ଅବସରପ୍ରାପ୍ତ ଆରଆଇଙ୍କୁ ୪ବର୍ଷ ଜେଲ୍ ଦଣ୍ଡ, ପେନସନ୍ ଟଙ୍କା ବନ୍ଦ! ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ
ଓଡ଼ିଆ ଗସିପ୍ ବ୍ୟୁରୋ: ଲାଞ୍ଚ ମାମଲାରେ କେଉଁଝର ଜିଲ୍ଲା ସଦର ତହସିଲ ରାଇସୁଆନ୍ ସର୍କଲର ପୂର୍ବତନ ଆରଆଇ(ରାଜସ୍ୱ ନିରୀକ୍ଷକ)ବାଞ୍ଝାନିଧି ଶତପଥିଙ୍କୁ ୪ବର୍ଷ ଜେଲ୍ ଦଣ୍ଡ ସହ ୨ହଜାର ଟଙ୍କା ଜରିମାନା ହୋଇଛି। ଜରିମାନା ଅନାଦେୟ ହେଲେ ଅଧିକ ୨ମାସ ଅଧିକ ସଜା ଭୋଗିବାକୁ କୁହାଯାଇଛି।
ତାଙ୍କ ବିରୋଧରେ ହୋଇଥିବା ସାକ୍ଷୀ ଏବଂ ପ୍ରମାଣ ଆଧାରରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ରାୟ ଶୁଣାଇଛନ୍ତି। ଏହି ରାୟ ଆସିବା ପରେ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଏଥିସହ ତାଙ୍କର ପେନ୍ସନ ବନ୍ଦ କରିବା ପାଇଁ ଭିଜିଲାନ୍ସ ପକ୍ଷରୁ କମ୍ପିଟାଣ୍ଟ ଅଥରଟିକୁ ଚିଠି ଲେଖାଯାଇଛି।
ଆଧିକ ପଢନ୍ତୁ: ଦ୍ବିତୀୟ ସନ୍ତାନ ପାଇଁ କରୁଛନ୍ତି କି ପ୍ଲାନ? ଜାଣନ୍ତୁ ସଠିକ୍ ସମୟ ବ୍ୟବଧାନ କେତେ ରହିବା ଉଚିତ୍
ସୂଚନା ଅନୁସାରେ ଅଭିଯୋଗକାରୀଙ୍କ ଜମି ବଣ୍ଟନ ପାଇଁ ଆବେଦନ କରିଥିଲେ। ଶୀଘ୍ର କରିବା ଏବଂ ପକ୍ରିୟା ପାଇଁ ଲାଞ୍ଚ ମାଗିଥିଲେ ବାଞ୍ଝାନିଧି। ଳାଞ୍ଚ ଟଙ୍କା ନଦେଲେ ହେବ ନାହିଁ ବୋଲି ରୋକ୍ଠୋକ କହିଥିଲେ। ଏନେଇ ଭିଜିଲାନ୍ସରେ ଅଭିଯୋଗ ହେବା ପରେ ତାଙ୍କୁ ଗିରଫ କରିବା ପାଇଁ ଭିଜିଲାନ୍ସ ଜାଲ ବିଛାଇଥିଲା।
ଆଧିକ ପଢନ୍ତୁ : ୧୨ ବର୍ଷ ପରେ ଏଭଳି ସଂଯୋଗ, ବୃଷ ରାଶିରେ ବୃହସ୍ପତି ଚଳନ! ଏହି ୪ ରାଶିକୁ ମିଳିବ ଶୁଭଫଳ
ପୂର୍ବତନ ଆରଆଇ ବାଞ୍ଝାନିଧି ଅଫିସ୍ ଭିତରେ ଲାଞ୍ଚ ଟଙ୍କା ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଯାଇଥିଲେ। ତାଙ୍କୁ ଯାଞ୍ଚ କରିବା ପରେ ତାଙ୍କ ପକେଟ୍ରୁ ଲାଞ୍ଚ ଟଙ୍କା ମିଳିବା ସହ ତାଙ୍କ ହାତକୁ ପାଣିରେ ଧୋଇଥିଲେ। ହାତ ଧୁଆଯିବା ପରେ କେମିକାଲ ଯୁକ୍ତ ମିଳିବା ପରେ ତାଙ୍କ ନାମରେ ଲାଞ୍ଚ ମାମଲା ରୁଜୁ କରାଯାଇ ଗିଫ କରାଯାଇଥିଲା। ତାଙ୍କ ବିରୋଧରେ ତଦନ୍ତ ଅଧିକାରୀ ପ୍ରମାଣ ଏବଂ ସାକ୍ଷୀ ଦେବା ଫଳରେ ତାଙ୍କୁ ସଜା ହୋଇଛି।
ଆଧିକ ପଢନ୍ତୁ: ସିଜରିଆନ୍ ଜନ୍ମର କେତେ ଦିନ ପରେ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ? ଜାଣି ନାହାନ୍ତି ଯଦି ନିହାତି ଜାଣନ୍ତୁ