ଗୁରୁଜନଙ୍କ ସ୍ବାସ୍ଥ୍ୟ ଓ ଖର୍ଚ୍ଚ ବୃଦ୍ଧି ପାଇଁ ଚିନ୍ତାରେ ରହିବା ସହ ବିବାହକୁ ନେଇ ଶୁଭ ସମାଚାର ମିଳିବ, ପଢନ୍ତୁ ରାଶିଫଳ 
 

Horoscope for Saturday 20 january 2024
ପଢନ୍ତୁ ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଆସନ୍ତୁ ଜାଣିବା ....

ମେଷ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ପରିବାରର ସହଯୋଗ ମିଳିବ। ସମ୍ପର୍କୀୟ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିବେ। ଘରେ ପୂଜାପାଠର ଆୟୋଜନ ହେବ। ବାହନ ସୁଖ ପ୍ରାପ୍ତ ହେବ।

ବୃଷ: ଜମିବାଡ଼ି କିଣିବା ଯୋଜନା କରିବେ। ଆଇଟି ଓ ବ୍ୟାଙ୍କ କ୍ଷେତ୍ରରେ ଉଜ୍ଜ୍ବଳ ଭବିଷ୍ୟତ ରହିବ। କୌଣସି ଶୁଭ ସମାଚାର ମିଳିବ। ସେୟାର ବଜାରରେ ନିବେଶ କରିବେ। ଛାତ୍ରଛାତ୍ରୀ ପଢ଼ାରେ ମନଯୋଗ ଦେବେ।

ମିଥୁନ: ବ୍ୟବସାୟରେ ପରିବର୍ତ୍ତନ ଆଣିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଧାର୍ମିକ ପୁସ୍ତକ ପ୍ରତି ରୁଚି ବଢ଼ିବ। ଦୂରସ୍ଥାନକୁ ଯାତ୍ରାଯୋଗ ଅଛି। ଉଚ୍ଚଶିକ୍ଷା ପାଇଁ ଅନୁକୂଳ ସମୟ। କଥାବାର୍ତ୍ତାରେ ମଧୁରତା ରଖିବେ।

ଅଧିକ ପଢନ୍ତୁ : ଅଧିକ ଚିନି ଖାଉଥିଲେ ସାବଧାନ; ହୋଇପାରେ ଏହି ଭୟଙ୍କର ରୋଗ, ଜାଣନ୍ତୁ ପ୍ରାରମ୍ଭିକ ଲକ୍ଷଣ

କର୍କଟ : ଦିନଟି ବ୍ୟସ୍ତତା ଭିତରେ କଟିବ। ଛାତ୍ରଛାତ୍ରୀ ପଢ଼ାରେ ମନୋନିବେଶ କରିବେ। ପରିବାର ସହ ଯାତ୍ରା ଯୋଗ ରହିଛି। ଘରକୁ ଅତିଥି ଆଗମନ କରିବେ। ମାଆଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ।

ସିଂହ: ଦିନଟି ହସଖୁସିରେ ଅତିବାହିତ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ପରିବାରରେ କୌଣସି ସଦସ୍ୟଙ୍କୁ ନେଇ ଚିନ୍ତାରେ ରହିବେ। ଛାତ୍ରଛାତ୍ରୀ ପଢ଼ାରେ ଧ୍ୟାନ କେନ୍ଦ୍ରିତ କରିବେ ନାହିଁ।

କନ୍ୟା: ବ୍ୟବସାୟକୁ ଆଗକୁ ବଢ଼ାଇବାରେ ସଫଳ ହେବେ। ରିୟଲ ଇଷ୍ଟେଷ୍ଟ ବ୍ୟବସାୟରେ ଲାଭ ହେବ। ବନ୍ଧୁଙ୍କ ଦ୍ବାରା ଧନପ୍ରାପ୍ତି ଯୋଗ ରହିଛି। ବ୍ୟସ୍ତତା ଭିତରେ ପରିବାର ପାଇଁ ସମୟ ବାହାର କରିବେ।

ତୁଳା: ମନ ପ୍ରସନ୍ନ ରହିବ। ଖର୍ଚ୍ଚ ବୃଦ୍ଧି ପାଇବ। ବରିଷ୍ଠ ଅଧିକାରୀଙ୍କ ସହ କଥାବାର୍ତ୍ତା ସମୟରେ ସଂଯମତା ରକ୍ଷା କରନ୍ତୁ। ମନପସନ୍ଦର କୌଣସି କାର୍ଯ୍ୟ କରିବେ। ବିବାହକୁ ନେଇ ଶୁଭ ସମାଚାର ମିଳିବ।

ବିଛା: ପ୍ରଶାସନିକ କ୍ଷେତ୍ରରେ ସଫଳତା ପାଇବେ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ବୈବାହିକ ଜୀବନରେ ମନୋମାଳିନ୍ୟ ଆସିବ। ପ୍ରେମ ଜୀବନରେ ପ୍ରଗାଢ଼ତା ଆସିବ। ନୂଆ ଯାନବାହନ କିଣିବାର ଯୋଗ ଅଛି।

ଅଧିକ ପଢନ୍ତୁ :ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ 

ଧନୁ: କୌଣସି ନୂଆ କାମ ମିଳିବ। ନିବେଶ ପାଇଁ ଭଲ ସମୟ। ରାଜନୀତିରେ କ୍ୟାରିୟର ପାଇଁ ଭଲ ସମୟ ରହିବ। ନୂଆ ଲୋକଙ୍କୁ ଭେଟିବାର ସୁଯୋଗ ଜୁଟିବ। କୌଣସି କାମ ପାଇଁ ପ୍ରଶଂସିତ ହେବେ।

ମକର: ଚାକିରିରେ ବଦଳି ସମ୍ଭାବନା ରହିବ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରିବେ। ସଫଳତା ପାଇଁ ଅଧିକ ପରିଶ୍ରମ କରିବେ। ବିବାହ ସ୍ଥିର ହେବା ସମ୍ଭାବନା ଅଛି।

କୁମ୍ଭ: ପରିବାରର ସହଯୋଗ ମିଳିବ। ଚାକିରିେର ପଦୋନ୍ନତି ସମ୍ଭାବନା ରହିବ। ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ। ବିଦେଶ ଯାତ୍ରା ଯୋଗ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମୀନ: ଫୋନ୍‌ରେ କଥାବାର୍ତ୍ତାରେ ଅଧିକ ସମୟ ଅତିବାହିତ କରିବେ। କୌଣସି ନୂଆ ବିଷୟ ପ୍ରତି ଆଗ୍ରହ ବଢ଼ିବ। ପଡ଼ୋଶୀଙ୍କ ସହ ମନୋମାଳିନ୍ୟ ଦେଖାଦେବ।

ଅଧିକ ପଢନ୍ତୁ :ସୁସ୍ଥ ଶରୀର ପାଇଁ ସୁସ୍ଥ ଆହାର, ଏହି ୪ଟି ଜିନିଷ ସେବନ କଲେ ଦୂର ହେବ ମଧୁମେହ ସମସ୍ୟା!
 

Share this story