ଦୁଃଖଦ ଘଟଣା; ସ୍କୁଲ୍‌ ପକ୍ଷରୁ ପିକନିକ୍ ଯାଇଥିବା ଡଙ୍ଗା ବୁଡ଼ି ୧୨ ଛାତ୍ରଛାତ୍ରୀଙ୍କ ସମେତ ୨ ଶିକ୍ଷକ ମୃତ୍ୟୁ
 

12 students 2 teachers die in Gujarat boat tragedy were on picnic
ହ୍ରଦରେ ଡଙ୍ଗା ବୁଡ଼ି ୧୪ ଜଣ ମୃତ୍ୟୁ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଗୁଜରାଟ ଭଦୋଦରା ହର୍ଣ୍ଣି ହ୍ରଦରେ ଦୁଃଖଦ ଘଟଣା ଘଟିଯାଇଛି। ଏଠାରେ ଏକ ଡଙ୍ଗା ବୁଡ଼ି ଯିବାରୁ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୨ ଛାତ୍ରଛାତ୍ରୀ ଓ ୨ ଶିକ୍ଷକ ଥିବା ସୂଚନା ମିଳିଛି । ୬ଜଣ ଛାତ୍ରଛାତ୍ରୀ ଓ ଜଣେ ଶିକ୍ଷକ ନିଖୋଜ ଥିବାବେଳେ ତଲାସ କାର୍ଯ୍ୟ ଜାରି ରହିଛି।

ଅଧିକା ପଢନ୍ତୁ : ମକର ରାଶିରେ ସୂର୍ଯ୍ୟଙ୍କ ଚଳନ, ୧୫ରୁ ବଦଳିବ ଏହି ୪ ରାଶିର ଭାଗ୍ୟ, ହେବ ଧନର ବର୍ଷା !

ସୂଚନା ଅନୁଯାୟୀ, ଡଙ୍ଗାଟିରେ ୨୭ ଜଣ ଛାତ୍ରଛାତ୍ରୀ ଥିଲେ। ସେମାନେ ନ୍ୟୁ ସନ୍‌ରାଇଜ ନାମକ ଏକ ଘରୋଇ ସ୍କୁଲରେ ପଢ଼ନ୍ତି। ସ୍କୁଲ୍‌ ପକ୍ଷରୁ ସେମାନଙ୍କୁ ପିକନିକରେ ସେଠାକୁ ନିଆଯାଇଥିଲା। ତେବେ ଡଙ୍ଗାରେ ବସିଥିବା ବେଳେ ସେମାନେ କେହି ବି ଲାଇଫ୍ ଜ୍ୟାକେଟ୍ ପିନ୍ଧି ନଥିଲେ। ହ୍ରଦରେ ଡଙ୍ଗା ବୁଡ଼ି ଯିବାରୁ ଏଭଳି ଦୁଃଖଦ ଘଟଣା ଘଟିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌ ଓ ଦମକଳ ବାହିନୀ ମିଳିତ ଭାବେ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

ଅଧିକା ପଢନ୍ତୁ : ସାବଧାନ ! କିଡନୀ ରୋଗୀ ଭୁଲରେ ବି ଖାଆନ୍ତୁନି ଏହି ସବୁ ଖାଦ୍ୟ, ନଚେତ୍...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଥିବାବେଳେ ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି। ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ଏବଂ ସେମାନଙ୍କ ଚିକିତ୍ସା ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ। ପ୍ରତ୍ୟେକ ମୃତକଙ୍କ ପରବର୍ତ୍ତୀ ସମ୍ପର୍କୀୟଙ୍କୁ ଦୁଇ ଲକ୍ଷ ଟଙ୍କା ମୂଲ୍ୟର ଏକ ଏକ୍ସ-ଗ୍ରାଟିଆ ଦିଆଯିବ। ଏହାସହିତ ଆହତ ମାନଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ କରାଯାଇଛି।

ଅଧିକା ପଢନ୍ତୁ : ଆୟ କମ୍ ଓ ବ୍ୟୟ ଅଧିକ ହେବା ସହ ମାନସିକ ଦୁଶ୍ଚିନ୍ତାରେ ରହିବେ ଏହି ରାଶି ଲୋକ, ପଢନ୍ତୁ ଆଜିର ରାଶିଫଳ 

Share this story