ନୃଶଂସ ପୁଅର ଉନ୍ମତ୍ତ କାଣ୍ଡ, ଟାଙ୍ଗିଆରେ ବାପା-ମା’ କୁ ଆକ୍ରମଣ, ବାପା ମୃତ, ମାଆ ଗୁରୁତର
 

Son kills father over family feud in Keonjhar
ଟାଙ୍ଗିଆରେ ବାପା-ମା’ କୁ ଆକ୍ରମଣ
 

ଓଡ଼ିଆ ଗସିପ୍ ବ୍ୟୁରୋ: ନୃଶଂସ ପୁଅର ଉନ୍ମତ୍ତ କାଣ୍ଡ । ପାରିବାରିକ କଳହର କରୁଣ ପରିଣତି । ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ୍ୟୁବରଣ କରିଥିବାବେଳେ ମା’ ଗୁରୁତର ଆହତ ହୋଇଛନ୍ତି । ଆହତ ମା’ଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ଆଧିକ ପଢନ୍ତୁ : ୧୨ ବର୍ଷ ପରେ ଏଭଳି ସଂଯୋଗ, ବୃଷ ରାଶିରେ ବୃହସ୍ପତି ଚଳନ! ଏହି ୪ ରାଶିକୁ ମିଳିବ ଶୁଭଫଳ 

ଚମ୍ପୁଆ ଥାନା ଅନ୍ତର୍ଗତ ଗତ କାଳିକାପ୍ରସାଦ ପଂଚାୟତ ବସିରା ଗ୍ରାମରେ ଘଟିଛି ଏପରି ଏକ ଲୋମହର୍ଷଣକାରି ଘଟଣା lଖବର ଅନୁସାରେ ଆଜି ସକାଳ ପ୍ରାୟ ୮ଟା ସମୟରେ ଘରେ କୌଣସି କାରଣବଶତଃ ବାପା ଗୋରା ମୁଣ୍ଡା ଏବଂ ପୁଅ ଧ୍ୟାନ ମୁଣ୍ଡା ସହିତ ପ୍ରବଳ ପାଟି ତୁଣ୍ଡ ହୋଇଥିଲା । ପୁଅ ଧ୍ୟାନ ମୁଣ୍ଡା ଉଭୟ ବାପା ଗୋରା ମୁଣ୍ଡା ଏବଂ ମା’ ପାଲି ମୁଣ୍ଡାକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । 

ଆଧିକ ପଢନ୍ତୁ: ସିଜରିଆନ୍ ଜନ୍ମର କେତେ ଦିନ ପରେ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ? ଜାଣି ନାହାନ୍ତି ଯଦି ନିହାତି ଜାଣନ୍ତୁ 

ଏଥିରେ ବାପା ଗୋରା ମୁଣ୍ଡାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ମା’ ପାଲି ମୁଣ୍ଡାଙ୍କୁ ଗୁରୁତର ଅବସ୍ଥାରେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ଖବର ପାଇ ଚମ୍ପୁଆ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ପୁଅକୁ ଅଟକ ରଖି ଶବକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।

ଆଧିକ ପଢନ୍ତୁ: ଦ୍ବିତୀୟ ସନ୍ତାନ ପାଇଁ କରୁଛନ୍ତି କି ପ୍ଲାନ? ଜାଣନ୍ତୁ ସଠିକ୍ ସମୟ ବ୍ୟବଧାନ କେତେ ରହିବା ଉଚିତ୍
 

Share this story