ଯେ କୌଣସି ସମୟରେ ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ, ୱାନ୍ ନେସନ, ୱାନ୍ ଇଲେକ୍ସନକୁ ସ୍ୱାଗତ, ମୁଖ୍ୟମନ୍ତ୍ରୀ ନବୀନ 
 

Odisha CM Naveen Patnaik said We always welcomed One Nation One Election 
ୱାନ୍ ନେସନ, ୱାନ୍ ଇଲେକ୍ସନକୁ ସ୍ୱାଗତ, ମୁଖ୍ୟମନ୍ତ୍ରୀ ନବୀନ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଭୁବନେଶ୍ୱରରେ ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା ’ଅ’ ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲର ଉଦଯାପନୀ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଉଦବୋଧନ ଦେଇଥିଲେ । 

ଓଡ଼ିଶା ଆଜି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ତା’ର ପରିଚୟ ସୃଷ୍ଟି କରିଛି । ଓଡିଶା ତା’ର କଳା, ସଂସ୍କୃତି ଓ ପରମ୍ପରାରେ ନିଆରା । ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ବିକାଶ ହୋଇଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଶା ବହୁ ଦୁର୍ବିପାକରେ ସମ୍ମୁଖୀନ ହୋଇଆସିଛି । ତାସତ୍ବେ ରାଜ୍ୟରେ ବିକାଶ ଧାରାରେ କେବେବି ବ୍ରେକ୍ ଲାଗିନି ବୋଲି ନବୀନ କହିଥିଲେ ।

ଅଧିକ ପଢ଼ନ୍ତୁ: ଚାଣକ୍ୟ ନୀତି ଅନୁଯାୟୀ ଭୁଲ୍‌ରେ ବି ସ୍ତ୍ରୀଙ୍କୁ କୁହନ୍ତୁନି ଏହି ୪ ଟି କଥା, ଶାନ୍ତିରେ ବଞ୍ଚିବା ବି ହୋଇଯିବ କାଠିକର ପାଠ

ଏହାପରେ ପ୍ରଖ୍ୟାତ ସାମ୍ବାଦିକ ପ୍ରଭୁ ଚାୱଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାକ୍ଷାତକାର ନେଇଥିଲେ । ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ଅନେକ ପ୍ରଶ୍ନ ପଚାରିଥିଲେ । ପ୍ରଭୁ ଚାୱଲା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣ କେମିତି ଓଡ଼ିଶାରେ ଏତେ ଲୋକପ୍ରିୟ ହେଲେ । ଏହା ପଛର କାରଣ କଣ? ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ମୁଁ ଯେବେ ମୁଖ୍ୟମନ୍ତ୍ରୀ ହେଲି ସେବେ ଓଡ଼ିଶାରେ ଦାରିଦ୍ର୍ୟ ଚରମ ସୀମାରେ ଥିଲେ । 

ଦାରିଦ୍ର୍ୟ ଦୂରିକରଣ ମୋର ପ୍ରଥମ ସଂକଳ୍ପ ଥିଲା । ଯାହା କି ଏବେ ଅନେକ କମିଯାଇଛି । ଏହାପରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ ଆଦି ଦିଗରେ କାର୍ୟ୍ୟ କରିଥିଲୁ । ୧୯୯୯ ମହାବାତ୍ୟା ଆମକୁ ଏକ ବଡ଼ ଶିକ୍ଷା ଦେଇଥିଲା । ଏହାପରେ ଆମେ ପ୍ରତି ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରିଥିଲୁ ।

ଅଧିକ ପଢ଼ନ୍ତୁ: ମଙ୍ଗଳ ଗ୍ରହର ଗୋଚର ଫଳରେ ଏହି ତାରିଖରୁ ୩ ରାଶିଙ୍କ ଜୀବନରେ ଭରିଯିବ ସୁଖ-ଶାନ୍ତି ସହ ଧନ-ସମ୍ପତ୍ତି 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗୁଆ ନିର୍ବାଚନ ପ୍ରଶ୍ନର ଉତ୍ତରରେ କହିଛନ୍ତି, ଯେ କୌଣସି ସମୟରେ ଭୋଟ୍ ପାଇଁ ଆମେ ପ୍ରସ୍ତୁତ । ୱାନ୍ ନେସନ, ୱାନ୍ ଇଲେକ୍ସନକୁ ଆମେ ସବୁବେଳେ ସ୍ୱାଗତ କରିଆସିଛୁ । ସେହିପରି ମହିଳା ସଂରକ୍ଷଣ ଉପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶରେ ମହିଳାଙ୍କୁ ଅଗ୍ରାଧିକାର ଦିଆଯିବା ଉଚିତ । 

କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ୍ ଆଣିଥିବାରୁ ତାଙ୍କୁ ଧନ୍ୟବାଦ୍ । ଓଡ଼ିଶାରୁ ହିଁ ମହିଳା ସଂରକ୍ଷଣର ସ୍ୱର ଉଠିଥିଲା । ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସମୟରୁ ମହିଳାଙ୍କ ସଂରକ୍ଷଣକୁ ପ୍ରାଧାନ୍ୟ ଦିଆଯାଇଥିଲା ।

ଅଧିକ ପଢ଼ନ୍ତୁ: କାହା ପାଇଁ ଭଲ ତ କାହା ପାଇଁ ଖରାପ; କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ

ସେ ସମୟରେ ପଞ୍ଚାୟତ ନିର୍ବାଚନରେ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ମହିଳାଙ୍କ ପାଇଁ କରାଯାଇଥିଲା । ପରେ ମୋ ସରକାର ଏହାକୁ ବୃଦ୍ଧି କରି ୫୦ ପ୍ରତିଶତ କରିଥିଲା । ସେହିପରି ୨୦୧୯ ନିର୍ବାଚନରେ ୩୩ ପ୍ରତିଶତ ଲୋକସଭା ଆସନରେ ମହିଳା ପ୍ରାର୍ଥୀ ଦେଇଥିଲୁ । ମୋ ସରକାର ଏବଂ ବିଜେଡି ମହିଳାଙ୍କ ବିକାଶ ପାଇଁ ପ୍ରତିବଦ୍ଧ । ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ‘ମିଶନ ଶକ୍ତି’ ମୋ ସରକାରର ଅଭିନବ ପ୍ରୟାସ ।

ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍

ଏହି ମିଶନ ଶକ୍ତି ଅଧୀନରେ ୭୦ ଲକ୍ଷ ମହିଳା ଆଜି ରୋଜଗାରକ୍ଷମ ହୋଇପାରିଛନ୍ତି । ବିକାଶ ହିଁ ଆମର ମୂଳ ଏଜେଣ୍ଡା ଓ ମୂଳ ଲକ୍ଷ୍ୟ । ବିକାଶକୁ ଆଧାର କରି ଆମେ ଆଗକୁ ବଢ଼ିବୁ । ଓଡ଼ିଶାରେ ବିକାଶ ପାଇଁ କେନ୍ଦ୍ର ସହ ଆମର ଭଲ ସମ୍ପର୍କ ରହିଛି । କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ଓଡ଼ିଶାର ବିକାଶକୁ ଅଗ୍ରାଧିକାର ଦେଉଥିବାରୁ ମୁଁ ତାଙ୍କୁ ୧୦ରୁ ୮ ମାର୍କ ଦେବି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
 

Share this story