ଆୟ କମ୍ ଓ ବ୍ୟୟ ଅଧିକ ହେବା ସହ ମାନସିକ ଦୁଶ୍ଚିନ୍ତାରେ ରହିବେ ଏହି ରାଶି ଲୋକ, ପଢନ୍ତୁ ଆଜିର ରାଶିଫଳ 
 

Horoscope for Friday 19 january 2024
ପଢନ୍ତୁ ଆଜିର ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଆସନ୍ତୁ ଜାଣିବା ....

ମେଷ: କାର୍ଯ୍ୟରୁ ଆଶାଜନକ ଫଳ ମିଳିବ। ଦୂରଯାତ୍ରା ଯୋଗ ରହିଛି। ପୁରୁଣା ସମସ୍ୟାର ସମାଧାନ ହେବ। ଜୀବନସାଥୀଙ୍କ ସହଯୋଗ ମିଳିବ। ପ୍ରେମିକପ୍ରେମିକାଙ୍କ ପାଇଁ ଦିନଟି ଭଲ।

ଅଧିକା ପଢନ୍ତୁ : ସାବଧାନ ! କିଡନୀ ରୋଗୀ ଭୁଲରେ ବି ଖାଆନ୍ତୁନି ଏହି ସବୁ ଖାଦ୍ୟ, ନଚେତ୍...

ବୃଷ: ପାରିବାରିକ ସମସ୍ୟା ଦେଖାଦେବ। ଧନ ପ୍ରାପ୍ତି ହେବ। ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। ଆୟ କମ୍‌ ହେବ ଏବଂ ଖର୍ଚ୍ଚ ବଢ଼ିବ। ପ୍ରେମ ସମ୍ପର୍କ ସୁଖମୟ ହେବ।

ମିଥୁନ: ପିତାଙ୍କ ସହଯୋଗ ମିଳିବ। ଆୟରେ ଉନ୍ନତି ପରିଲକ୍ଷିତ ହେବ। ଋଣ ସମସ୍ୟା ସମାଧାନ ହେବ। କାର୍ଯ୍ୟସ୍ଥଳରେ ବରିଷ୍ଠଙ୍କ ସହଯୋଗ ମିଳିବ। ଚିନ୍ତାମୁକ୍ତ ରହିବେ।

କର୍କଟ: କୌଣସି କଥାକୁ ନେଇ ଚିନ୍ତାରେ ରହିବେ। କାର୍ଯ୍ୟରେ ସଫଳତା ମିଳିବ। ଧନପ୍ରାପ୍ତି ଯୋଗ ରହିଛି। ଦିନଟି ବ୍ୟସ୍ତତା ଭିତରେ ବିତିବ। ବିଦ୍ୟାର୍ଥୀ ପରୀକ୍ଷାରେ ଭଲ କରିବେ।

ଅଧିକା ପଢନ୍ତୁ : ସୁସ୍ଥ ଶରୀର ପାଇଁ ସୁସ୍ଥ ଆହାର, ଏହି ୪ଟି ଜିନିଷ ସେବନ କଲେ ଦୂର ହେବ ମଧୁମେହ ସମସ୍ୟା!

ସିଂହ: ଆଇଟି ଓ ବ୍ୟାଙ୍କ କ୍ଷେତ୍ରରେ ସଫଳତା ମିଳିବ। ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଉତ୍ତମ। ଠିକ୍ ସମୟରେ କାର୍ଯ୍ୟ ପୂରା କରିବେ।

କନ୍ୟା: ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ଧନ ଆଗମନର ଯୋଗ ରହିଛି। କାର୍ଯ୍ୟରେ ମନ ଲାଗିବ ନାହିଁ। ବିଦ୍ୟାର୍ଥୀ ପାଠରେ ମନୋନିବେଶ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ତୁଳା: ବ୍ୟବସାୟରେ ଉନ୍ନତିକୁ ନେଇ ପ୍ରସନ୍ନ ରହିବେ। ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ। ଧନ ଆଗମନ। ନୂଆ ଯାନ କିଣିପାରନ୍ତି। ପରିବାର ସହିତ ସମ୍ପର୍କ ମଧୁର ହେବ।

ବିଛା: ସମସ୍ୟାକୁ ସାମ୍ନା କରିବେ। ବିରୋଧୀଙ୍କଠାରୁ ଦୂରେଇ ରୁହନ୍ତୁ। ମନ ଉଦାସ ରହିବ। କାର୍ଯ୍ୟରେ ଲୋକଙ୍କ ସାହାଯ୍ୟ ମିଳିବ। ବିଦ୍ୟାର୍ଥୀଙ୍କ ପାଇଁ ଉତ୍ତମ ସମୟ।

ଅଧିକା ପଢନ୍ତୁ : ମକର ରାଶିରେ ସୂର୍ଯ୍ୟଙ୍କ ଚଳନ, ୧୫ରୁ ବଦଳିବ ଏହି ୪ ରାଶିର ଭାଗ୍ୟ, ହେବ ଧନର ବର୍ଷା !

ଧନୁ: ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। କାର୍ଯ୍ୟରେ ପଦୋନ୍ନତି ମିଳିବା ସମ୍ଭାବନା ଅଧିକ। ପୂଜାକାର୍ଯ୍ୟରେ ସମୟ କଟିବ। ଘରେ ସମସ୍ୟା ଦେଖା ଦେବ। ପ୍ରେମିକ ପ୍ରେମିକାଙ୍କ ପାଇଁ ଭଲ ଦିନ।

ମକର: ମନୋରଞ୍ଜନରେ ସମୟ ବିତିବ। ସାଙ୍ଗସାଥୀଙ୍କ ସହଯୋଗରେ କାର୍ଯ୍ୟ ସଫଳ ହେବ। ଆୟରେ ବୃଦ୍ଧି ହେବ। ମାନସିକ ଦୁଶ୍ଚିନ୍ତାରେ ରହିବେ।

କୁମ୍ଭ: ରାଜନୀତିରେ ଆଶାତୀତ ସଫଳତା ମିଳିବ। ବ୍ୟବସାୟ ଓ ଚାକିରିରୁ ଲାଭ ମିଳିବ। ଗାଈଙ୍କୁ ଖାଇବାକୁ ଦିଅନ୍ତୁ। ପାରିବାରିକ ଜୀବନ ସୁଖମୟ ହେବ।

ମୀନ: ବାଦ ବିବାଦଠାରୁ ଦୂରେଇ ରୁହନ୍ତୁ। ଆୟ କମ୍ ଓ ବ୍ୟୟ ଅଧିକ ହେବ। ଅଯଥା କଥାକୁ ନେଇ ଚିନ୍ତାରେ ରହିବେ। ନୂଆ କାର୍ଯ୍ୟରେ ପରିବାର ଲୋକଙ୍କ ସହଯୋଗ ମିଳିବ।

ଅଧିକା ପଢନ୍ତୁ : ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ 
 

Share this story