୧୯ଟି ନୂଆ ପ୍ରକଳ୍ପ ପାଇଁ ବିନିଯୋଗ ହେବ ୩,୬୬୩ କୋଟି ଟଙ୍କା, ୧୩ ହଜାର ୬୬୩ ନିଯୁକ୍ତି ସମ୍ଭାବନା
 

Single window approved for 19 new projects
୧୯ଟି ନୂଆ ପ୍ରକଳ୍ପ ପାଇଁ ବିନିଯୋଗ ହେବ ୩,୬୬୩ କୋଟି ଟଙ୍କା
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି ଅନୁଷ୍ଠିତ ୧୨୨ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ) ବୈଠକରେ ଓଡ଼ିଶାର ଶିଳ୍ପ ବିକାଶର ଉତ୍କର୍ଷତା ଅଭିମୁଖେ ଯାତ୍ରାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଆଜିର ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ ବୈଠକରେ ୧୯ଟି ରୂପାନ୍ତରଣକାରୀ ପ୍ରକଳ୍ପକୁ ଅନୁମୋଦନ ଦିଆଯିବା ସହ ଶିଳ୍ପ କ୍ଷେତ୍ରରେ ଏକ ପସନ୍ଦର ନିବେଶ ସ୍ଥଳ ଭାବେ ଏହା ରାଜ୍ୟର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି । 

ଅଧିକ ପଢ଼ନ୍ତୁ: ଡାଇବେଟିସ ହେବା ପୂର୍ବରୁ ଶରୀରରେ ଦେଖା ଦିଏ ଏସବୁ ଲକ୍ଷଣ, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ

ବୈଠକରେ ମୋଟ ୩,୬୬୩ କୋଟି ଟଙ୍କା ବିନିଯୋଗରେ ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ପ୍ରାୟ ୧୩,୬୬୩ ନିଯୁକ୍ତି ସୃଷ୍ଟି ହେବର ଲକ୍ଷ୍ୟ ରହିଛି, ଯାହା ରାଜ୍ୟର ନିଯୁକ୍ତି ସୃଷ୍ଟି ଏବଂ ନିରନ୍ତର ବିକାଶ ପାଇଁ ଦୃଢ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।

ଅଧିକ ପଢ଼ନ୍ତୁ: ଲିଭର ସୁସ୍ଥ ରହିଲେ ମିଳିବ ଅନେକ ରୋଗରୁ ରକ୍ଷା, ଜାଣନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ

୧୨୨ତମ ଏସଏଲଏସଡବ୍ଲୁସିଏ ଏକାଧିକ ଶିଳ୍ପ କ୍ଷେତ୍ରରେ ବିବିଧତା ଆଣିବା ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ଦର୍ଶାଯାଇଥିଲା । ଓଡ଼ିଶାର ଉତ୍ପାଦନ କ୍ଷମତାକୁ ଆହୁରି ସୁଦୃଢ଼ କରୁଥିବା ପୋଷାକ ଏବଂ ବୟନ ଶିଳ୍ପ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇ ପ୍ରକଳ୍ପଗୁଡିକୁ ଅନୁମୋଦନ କରାଯାଇଥିଲା । ଆଧୁନିକ ଉତ୍ପାଦନ ଓ ସ୍ଥାୟୀ ସାମଗ୍ରୀ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ପ୍ଲାଷ୍ଟିକ ଶିଳ୍ପକୁ ପ୍ରୋତ୍ସାହନ ମିଳିଛି ।

ରାଜ୍ୟର ସମୃଦ୍ଧ ଖଣିଜ ସମ୍ପଦ ଅଂଚଳ ଏବଂ ଧାତବ ବିଜ୍ଞାନ ଦକ୍ଷତା ଉପରେ ଆଲୋକପାତ କରାଯିବା ପୂର୍ବକ ଉଭୟ ପ୍ରାଥମିକ ଇସ୍ପାତ ଶିଳ୍ପ ଓ ଇସ୍ପାତ ଉପରେ ନିର୍ଭରଶୀଳ ଡାଉନ୍ ଷ୍ଟ୍ରିମ୍ ଶିଳ୍ପ ପ୍ରକଳ୍ପଗୁଡିକର ଅନୁମୋଦନ କରାଯାଇଥିଲା । ସ୍ଥାୟୀ ଏବଂ ସବୁଜ ଶକ୍ତି ସମାଧାନ ପାଇଁ ଓଡ଼ିଶାର ପ୍ରତିବଦ୍ଧତାର ପ୍ରତିଫଳନ ସ୍ୱରୂପ ଅକ୍ଷୟ ଶକ୍ତି ଏକ ପ୍ରାଥମିକତା ଭାବରେ ଉଭା ହୋଇଛି । ରାଜ୍ୟର କୃଷି ସମ୍ଭାବନାକୁ ଉପଯୋଗ କରାଯାଇ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଛି ।

