ପୁନର୍ଗଠିତ ହେଲା ବିଜୁ ଶ୍ରମିକ ସାମୁଖ୍ୟ, ପ୍ରଣବ ପ୍ରକାଶ ଦାସ ମୁଖ୍ୟ ଉପଦେଷ୍ଟା, ଦେଖନ୍ତୁ ସମସ୍ତ ସଦସ୍ୟଙ୍କ ତାଲିକା 

Pranab Prakash Das was appointed as chief advisor of Biju Sramika Samukhya
ପୁନର୍ଗଠିତ ହେଲା ବିଜୁ ଶ୍ରମିକ ସାମୁଖ୍ୟ

ଓଡ଼ିଆ ଗସିପ୍ ବ୍ୟୁରୋ: ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି ବିଜୁ ଶ୍ରମିକ ସାମୁଖ୍ୟର ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତ କରାଯାଇଛି । ବିଜେଡି ସଂଗଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ବିଜୁ ଶ୍ରମିକ ସାମୁଖ୍ୟର ମୁଖ୍ୟ ଉପଦେଷ୍ଟା ଦାୟିତ୍ୱ ପ୍ରଦାନ କରାଯାଇଛି ।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ସେହିପରି ଦେବାଶିଷ ସାମନ୍ତରାୟ ଓ ପ୍ରଭାସ କୁମାର ସିଂଙ୍କୁ ସାମୁଖ୍ୟର ଉପଦେଷ୍ଟା ଭାବେ ନିଯୁକ୍ତ କରାଯାଇ ଥିବା ବେଳେ ପ୍ରଫୁଲ୍ଲ କୁମାର ମଲ୍ଲିକ୍‌ଙ୍କୁ ଏହାର ରାଜ୍ୟ ସଭାପତି ଭାବେ ନିଯୁକ୍ତ କରାଯାଇଛି ।

ଅଧିକ ପଢ଼ନ୍ତୁ: ଚାଣକ୍ୟ ନୀତି ଅନୁଯାୟୀ ଭୁଲ୍‌ରେ ବି ସ୍ତ୍ରୀଙ୍କୁ କୁହନ୍ତୁନି ଏହି ୪ ଟି କଥା, ଶାନ୍ତିରେ ବଞ୍ଚିବା ବି ହୋଇଯିବ କାଠିକର ପାଠ

ସୁବାସ ସିଂ ସାଧାରଣ ସମ୍ପାଦକ ପଦ ପାଇଥିବା ବେଳେ କେନ୍ଦ୍ରୀୟ ସଂଯୋଜକ ଭାବେ ପ୍ରୀତିରଞ୍ଜନ ଘଡ଼ାଇ, ପ୍ରଣବ ବଳବନ୍ତରାୟ, ନିରଞ୍ଜନ ବିଶି, ବିକ୍ରମ କୁମାର ପଣ୍ଡା, ଜୁଗଳ କିଶୋର ନାୟକ, ନବ କିଶୋର ମହାନ୍ତି, ପଞ୍ଚାନନ ସେନାପତି, ବୈଦ୍ୟନାଥ ଦାସ, ରାଜୀବ ମହାନ୍ତି ଏବଂ ଜଗଦିଶ ବିଶ୍ୱାଳଙ୍କୁ ନିଯୁକ୍ତ କରାଯାଇଛି ।

Biju Sramika Samukhya

ଅଧିକ ପଢ଼ନ୍ତୁ: ପ୍ରତିଦିନ ସେକ୍ସ କଲେ ଶରୀରକୁ ମିଳିଥାଏ ଏହି ୧୦ଟି ଜବରଦସ୍ତ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

Share this story