ଶିଳ୍ପସମୃଦ୍ଧ ପାଇଁ ଐତିହାସିକ ପଦକ୍ଷେପ, ୧୪୮୨ କୋଟିର ୭ ଶିଳ୍ପ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଅନୁମୋଦନ
 

Odishas Single Window Clearance Authority Approves Projects Worth Rs 1482 Cr Investment
ଶିଳ୍ପ ରୂପାନ୍ତରଣ ଆଡକୁ ଆଉ ପାଦେ ଆଗେଇଲା ଓଡିଶା 
 

ଓଡ଼ିଆ ଗସିପ୍ ବ୍ୟୁରୋ:ଶିଳ୍ପସମୃଦ୍ଧ ଓ ରୂପାନ୍ତରିତ ଓଡ଼ିଶା ଆଡ଼କୁ ଆଉ ଏକ ପାଦ ବଢ଼ାଇଛନ୍ତି ରାଜ୍ୟ ସରକାର। ଏକ ଐତିହାସିକ ପଦକ୍ଷେପସ୍ୱରୂପ, ଶୁକ୍ରବାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୨୬ତମ ରାଜ୍ୟସ୍ତରୀୟ ସିଙ୍ଗିଲ୍‌‌ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ୧୪୮୨.୫୩ କୋଟି ଟଙ୍କା ମୂଲ୍ୟର ୭ଟି ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି। 

ଅଧିକ ପଢନ୍ତୁ :କିଡନୀ ରୋଗୀ ସାବଧାନ ! ଭୁଲରେ ବି ଖାଆନ୍ତୁନି ଏହି ଖାଦ୍ୟ, ନଚେତ୍ ପସ୍ତେଇବେ!

ବୟନ, ରାସାୟନିକ, ଖଣି, ଇସ୍ପାତ, ବାୟୋଗ୍ୟାସ୍‌‌ ଏନର୍ଜି ଭଳି କ୍ଷେତ୍ର ସହ ଜଡିତ ଉପରୋକ୍ତ ଶିଳ୍ପ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ୧୧, ୯୬୯ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଖୋର୍ଦ୍ଧା, ଗଞ୍ଜାମ, ସୁନ୍ଦରଗଡ଼, କେନ୍ଦୁଝର, ଯାଜପୁର, ବାଲେଶ୍ୱର ଏବଂ ରାୟଗଡ଼ା ଜିଲ୍ଲାରେ ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେବ।

ଅଧିକ ପଢନ୍ତୁ :ଯୌନଶକ୍ତି ବଢାଇବ ଏହି ୫ ଖାଦ୍ୟ, ଦରକାର ପଡିବନି ଟାବଲେଟ୍‌ କି କ୍ୟାପସୁଲ୍‌

ହସ୍ତଗତ ସୂଚନାନୁସାରେ, ଏମ୍‌‌ଏଏସ୍‌‌ ଉଦ୍ୟତ ଇଣ୍ଡିଆ ପ୍ରାଇଭେଟ୍‌‌ ଲିମିଟେଡ୍‌‌ ଖୋର୍ଦ୍ଧାରେ ୨୧୪ କୋଟି ଟଙ୍କା ନିବେଶ କରି ବୟନ ଶିଳ୍ପ ପ୍ରତିଷ୍ଠା କରିବ ଏବଂ ଏଠାରେ ୮୮୪୪ ଜଣଙ୍କୁ ନିଯୁକ୍ତି ମିଳିବ। ସେହିପରି ଟେକ୍‌‌ ଏଆଇସି ଡିଆରଆଇ ପେଲେଟ୍ସ ପ୍ରା.ଲି ୮୦୦ କୋଟି ବିନିଯୋଗରେ କେନ୍ଦୁଝରଠାରେ ଇତ୍ପାଦ ସାମଗ୍ରୀ ପ୍ରସ୍ତୁତ କରିବ। କମ୍ପାନୀ ୨୦୧୩ ଲୋକଙ୍କୁ ନିଯୁକ୍ତି ଦେବ ବୋଲି ପ୍ରତିଶ୍ରୁତି ଦେଇଛି। 

ଅଧିକ ପଢନ୍ତୁ :ପେଟ କ୍ୟାନ୍ସରରୁ ଦୂରେଇ ରହିବାକୁ ଚାହାଁନ୍ତି କି ? ଏହି ଖାଦ୍ୟ ଖାଇବା ବନ୍ଦ କରନ୍ତୁ, ନଚେତ୍ ଭୋଗିବେ  

ଆଲେନ୍‌‌ ଷ୍ଟିଲ୍‌‌ ଇଣ୍ଡଷ୍ଟ୍ରିଜ୍‌‌ ପ୍ରା.ଲି କଳିଙ୍ଗନଗରରେ ୧୭୮କୋଟି ଟଙ୍କା ବିନିଯୋଗ କରି ପାଇପ୍‌‌ ଉତ୍ପାଦନ ୟୁନିଟ୍‌‌ ପ୍ରତିଷ୍ଠା କରିବା ସହିତ ୪୬୫ ଜଣଙ୍କୁ ନିଯୁକ୍ତି ଦେବ। ଅପରପକ୍ଷେ ବାଲେଶ୍ୱରରେ ରିଲାଏନ୍ସ ବାୟୋ ଏନର୍ଜି ଲିମିଟେଡ୍‌‌ ୧୨୧ କୋଟି ନିବେଶ କରି ବାୟୋ ଗ୍ୟାସ୍‌‌ ଉତ୍ପାଦନ କରିବ। କମ୍ପାନୀ ୬୯ ଜଣଙ୍କୁ ପ୍ରତ୍ୟକ୍ଷ ରୋଜଗାର ଦେବ। ସେହିପରି ଟେରେଷ୍ଟ୍ରିଆଲ ଫୁଡ୍‌‌ ପ୍ରୋସେସର୍ସ ପ୍ରା.ଲି ରାୟଗଡ଼ାରେ ମକା ପ୍ରକ୍ରିୟାକରଣ ୟୁନିଟ୍‌‌ ପ୍ରତିଷ୍ଠା କରିବ। 

ଏଥିଲାଗି କମ୍ପାନୀ ୬୦.୬ କୋଟି ଟଙ୍କା ନିବେଶ କରିବା ସହ ୧୯୮ ଜଣଙ୍କୁ ନିଯୁକ୍ତି ଦେବ। ଭିନର୍‌‌ ଲ୍ୟାବ୍‌‌ ପ୍ରା.ଲି ଗଞ୍ଜାମରେ ୫୨ କୋଟି ଟଙ୍କା ବ୍ୟୟରେ ଏକ ଫାଇନ୍‌‌ କେମିକାଲ ଉତ୍ପାଦନ କରିବ। ଏହି ବୈଠକରେ ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ।

ଅଧିକ ପଢନ୍ତୁ :ଧନ ସମ୍ପତ୍ତିରେ ଭର୍ତ୍ତି ହେବ ଘର ! ୭୦୦ ବର୍ଷ ପରେ ହେବାକୁ ଯାଉଛି ଏହି ୪ ରାଶିରେ ବିରଳ ରାଜଯୋଗ
 

Share this story