଭ...

ଜଣେ ସରକାରୀ କର୍ମଚାରୀ ଙ୍କୁ ସାଧାରଣ ଜନତାଙ୍କ ଦ୍ୱାରା ମାଡ କୁଆଇ ବିଧାୟକଙ୍କ ପାଇଁ ଭୋଟ ବ୍ୟାଙ୍କ ସୃଷ୍ଟି କରୁଥିବା ଖବର ଏବେ ଉପର ମହଲରେ । ସରକାରୀ ଗାଇଡ଼ଲାଇନ ଅନୁଯାଇ ସାଧାରଣରେ ପାନ, ବିଡ଼ି, ସିଗାରେଟ, ମଦ୍ୟ ସମ୍ପୂର୍ଣ୍ଣ ବେଆଇନ ଥିବା ବେଳେ ବି. ଡି. ଓ ବାବୁଙ୍କ ରସିକ ପଣ ଟିକେ ଅଲଗା! ପାନ ଖାଇ ଓଠ କୁ ନାଲି ନକଲେ ତାଙ୍କର କୁଆଡେ ଭାତ ହୁଏନି ହଜମ! ଏଣୁ ମହିଳା ମାନେ ବ୍ଲକ ପରିସରରେ ଯୋଗାଣ ବିଭାଗ ଅଧିକାରୀଙ୍କୁ ମାଡ ମାରୁଥିବା ବେଳେ ବାବୁ କୁଆଡେ ଖିଲି ପାନ ଖାଇ ସେଠୁ ମାରିଥିଲେ ଚମ୍ପଟ!

ଦେଖନ୍ତୁ ଭିଡ଼ିଓ:

କଥା ହେଉଛି ଯୋଗାଣ ଅଧିକାରୀ ଛେଚା ଖାଇଲେ, ପି. ଡି. ଏସ ହିତାଧିକାରୀ ମହିଳା ମାନଙ୍କ ନାମରେ 505/23ରେ ଥାନାରେ ମାମଲା ରୁଜୁ ହେଲା! ଗିରଫ ହୋଇପାରନ୍ତି ଅନେକ ମାଡ ମାରିଥିବା ମହିଳା! ହେଲେ ବିଧାୟକ ଙ୍କର ଖାସ ଅନୁଗତ ଡିଲର ଯିଏ ଚାଉଳ, ଗହମ ହଜମ କରିଛନ୍ତି, ସେ ଡିଲର ଏବେ କେଉଁଠି ? ବିଧାୟକ ତାଙ୍କୁ ଖସାଇବାକୁ ଉଦ୍ୟମ କରିନାହାନ୍ତି ତ ? ବିଧାୟକ, ଡିଲର, ବିଡ଼ିଓଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସାଧାରଣ ଲୋକେ ବଳି ପଡୁଥିବା ବେଳେ ଏହାର ଜବାବ ଆଗାମୀ ନିର୍ବାଚନ ରେ ଦିଆଯିବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

Share this story