ଅଧିକ ପଢ଼ନ୍ତୁ: ମଙ୍ଗଳ ଗ୍ରହର ଗୋଚର ଫଳରେ ଏହି ରାଶି ହେବେ ମାଲାମାଲ, ହାତକୁ ଆସିବ ପ୍ରବଳ ଟଙ୍କା

ବିଶେଷ କରି ଦ୍ରବ୍ୟ ପରିବହନ କ୍ଷେତ୍ରରେ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ପର୍ଯ୍ୟଟନ କ୍ଷେତ୍ରର ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଓଡ଼ିଶାର ସାଂସ୍କୃତିକ ଓ ପ୍ରାକୃତିକ ଆକର୍ଷଣର ଫାଇଦା ଉଠାଇବା ପାଇଁ ପ୍ରୋତ୍ସାହିତ କରାଯାଇଥିଲା । ୧୦ଟି ଜିଲ୍ଲାରେ ଏହି ସବୁ କ୍ଷେତ୍ରରେ ବ୍ୟାପକ ଶିଳ୍ପ ବିକାଶ ରଣନୀତିର ସଙ୍କେତ ଦେଉଛି ।

ହଂକଂର ଏକ ପୋଷାକ ନିର୍ମାତା “ଏପିକ୍ ଗ୍ରୁପ୍” ବିଶ୍ୱର କେତେକ ଅଗ୍ରଣୀ ବ୍ରାଣ୍ଡ୍ ର ସେବା ପାଇଁ ପ୍ରସିଦ୍ଧ, ଯାହା ଓଡ଼ିଶାରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ)କୁ ପ୍ରୋତ୍ସାହିତ କରିବାକୁ ଯାଉଛି । “ଏପିକ୍ ଗ୍ରୁପ୍” ଗ୍ରୁପର ସହାୟକ ସଂସ୍ଥା “ଟ୍ରାଇମେଟ୍ରୋ ଗାର୍ମେଣ୍ଟସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍” ଏହାର ପୋଷାକ ଉତ୍ପାଦନ ସୁବିଧା ପାଇଁ ୩୭୬.୮୫ କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା କରୁଛି, ଯାହାଫଳରେ ଖୋର୍ଦ୍ଧାରେ ୭,୦୫୦ ଜଣଙ୍କୁ ନିଯୁକ୍ତି ମିଳିବାର ସୁଯୋଗ ସୃଷ୍ଟି ହୋଇଛି ।

ଅଧିକ ପଢ଼ନ୍ତୁ: ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପଡିବ ପ୍ରଭାବ, ଅକ୍ଟୋବର ୧ରୁ ବଦଳୁଛି ବ୍ୟାଙ୍କର ଏହି ୭ ନିୟମ

ଟାଇମ୍ ଟେକ୍ନୋପ୍ଲାଷ୍ଟ ଲିମିଟେଡ୍ ଏବଂ ଓରିକନ୍ ଏଣ୍ଟରପ୍ରାଇଜ୍ ଲିମିଟେଡ୍ ଯଥାକ୍ରମେ ୫୭.୦୦ କୋଟି ଟଙ୍କା ଏବଂ ୯୦.୦୦ କୋଟି ଟଙ୍କା ନିବେଶରେ ଖୋର୍ଦ୍ଧାରେ ସେମାନଙ୍କ ଉତ୍ପାଦନ ୟୁନିଟ୍ ସହିତ ପ୍ଲାଷ୍ଟିକ୍ କ୍ଷେତ୍ରର ଉନ୍ନତି କରିବାକୁ ଯାଉଛନ୍ତି । ନେଜୋନ୍ ଷ୍ଟିଲ୍ ଉତ୍କଳ ଏଲଏଲପି, ଆଡଭାନ୍ସ ଷ୍ଟିଲ୍ ଟ୍ୟୁବସ୍ ଲିମିଟେଡ୍, ନିର୍ମଳ ଷ୍ଟିଲସ୍ ପ୍ରାଇଭେଟ୍ ଲିମିଟେଡ୍, ରୁଙ୍ଗଟା ମାଇନ୍ସ ଲିମିଟେଡ୍, ଫେରୋ ଟେକ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଏବଂ ସୁପର ସୋନିକ୍ ଲଜିଷ୍ଟିକ୍ ପ୍ରାଇଭେଟ୍ ଲିମିଟେଡ୍ ସମେତ ଅନେକ କମ୍ପାନୀର ପୁଞ୍ଜିନିବେଶ ଯୋଗୁଁ ରାଜ୍ୟରେ ଇସ୍ପାତ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । 

