ଗାଁରେ ଆତଙ୍କ! ବାରିପଟକୁ ପରିଶ୍ରା କରିବାକୁ ଯାଇଥିବା ବେଳେ ବ୍ୟକ୍ତିଙ୍କୁ ଦଳି ମାରି ଦେଲା ହାତୀ
 

One Died After Elephant Attacks In Banki
ବ୍ୟକ୍ତିଙ୍କୁ ଦଳି ମାରି ଦେଲା ହାତୀ
 

ଓଡ଼ିଆ ଗସିପ୍ ବ୍ୟୁରୋ: ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ । ବାଙ୍କୀ ଡମପଡା ବ୍ଲକ ଗୟଳବାଙ୍କ ଗାଁରେ ହାତୀ ଆକ୍ରମଣରେ ଜଣେ ମୃତ । ମୃତକ ହେଲେ ଗୟଳବାଙ୍କ ଗାଁର ମନୋରଞ୍ଜନ ସାହୁ । ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା ସହ ବନ ବିଭାଗକୁ ଅଟକ ରଖିଥିଲେ ଗ୍ରାମବାସୀ । 

ଆଧିକ ପଢନ୍ତୁ : କିଡ଼ନୀକୁ ରୋଗ ମୁକ୍ତ ରଖିବ ଏହି ୫ଟି ସୁପରଫୁଡ୍, ଷ୍ଟୋନ୍ ସୃଷ୍ଟି ହେବା ଆଶଙ୍କାକୁ ମଧ୍ୟ କରିବ କମ୍ !

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଗୟଳବାଙ୍କ ଗାଁର ମନୋରଞ୍ଜନ ସାହୁ ଘରେ ଖାଇସାରି ବାରିପଟକୁ ପରିଶ୍ରା କରିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ମନୋରଞ୍ଜନ ମୃତ୍ୟୁ ହୋଇଥିଲା ।

ଗାଁରେ ହାତୀ ଆତଙ୍କ କରିବା ସହ ଘର ପାଖରେ ଆକ୍ରମଣ କରିଥିବାରୁ ଗାଁ ଉତ୍ତେଜନା ଦେଖାଦେଇଥିଲା ଏବଂ କ୍ଷତିପୂରଣ ଦାବିରେ ହାତୀ ଘଉଡ଼େଇବାକୁ ଆସିଥିବା ବନ କର୍ମଚାରୀଙ୍କୁ ମଧ୍ୟ ଅଟକ ରଖିଥିଲେ ଗୟଳବାଙ୍କ ଗ୍ରାମବାସୀ ।

ଆଧିକ ପଢନ୍ତୁ : ପାଣି ପିଇବା ସମୟରେ ଆପଣ ମଧ୍ୟ କରୁଛନ୍ତି କି ଏହି ଭୁଲ ? ଆଜି ହିଁ ହୋଇଯାଆନ୍ତୁ ସାବଧାନ! ନଚେତ୍... 

ସେପଟେ ଖବର ପାଇ ଘଟଣାସ୍ଥଳରେ ବାଙ୍କୀ ପୋଲିସ ଓ ଡମପଡା ବନାଞ୍ଚଳ ଅଧିକାରୀ ନିରଞ୍ଜନ ମହାପାତ୍ର ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସରକାରଙ୍କର ଯାହା ଅନୁଦାନ ରହିଛି ତାହା ଖୁବଶୀଘ୍ର ଯୋଗାଇ ଦିଆଯିବ ଏବଂ ମୃତ୍ୟୁବରଣ କରିଥିବା ମନୋରଞ୍ଜନ ସାହୁଙ୍କ ପତ୍ନୀଙ୍କୁ କର୍ମନିଯୁକ୍ତି ଯୋଗାଇ ଦେବାକୁ ପ୍ରତିଶ୍ରୁତି ପରେ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଥିଲେ ଗ୍ରାମବାସୀ ।

ଆଧିକ ପଢନ୍ତୁ : କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି ଦେଖା ଦେବା ସହ ଅଧିକ ବିଶ୍ବାସ କରି ଠକାମିର ଶିକାର ହେବେ! ପଢନ୍ତୁ ସାପ୍ତାହିକ ରାଶିଫଳ
 

Share this story