ରାଜ୍ୟରେ ନଗର ଉନ୍ନୟନ ବିଭାଗର ୪୪ ଅଫିସରଙ୍କ ବଦଳି, ୩୦ ପୌରସଂସ୍ଥାରେ ନୂଆ ନିର୍ବାହୀ ଅଧିକାରୀ ନିଯୁକ୍ତ
 

Odisha govt effects massive reshuffle of urban development department
୪୪ ଅଫିସରଙ୍କ ବଦଳି, ୩୦ ନୂଆ ନିର୍ବାହୀ ଅଧିକାରୀ ନିଯୁକ୍ତ
 

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟ ସରକାର ଆଜି ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ଓ ଓଡ଼ିଶା ରାଜସ୍ୱ ସେବା(ଓଆରଏସ)ର ୪୪ଜଣ ଅଫିସରଙ୍କ ବଦଳି କରିଛନ୍ତି। ସେଥିରେ ୩୦ଟି ପୌରସଂସ୍ଥାରେ ନୂଆ କାର୍ୟ୍ୟନିର୍ବାହୀ ଅଧିକାରୀଙ୍କୁ ଅବସ୍ଥାପିତ କରାଯାଇଛି।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ବିଏମସି ଅତିରିକ୍ତ କମିସନର ଥିବା ତଥା ବରିଷ୍ଠ ଓଏଏସ୍‌ ଶୁଭେନ୍ଦୁ କୁମାର ସାହୁଙ୍କୁ କଟକ ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ଅବସ୍ଥାପିତ କରାଯାଇଛି।   

ଅନୁରୂପ ଭାବରେ ସମ୍ୱିତ କୁମାର ରାଉତଙ୍କୁ ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର, ତରୁଣକାନ୍ତିଙ୍କୁ ରାଉରକେଲା ମହାନଗର ନିଗମର ଡେପୁଟି କମିଶନର, ବିନୋଦ କୁମାର ବେହେରାଙ୍କୁ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର, ରାକେଶ କୁମାର ପାତ୍ରଙ୍କୁ ଭୁବନେଶ୍ୱର ମହାନଗର ନିଗମର ସହକାରୀ କମିଶନର, ଜସ୍ମିନ କୁମାର ପ୍ରଧାନ ଓ ଅଜୟ କୁମାର ମହାନ୍ତିଙ୍କୁ ଭୁବନେଶ୍ୱର ମହାନଗର ନିଗମ ଡେପୁଟି କମିଶନର ଭାବେ ବଦଳି କରାଯାଇଛି। 

ଅଧିକ ପଢନ୍ତୁ :ସୁସ୍ଥ ଶରୀର ପାଇଁ ସୁସ୍ଥ ଆହାର, ଏହି ୪ଟି ଜିନିଷ ସେବନ କଲେ ଦୂର ହେବ ମଧୁମେହ ସମସ୍ୟା!

ସେହିପରି ସ୍ୱାତୀ ମିଶ୍ରଙ୍କୁ କଟକ ମହାନଗର ନିଗମର ସହକାରୀ କମିସନ,  ସ୍ୱାଗତ ଦାସ ଓ ରମେଶ ଚନ୍ଦ୍ର ଜେନାଙ୍କୁ ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିସନର ରୂପେ ଅବସ୍ଥାପିତ କରାଯାଇଛି । ଅନ୍ୟପକ୍ଷରେ ସୁକାନ୍ତ ଚନ୍ଦ୍ର ବେଉରାଙ୍କୁ କବିସୂର୍ଯ୍ୟନଗର ଏନଏଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ସ୍ନେହଲତା ଆଚାର୍ଯ୍ୟଙ୍କୁ ନୟାଗଡ଼ ମ୍ୟୁନିସିପାଲଟି, ପଲ୍ଲବୀ ବେହେରାଙ୍କୁ ପିପିଲି ଏନଏସି, ବିଶ୍ୱଜିତ ରାୟଙ୍କୁ ବଡ଼ବିଲ ମ୍ୟୁନିସପାଲିଟି, ପ୍ରମୋଦ କୁମାର ପାଢ଼ୀଙ୍କୁ କୋଟପାଡ଼ ଏନଏସି, ଦ୍ୟୁତିକୃଷ୍ଣ ପାତ୍ରଙ୍କୁ କୋରାପୁଟ ମ୍ୟୁନିସପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି।