କଳିଙ୍ଗନଗର, ଢେଙ୍କାନାଳ ଓ ସୁନ୍ଦରଗଡ଼ ଭଳି ଅଞ୍ଚଳରେ ଏହି କମ୍ପାନିଗୁଡ଼ିକ ସାମଗ୍ରିକ ଭାବେ ୨ହଜାର କୋଟିରୁ ଅଧିକ ଟଙ୍କା ନିବେଶ କରିଛନ୍ତି । ଉଲ୍ଲେଖଯୋଗ୍ୟ, ନେଜୋନ ଷ୍ଟିଲ୍ ଉତ୍କଳ ଏଲଏଲପି ଏହାର ଦ୍ୱିତୀୟ ୟୁନିଟ୍ ପ୍ରତିଷ୍ଠା ସହିତ ଏହାର ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ ଯାଉଛି ।ଅକ୍ଷୟ ଶକ୍ତି କ୍ଷେତ୍ରରେ ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ୍ (ଏମସିଏଲ୍) ଏବଂ ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍ (ଓପିଜିସିଏଲ୍) ଯଥାକ୍ରମେ ୨୯୭.୬୧ କୋଟି ଟଙ୍କା ଏବଂ ୨୧୫.୦୦ କୋଟି ଟଙ୍କା ବିନିଯୋଗରେ ସୌର ଶକ୍ତି ପ୍ଲାଣ୍ଟ ଆରମ୍ଭ କରୁଛନ୍ତି । 

ଅଧିକ ପଢ଼ନ୍ତୁ: ସେକ୍ସ ଟାଇମିଂକୁ ନେଇ କନଫ୍ୟୁଜ୍ କି? ପାର୍ଟନରଙ୍କ ଶୀଘ୍ର ପତନ ପାଇଁ ଚିନ୍ତିତ ? ଜାଣନ୍ତୁ କଣ କରିବେ

ଚନ୍ଦନପୁରସ୍ଥିତ ପ୍ରଗତି ମିଲ୍କ ପ୍ରଡକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ର ଆଇସ୍କ୍ରିମ୍ ଓ ବେକ୍ଡ୍ ପ୍ରଡକ୍ଟ ଉତ୍ପାଦନ କାରଖାନା ଏବଂ ପାରଳାଖେମୁଣ୍ଡିସ୍ଥିତ କୋଷ୍ଟାଲ୍ ବାୟୋଟେକ୍ ପ୍ରାଇଭେଟ୍ ଲିମିଟେଡ ର ଆଧୁନିକ ରାଇସ୍ ମିଲ୍ ଭଳି ଘରୋଇ କମ୍ପାନୀରୁ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଉପକୃତ ହେବାକୁ ଯାଉଛି । ଉଭୟ ଗତି ଶକ୍ତି ମଲ୍ଟି-ମୋଡାଲ୍ ଟର୍ମିନାଲ ଯୋଜନା ଅଧୀନରେ ଘରୋଇ ଫ୍ରେଟ୍ ଟର୍ମିନାଲ ସ୍ଥାପନ କରୁଥିବା କୋଲି କମର୍ସିଆଲ ଏଲଏଲପି ଏବଂ ବିମଳା ଇନଫ୍ରାଷ୍ଟ୍ରକଚର (ଇଣ୍ଡିଆ) ପ୍ରାଇଭେଟ ଲିମିଟେଡ ଭଳି ପ୍ରକଳ୍ପ ଦ୍ୱାରା ଭିତ୍ତିଭୂମି ବିକାଶକୁ ପ୍ରୋତ୍ସାହନ ମିଳିବ । 

