ଅଧିକ ଚିନି ଖାଉଥିଲେ ସାବଧାନ; ହୋଇପାରେ ଏହି ଭୟଙ୍କର ରୋଗ, ଜାଣନ୍ତୁ ପ୍ରାରମ୍ଭିକ ଲକ୍ଷଣ
 

How Does Too Much Sugar Affect Your Body?
ଅଧିକ ଚିନି ଖାଉଥିଲେ ସାବଧାନ!
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆପଣ ଜାଣିଥିବେ ଯେ ଏପରି କୌଣସି ଘର ନଥାଏ ଯେଉଁଠାରେ ଚିନି ବ୍ୟବହୃତ ହୁଏ ନାହିଁ । କପ୍ କେକ୍, ବିସ୍କୁଟ୍, ଚା, ମିଠା, ଆଇସ୍କ୍ରିମ୍ ଭଳି ଅନେକ ଖାଦ୍ୟ ରହିଛି, ଯାହା ଚିନିର ମଧୁରତା ବିନା ପ୍ରସ୍ତୁତ କରିବା ସମ୍ଭବ ନୁହେଁ । ମିଠା, କୋଲ୍ଡ ଡ୍ରିଙ୍କସ୍ ଠାରୁ ଆରମ୍ଭ କରି ବିଭିନ୍ନ ଖାଦ୍ୟରେ ଚିନି ରଙ୍ଗ ଏବଂ ସ୍ୱାଦ ବଢାଇବା କାର୍ଯ୍ୟ କରିଥାଏ । 

ଚିନି ବ୍ୟତୀତ, ଯେତେବେଳେ ଚାଉଳ କିମ୍ବା ମଇଦା ପରି ଅନ୍ୟ ସରଳ କାର୍ବୋହାଇଡ୍ରେଟ୍ ମଧ୍ୟ ଆମ ଶରୀରରେ ପ୍ରବେଶ କରେ, ଆମର ଅନ୍ତନଳୀ ସେମାନଙ୍କୁ ଭାଙ୍ଗି ସେମାନଙ୍କଠାରୁ ଗ୍ଲୁକୋଜ୍ ବାହାର କରିଥାଏ । ଏହି ଗ୍ଲୁକୋଜ ଶରୀରରେ ଇନ୍ଧନ ଭାବରେ କାମ କରେ ଏବଂ ଶକ୍ତି ଯୋଗାଏ।

ଅଧିକା ପଢନ୍ତୁ : ସାବଧାନ ! କିଡନୀ ରୋଗୀ ଭୁଲରେ ବି ଖାଆନ୍ତୁନି ଏହି ସବୁ ଖାଦ୍ୟ, ନଚେତ୍...

ଯେତେବେଳେ ରକ୍ତରେ ସର୍କରାର ମାତ୍ରା ବଢିଯାଏ ସେତେବେଳେ ଏହା ଆମ ଶରୀରରେ କାମ ବନ୍ଦ କରିଦିଏ। ଏପରି ସ୍ଥିତିରେ ଗ୍ଲୁକୋଜ ଅନ୍ୟ ବିକଳ୍ପ ମାଧ୍ୟମରେ ପ୍ରବେଶ କରିବାକୁ ଚେଷ୍ଟା କରେ। ଯାହାକି କୋଷ ଗୁଡିକରେ ସମସ୍ୟା ସୃଷ୍ଟି କରିଥାଏ। ଫଳରେ ଶରୀରରେ ଗ୍ଲୁକୋଜ ଚର୍ବି ଭଳି ଗଚ୍ଛିତ ହେବା ଆରମ୍ଭ କରେ। 