ଅଧିକ ପଢନ୍ତୁ :ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ 

ସେହିପରି ପ୍ରଫୁଲ୍ଲ କୁମାର ବିଶ୍ୱାଳଙ୍କୁ ସୋରଡ଼ା ଏନଏସି, ରାଜେନ୍ଦ୍ର କୁମାର ଖୋରାଙ୍କୁ ମାଲକାନଗିରି ମ୍ୟୁନିସପାଲଟି, ସାମନ୍ତ ବିଶ୍ୱମ୍ୱର ମହାପାତ୍ରଙ୍କୁ ବେଲଗୁଣ୍ଠା ଏନଏଏସି, ପ୍ରେମଲଳଲ ହିଆଲଙ୍କୁ ବୁଗୁଡ଼ା ଏନଏଏସି, ମୁରଲୀକୃଷ୍ଣ ପଣ୍ଡାଙ୍କୁ ଭଞ୍ଜନଗର ଏନଏଏସି, ଗୋବିନ୍ଦ ଦଣ୍ଡସେନାଙ୍କୁ ପୁରୁଷୋତ୍ତମପୁର ଏନଏଏସି, ପ୍ରସନ୍ନ କୁମାର ଦାଶଙ୍କୁ ନୀଳଗିରି ଏନଏଏସି, ଆକୃତି ଗୋଏଙ୍କାଙ୍କୁ ଜୁନାଗଡ଼ ଏନଏଏସି, ଅଭିଷେକ ପଣ୍ଡାଙ୍କୁ ପାରାଦୀପ ମ୍ୟୁନିସପାଲଟି, ରଶ୍ମିରଞ୍ଜନ ଦାସଙ୍କୁ ବୀରମିତ୍ରପୁର ଏନଏଏସି, କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି।

ଅଧିକ ପଢନ୍ତୁ : ଅଧିକ ଚିନି ଖାଉଥିଲେ ସାବଧାନ; ହୋଇପାରେ ଏହି ଭୟଙ୍କର ରୋଗ, ଜାଣନ୍ତୁ ପ୍ରାରମ୍ଭିକ ଲକ୍ଷଣ

ସେହିପରି ଆଶୁତୋଷ ଗୌରବ କରଙ୍କୁ କେନ୍ଦ୍ରାପଡ଼ା ମ୍ୟୁନିସପାଲଟି, ସୌମ୍ୟରଞ୍ଜନ ମିଶ୍ରଙ୍କୁ ରାୟଗଡ଼ା ମ୍ୟୁନିସପାଲଟି, ସୁଜିତ୍‌ କୁମାର ଚୌଧୁରୀଙ୍କୁ ପାରଳାଖେମୁଣ୍ଡି ମ୍ୟୁନିସପାଲଟି, କୃଷ୍ଣଚନ୍ଦ୍ର ରଥଙ୍କୁ କୋଦଳା ଏନଏଏସି, ପୂଜା ରାଉତଙ୍କୁ ଦଶପଲ୍ଲା ଏନଏଏସି, ୟସିର ବିଲାଲ ଅହମ୍ମଦଙ୍କୁ ଛତ୍ରପୁର ଏନଏଏସି, ଅଶୋକ କୁମାର କର୍ଣ୍ଣଙ୍କୁ ଦିଗପହଣ୍ଡି ଏନଏଏସି, ସମ୍ୱିତ ସଂଗ୍ରାମଜିତ୍‌ ସାହୁଙ୍କୁ ଯାଜପୁର ମ୍ୟୁନିସପାଲଟି, ସମ୍ୱିତ ଦାଶଙ୍କୁ ଝାରସୁଗୁଡ଼ା ମ୍ୟୁନିସପାଲଟି, ଅକ୍ଷୟ କୁମାର ବଡ଼ୁଙ୍କୁ ଜଗତସିଂହପୁର ମ୍ୟୁନିସପାଲଟି, ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କୁ ଜଟଣୀ ମ୍ୟୁନିସପାଲଟି, ପ୍ରଦୀପ କୁମାର ଶାହଙ୍କୁ ଆଠଗଡ଼ ଏନଏଏସି, ମନୋଜ କୁମାର ତାଣ୍ଡିଙ୍କୁ ଟିଟିଲାଗଡ଼ ମ୍ୟୁନିସପାଲଟି ଓ ବନମାଳୀ ଶତପଥୀଙ୍କୁ ଉମରକୋଟ ମ୍ୟୁନିସପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି ।

ଅଧିକ ପଢନ୍ତୁ : ଗୁରୁଜନଙ୍କ ସ୍ବାସ୍ଥ୍ୟ ଓ ଖର୍ଚ୍ଚ ବୃଦ୍ଧି ପାଇଁ ଚିନ୍ତାରେ ରହିବା ସହ ବିବାହକୁ ନେଇ ଶୁଭ ସମାଚାର ମିଳିବ, ପଢନ୍ତୁ ରାଶିଫଳ 
 

Share this story