ପେପର କପ୍‌‌ରେ ଚା’ ପିଉଥିଲେ ସାବଧାନ! ନଚେତ୍ ବଢିବ ଏହି  ସମସ୍ୟା...
 

What are the disadvantages of drink tea in paper cups
ପେପର କପ୍‌‌ରେ ଚା’ ପିଉଥିଲେ ସାବଧାନ!
 

ଓଡ଼ିଆ ଗସିପ୍ ବ୍ୟୁରୋ: ଅଧିକାଂଶ ଲୋକଙ୍କୁ ଚା’ ପିଇବା ବେଶ ପସନ୍ଦ। ଶୀତ ଦିନ ହେଉ କିମ୍ବା ଖରା ଅବା ବର୍ଷା ସବୁ ଦେନେ ଚା’ ପିଇବାର ଅଭ୍ୟାସ କିଛି ଲୋକଙ୍କ ଥାଏ, ବିଶେଷ କରି ନିଜ ନିଜ କାମ କରିବା ସମୟରେ ୨ ରୁ ୩ ଥର ଚା’ ପିଇଥାଆନ୍ତି। 

ଅଧିକା ପଢନ୍ତୁ : ସାବଧାନ ! କିଡନୀ ରୋଗୀ ଭୁଲରେ ବି ଖାଆନ୍ତୁନି ଏହି ସବୁ ଖାଦ୍ୟ, ନଚେତ୍...

ସେଭଳି ଅନେକ ସ୍ଥାନରେ ଦୋକାନ ମାନଙ୍କରେ ପେପର କପ୍‌‌ରେ ଚା’ ପିଇ ଥାଆନ୍ତି। ବାରମ୍ବାର ଚା’ ପିଇବା ସ୍ୱାସ୍ଥ୍ୟ ପାଇଁ ଯେତେ କ୍ଷତିକାରକ,ପେପର କପ୍‌‌ରେ ଚା’ ପିଇବା ଦ୍ୱାରା ମଧ୍ୟ ଶରୀର ଉପରେ ଅନେକ କୁପ୍ରଭାବ ପକାଇଥାଏ। କାଗଜ, (ପେପର), ପ୍ଲାଷ୍ଟିକ୍‌‌ କପ୍‌‌ରେ ଚା’ ପିଇ ଥାଆନ୍ତି। ମାତ୍ର ଏହା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ତାହା ହୁଏତ ସଭିଏଁ ଜାଣି ନଥିବେ। କାଗଜରେ ତିଆରି କପରେ ଚା’ ପିଉଥିଲେ ଜାଣନ୍ତୁ..

ଅଧିକା ପଢନ୍ତୁ : ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ 

-ଏହି କାଗଜ, (ପେପର) କପକୁ ତିଆରି କରିବା ପାଇଁ ବିଭିନ୍ନ ଜିନିଷ ସହ ରାସାୟନିକ ପଦାର୍ଥର ବ୍ୟବହାର କରାଯାଇଥାଏ। ଏହି କ୍ଷତିକାରକ କେମିକାଲ ଶରୀରରେ ହେଉଥିବା ଅନେକ -ପ୍ରକ୍ରିୟା ଉପରେ କୁପ୍ରଭାବ ପକାଇବା ସହ ପ୍ରଭାବିତ କରିଥାଏ। ଫଳରେ ଅନେକ ଶାରୀରିକ ସମସ୍ୟା ସୃଷ୍ଟି ହୋଇଥାଏ।

-ଏହି କପ୍‌‌ରେ ଚା’ ପିଇବା ଦ୍ୱାରା ଅନେକ ସଂକ୍ରାମକ ରୋଗ ହେବାର ମଧ୍ୟ ଅଧିକ ସମ୍ଭାବନା ରହିଥାଏ।

ଅଧିକା ପଢନ୍ତୁ : ସୁସ୍ଥ ଶରୀର ପାଇଁ ସୁସ୍ଥ ଆହାର, ଏହି ୪ଟି ଜିନିଷ ସେବନ କଲେ ଦୂର ହେବ ମଧୁମେହ ସମସ୍ୟା!

-ଏହି କପ୍‌‌ ତିଆରି ପାଇଁ ବ୍ୟବହୃତ ହେଉଥିବା କେମିକାଲ ମାନସିକ ସ୍ୱାସ୍ଥ୍ୟ ସହ ସ୍ମରଣ ଶକ୍ତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ।

-ଏହି କପ୍‌‌ରେ ଚା’ ପିଇବା ଦ୍ୱାରା ଶରୀରରେ ଏସିଡିଟି ମଧ୍ୟ ବୃଦ୍ଧି ହୋଇଥାଏ।

-ଏହା ହରମୋନ୍‌‌କୁ ମଧ୍ୟ ପ୍ରଭାବିତ କରିଥାଏ। ଯାହା ଫଳରେ ଏହାର ପ୍ରଭାବ ଆମ ସାମାଜିକ ଜୀବନ ଉପରେ ଦେହିବାକୁ ମିଳିଥାଏ। 

ଅଧିକା ପଢନ୍ତୁ :ଦୁଃଖଦ ଘଟଣା; ସ୍କୁଲ୍‌ ପକ୍ଷରୁ ପିକନିକ୍ ଯାଇଥିବା ଡଙ୍ଗା ବୁଡ଼ି ୧୨ ଛାତ୍ରଛାତ୍ରୀଙ୍କ ସମେତ ୨ ଶିକ୍ଷକ ମୃତ୍ୟୁ
 

Share this story