ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର
 

Odisha CM Naveen Patnaik to lay Bhubaneswar Metro rail foundation on January 1
ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଦ୍ୱୈତନଗରୀ ମେଟ୍ରୋ ପ୍ରକଳ୍ପ ସ୍ବପ୍ନ ପୂରଣ ହେବାକୁ ଯାଉଛି। ଆଗାମୀ ନୂଆ ବର୍ଷ ଅର୍ଥାତ ୨୦୨୪ ଜାନୁଆରୀ ୧ ତାରିଖରେ ବହୁପ୍ରତିକ୍ଷିତ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

ଅଧିକ ପଢ଼ନ୍ତୁ: ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...

ଶିଳାନ୍ୟାସ ପରେ କାମ ଆରମ୍ଭ ହୋଇ ୪ ବର୍ଷ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ସମୀକ୍ଷା କରିବା ସହ ୫୯୨୯ କୋଟିର ଏହି ପ୍ରକଳ୍ପର ଡିପିଆର୍‌କୁ ଅନୁମୋଦନ ପ୍ରଦାନ କରିଛନ୍ତି।

ଅଧିକ ପଢ଼ନ୍ତୁ: ଚାକିରୀରୁ ଅବସର ପୂର୍ବରୁ ଭି ଆର ଏସ ନେଲେ DGP B K Ravi ହେଲେ କାହିଁକି ? ଜାଣନ୍ତୁ ଅସଲ କାରଣ...

ମୁଖ୍ୟମନ୍ତ୍ରୀ ଏହି ଡିପିଆର୍‌କୁ ଅନୁମତି ଦେଇଥିବା ବେଳେ ଆଗାମୀ ପ୍ରକ୍ରିୟା ସ୍ୱରୂପ ଖୁବ୍‌ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି । ପ୍ରାଥମିକ ସୂଚନା ଅନୁଯାୟୀ ‘ଟର୍ଣ୍ଣ କି’ ଆଧାରରେ ଏହି କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ଯୋଗ୍ୟ ସଂସ୍ଥା ଟେଣ୍ଡର ପ୍ରକ୍ରିୟାରେ ଚୟନ କରିବା ଉପରେ ଗୁରୁତ୍ୱ ଦେବା ପାଇଁ ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନ୍‌ (ବିଏମ୍‌ଆର୍‌ସି) ଯୋଜନା କରିଛି । 

ଅଧିକ ପଢ଼ନ୍ତୁ: ଲିଭର ସୁସ୍ଥ ରହିଲେ ମିଳିବ ଅନେକ ରୋଗରୁ ରକ୍ଷା, ଜାଣନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ

ଅନ୍ୟପଟେ ଆସନ୍ତା ୧୮ ତାରିଖରେ ବିଏମ୍‌ଆର୍‌ସିର ପ୍ରଥମ ବୋର୍ଡ ମିିଟିଂ ବସିବ । ଏହି ବୋର୍ଡରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ରହିଛନ୍ତି ଓ ନଗର ଉନ୍ନୟନ ବିଭାଗ ସଚିବ, ପୂର୍ତ୍ତ ସଚିବ, ପରିବହନ ସଚିବ, ଅର୍ଥ ସଚିବଙ୍କ ସହିତ ବିଏମଆର୍‌ସିର ଅଧ୍ୟକ୍ଷ ସଦସ୍ୟ ରହିଛନ୍ତି । ପ୍ରଥମ ବୋର୍ଡ ମିଟିଂରେ ଡିପିଆର୍‌ ଅନୁମୋଦନ ସହିତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡ଼ିଛି ।

ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

Share this story