ଜମିପଟ୍ଟା ପ୍ରଦାନ ପାଇଁ ଆର୍ଆଇ ନେଉଥିଲେ ଲାଞ୍ଚ, ମାଡି ବସିଲା ଭିଜିଲାନ୍ସ , ୨ଟି ଠିକଣାରେ ଚାଲିଛି ଚଢାଉ

ଓଡ଼ିଆ ଗସିପ୍ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଆର୍ଆଇ। ଜଗତସିଂହପୁର ଜିଲ୍ଲା ଭାରଣା ସର୍କଲ ରାଜସ୍ୱ ନିରୀକ୍ଷକ ରମାକାନ୍ତ ବେହେରାଙ୍କୁ ଲାଞ୍ଚ ନେବାବେଳେ ଧରିଛି ଭିଜିଲାନ୍ସ ଟିମ୍ ।
ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ
ଭାଗବଣ୍ଟା ସମ୍ପର୍କିତ ମାମଲାରେ ପୃଥକ ଜମିପଟ୍ଟା ପ୍ରଦାନ ପାଇଁ ସେ ଜଣେ ବ୍ୟକ୍ତିଙ୍କଠାରୁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ସଂପୃକ୍ତ ବ୍ୟକ୍ତି ଭିଜିଲାନ୍ସ ବିଭାଗରେ ଅଭିଯୋଗ କଲା ପରେ ରାଜସ୍ୱ ନିରୀକ୍ଷକଙ୍କୁ ଧରିବା ପାଇଁ ଜାଲ ବିଛାଯାଇଥିଲା ।
ଅଧିକ ପଢ଼ନ୍ତୁ: ବିଡ଼ା ବିଡ଼ା ନୋଟ୍, ସୁନା, ରୂପା ସହ ୪୧୭ କୋଟି ଟଙ୍କା ଜବତ କଲା ଇଡି, ରାଡାରରେ ବଲିଉଡର ୧୪ ରୁ ଅଧିକ ନାମ
ଆଜି ରାଜସ୍ୱ ନିରୀକ୍ଷକ ଲାଞ୍ଚ ଟଙ୍କା ନେବାବେଳେ ତାଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍। ଲାଞ୍ଚ ଟଙ୍କା ଜବତ କରାଯିବା ସହ ରାଜସ୍ୱ ନିରୀକ୍ଷକଙ୍କ ଦୁଇଟି ଠିକଣାରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଚଢ଼ାଉ କରିଛି ଭିଜିଲାନ୍ସ। ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି କଟକ ଭିଜିଲାନ୍ସ ଟିମ୍ । ଚଢାଉ ଚାଲିଥିବାରୁ ଆଗାମୀ ସୂଚନାକୁ ଅପେକ୍ଷା କରାଯାଇଛି।
ଅଧିକ ପଢ଼ନ୍ତୁ: ୧୯ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ, ଆସିଲା ନୂଆ ଧାନ ସଂଗ୍ରହ ନୀତି ସହ ଉଚ୍ଛେଦ ହେବ ୩୫ଟି ଟୋଲ୍ ଗେଟ୍