ଅଧିକା ପଢନ୍ତୁ : ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ 

ଆପଣ ଏହା ମଧ୍ୟ ଜାଣିବା ଜରୁରୀ ଯେ ଚିନିର ଅତ୍ୟଧିକ ବ୍ୟବହାର ଆପଣଙ୍କ ସ୍ୱାସ୍ଥ୍ୟକୁ ନଷ୍ଟ କରିପାରେ । ଏହାର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ରହିଛି । ଅତ୍ୟଧିକ ଚିନି ଖାଇବା ହେତୁ ହୃଦୟର ଧମନୀ ଚାରିପାଖରେ ଥିବା ମାଂସପେଶୀ ଟିସୁ ସାଧାରଣ ଅପେକ୍ଷା ଅଧିକ ବିସ୍ତାର ହେବାକୁ ଲାଗେ । ଯେଉଁଥିପାଇଁ ଉଚ୍ଚ ରକ୍ତଚାପ ଏବଂ ହୃଦରୋଗର ଆଶଙ୍କା ବଢିଯାଏ ।

ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏସବୁ ଦ୍ୱାରା ଶରୀରରେ ଚିନି ସ୍ତର ବଢିବା ସହ ଅନେକ ପ୍ରକାରର ରୋଗ ସୃଷ୍ଟି କରିଥାଏ। ଯେପରିକି ମଧୁମେହ, ରକ୍ତଚାପ, ହୃଦରୋଗ ଏବଂ କର୍କଟ ରୋଗ ହେବାର ଆଶଙ୍କା ରହିଥାଏ।

ଅଧିକା ପଢନ୍ତୁ : ସୁସ୍ଥ ଶରୀର ପାଇଁ ସୁସ୍ଥ ଆହାର, ଏହି ୪ଟି ଜିନିଷ ସେବନ କଲେ ଦୂର ହେବ ମଧୁମେହ ସମସ୍ୟା!

ଚିନିରୁ ପ୍ରସ୍ତୁତ ହେଉଥିବା ଅନେକ ପ୍ରକାର ମିଠା ଖାଦ୍ୟରେ ସର୍ବାଧିକ କ୍ୟାଲୋରୀ ଥାଏ। ଫଳ ଗୁଡିକରେ ଅଧିକ ଗ୍ଲୁକୋଜ ଏବଂ ଫ୍ରୁଟୋଜ ରହିଥାଏ। କ୍ଷୀର ଏବଂ ପନିର ପରି ଦୁଗ୍ଧଜାତ ଦ୍ରବ୍ୟରେ ଲାକ୍ଟୋଜ୍‍ ମିଳିଥାଏ। ସେହିଭଳି ମହୁ ଏବଂ ଫଳରେ ଗ୍ଲୁଟେନ୍‍ ମିଳିଥାଏ, ଏହା କିନ୍ତୁ କ୍ଷତିକାରକ ନୁହେଁ। 

ଡାକ୍ତରଙ୍କ ମତ ଅନୁସାରେ ପ୍ରାକୃତିକ ଚିନି ଥିବା ଖାଦ୍ୟକୁ ଅଗ୍ରାଧିକାର ଦିଆଯିବା ଉଚିତ, କାରଣ ଏହା ଆମ ଶରୀରକୁ ପୃଷ୍ଟିକର ଖାଦ୍ୟ ଯୋଗାଇଥାନ୍ତି। ଫଳ ଏବଂ ପନିପରିବାରେ ଫାଇବର, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥିବା ବେଳେ ଦୁଗ୍ଧଜାତ ଦ୍ରବ୍ୟରୁ ପ୍ରୋଟିନ୍‍ ଏବଂ କ୍ୟାଲସିୟମ ପାଇଥାଉ। ଅତ୍ୟଧିକ ଚିନି ଖାଇବା ଦ୍ୱାରା ଶରୀରରେ ଇନସୁଲିନ୍‍ ଅତ୍ୟଧିକ ଉତ୍ପାଦନ ହୋଇଥାଏ। ଏହା ଭୋକକୁ ବଢାଇଥାଏ ଏବଂ ଅନେକ ସମସ୍ୟା ଦେଖାଦେଇଥାଏ।

ଅଧିକା ପଢନ୍ତୁ : ପେପର କପ୍‌‌ରେ ଚା’ ପିଉଥିଲେ ସାବଧାନ! ନଚେତ୍ ବଢିବ ଏହି  ସମସ୍ୟା...

( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)

Share this story