କୃପାଳୁ କୁଞ୍ଜ ପକ୍ଷରୁ ଯାଜପୁରରେ ବାର୍ଷିକ ୪୬ ହଜାର ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ କମ୍ପ୍ରେସଡ ବାୟୋଗ୍ୟାସ୍ ଓ ଫର୍ମେଣ୍ଟେଡ୍ ଜୈବିକ ସାର କାରଖାନା ସ୍ଥାପନ କରାଯାଉଛି, ଯେଉଁଥିରେ ୭୩.୨୫ କୋଟି ଟଙ୍କା ବିନିଯୋଗ ଓ ୧୩୮ ନିଯୁକ୍ତି ସମ୍ଭାବନା ରହିଛି । ସେହିପରି ପାରାଦୀପ, ଜଗତସିଂହପୁରରେ ମେଫେୟାର ହୋଟେଲ ଆଣ୍ଡ ରିସୋର୍ଟସ ଲିମିଟେଡର କନଭେନସନ ସେଣ୍ଟର ଏଠାରେ ୨୦ଟି କୋଠରୀ ପ୍ରତିଷ୍ଠା ଯୋଗେ ଏହାର କ୍ଷମତାକୁ ସଂପ୍ରସାରିତ ଫଳରେ ଏହା ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଉଜ୍ଜ୍ୱଳ କରିବାର ସମ୍ଭାବନା ରଖୁଛି । 

ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

ପୋଷାକଠାରୁ ଆରମ୍ଭ କରି ଅକ୍ଷୟ ଶକ୍ତି ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ରହିଥିବା ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ବହୁମୁଖୀ ଅଭିବୃଦ୍ଧି ରଣନୀତିକୁ ଦର୍ଶାଉଛି । ଏହି ଉଦ୍ୟୋଗଗୁଡ଼ିକ ଯେତିକି ପାଖେଇ ଆସୁଛି, ଓଡ଼ିଶା ଶିଳ୍ପ ଅଭିବୃଦ୍ଧି ଓ ଉଦ୍ଭାବନ କ୍ଷେତ୍ରରେ ଦ୍ରୁତ ବିକାଶର ଧାରା ବଜାୟ ରଖୁଛି । ପାରମ୍ପରିକ ସମ୍ବଳର ସୁବିଧାକୁ ଆଧୁନିକ ଉଦ୍ଭାବନ ସହ ମିଶାଇ ଓଡ଼ିଶା ଆଜି ଶିଳ୍ପ ପୁନରୁଦ୍ଧାରରେ ଆଗକୁ ବଢୁଛି । ରାଜ୍ୟର ରଣନୈତିକ ଦୃଷ୍ଟିକୋଣ, ସ୍ଥାୟୀ ଏବଂ ସାମଗ୍ରିକ ଅଭିବୃଦ୍ଧି ପ୍ରତି ଏହାର ପ୍ରତିବଦ୍ଧତା ସହିତ ଏହା କେବଳ ଜାତୀୟ ଏବଂ ବୈଶ୍ୱିକ ନିବେଶକମାନଙ୍କୁ ଆକୃଷ୍ଟ କରୁନାହିଁ ବରଂ ସାମଗ୍ରିକ ବିକାଶ ପାଇଁ ଏକ ମାନଦଣ୍ଡ ମଧ୍ୟ ସ୍ଥାପିତ କରୁଛି । 

ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏହା ନିଶ୍ଚିତ ଭାବେ ଓଡ଼ିଶାର ଶିଳ୍ପ ଦକ୍ଷତା ଓ ଅର୍ଥନୈତିକ ସମୃଦ୍ଧିର କ୍ଷମତାକେନ୍ଦ୍ର ହେବା ଦିଗରେ ଏହାର ଯାତ୍ରାକୁ ପ୍ରୋତ୍ସାହିତ କରିବ । ଏସବୁକୁ ଆଖି ଆଗରେ ରଖି ଓଡିଶା ସମସ୍ତଙ୍କୁ “ଆସ, ମହାକୁମ୍ଭରେ ଯୋଗ ଦିଅ”, ଆହ୍ୱାନ ଦେଇ ରାଜ୍ୟରେ ଶିଳ୍ପ ବିକାଶରେ ଅଗ୍ରଣୀ ଭୂମିକା ନିର୍ବାହ କରିଛି ।

Share this story