ଅକ୍ଷର ଭୂମିର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ଆଜିଠୁ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ
 

Odisha CM Naveen Patnaik inaugurated Akhyara Bhoomi in a grand event
ଅକ୍ଷର ଭୂମିର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଅକ୍ଷର ଭୂମିର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜିଠାରୁ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ଐତିହ୍ୟ ନଗରୀ ଭୁବନେଶ୍ୱର କେନ୍ଦ୍ର ସ୍ଥଳରେ ଏହି ସମ୍ମିଳନୀ ଓଡିଆ ଭାଷାର ଜୟଗାନ କରିବ । ଆମ ଭାଷାର ସୌନ୍ଦର୍ଯ୍ୟ ଓ ଖାଣ୍ଡେଲାଇଟ ପଥରରେ ଲିପିବଦ୍ଧ ହୋଇଥିବା କଳିଙ୍ଗ ସ୍ଥାପତ୍ୟର ଅନନ୍ୟ ନିଦର୍ଶନ ଏହା ମାଧ୍ୟମରେ ପ୍ରତିଫଳିତ ହେବ । ଏହି ଉପଲକ୍ଷେ ଭୁବନେଶ୍ବର କଳାମଣ୍ଡଳ ପରିସରରେ ନିର୍ମିତ ଅକ୍ଷର ଭୂମିର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । 

ଅଧିକ ପଢନ୍ତୁ :ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ 

ଅକ୍ଷର ଭୂମିର କାନ୍ଥବାଡ ବଖାଣୁଛି ଓଡ଼ିଆ ଲିପିର କାହାଣୀ । ପଥର ଖୋଦିତ ଅକ୍ଷର ସାଙ୍ଗକୁ ଦେଖିବାକୁ ମିଳୁଛି ଥ୍ରୀଡି ଝଲକ । ମନ ମୋହୁଛି ମୁକ୍ତେଶ୍ବର ମନ୍ଦିର ତୋରଣ ଆକୃତି ତୋରଣ । ଭାଷାବିତଙ୍କୁ ଟାଣିନେଉଛି ବୃହତ୍ ଆକୃତିର ଓଡ଼ିଆ ଲିପି `ଅ’। ସ୍ମାରକୀ ହେବାକୁ ଯାଉଛି ଭୁବନେଶ୍ବର କଳାମଣ୍ଡଳ ପରିସରରେ ଥିବା ଏହି ଭାଷା ସୌଧ ।

ଅଧିକ ପଢନ୍ତୁ :ଶନି ଦେବଙ୍କ ରାଶି ପରିବର୍ତ୍ତନ ଫଳରେ ଏହି ଦୁଇଟି ରାଶି ହେବେ ଉପକୃତ ଓ ସମସ୍ତ କଷ୍ଟରୁ ପାଇବେ ମୁକ୍ତି! 

ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀକୁ ସ୍ମରଣୀୟ କରିବା ପାଇଁ ଖାଣ୍ଡେଲାଇଟ ପଥରରେ କଳିଙ୍ଗ ଶୈଳୀରେ ଓଡ଼ିଶାର କଳା ଓ ଭାସ୍କର୍ଯ୍ଯର ଅପୂର୍ବ ନିଦର୍ଶନ ସ୍ବରୂପ ନିର୍ମିତ ହୋଇଛି ଅକ୍ଷର ଭୂମି । ଓଡ଼ିଆ ବର୍ଣ୍ଣମାଳାରେ ସୁଶୋଭିତ ଅକ୍ଷର ଭୂମି, ଆମ ଭାଷା ପ୍ରୀତିକୁ ଉଜ୍ଜୀବିତ କରି ରଖିବା ସହ ଆମ ଭାଷା ସଂସ୍କୃତି କଳା ଓ ସ୍ଥାପତ୍ୟର ଜୟଗାନ କରି ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅଧିକ ପଢନ୍ତୁ :ନିଜ ଲୋକ ହିଁ କଷ୍ଟ ଦେବା ସହ ଏହି ରାଶିର ଲୋକଙ୍କ ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ ଘଟିବ! ପଢନ୍ତୁ ଆଜିର ରାଶିଫଳ 

ଭୁବନେଶ୍ବର କଳାମଣ୍ଡଳ ପରିସରରେ ନିର୍ମାଣ ହୋଇଛି ଅକ୍ଷର ଭୂମି । ଭାଷାକୁ ନେଇ ତିଆରି ହୋଇଛି ନୂଆ କାରୁକାର୍ଯ୍ୟ । ଅକ୍ଷର ଭୂମିର ମଝି ଅଂଶରେ ମୁକ୍ତେଶ୍ଵର ମନ୍ଦିର ପରିସରରେ ଥିବା ତୋରଣ ଶୈଳୀରେ ଏକ ସୁନ୍ଦର ତୋରଣ ନିର୍ମାଣ କରାଯାଇଛି । ତୋରଣର ଠିକ୍ ପଛରେ ଓଡ଼ିଆ ଲିପି ‘ଅ’ର ବୃହତ ଅକ୍ଷର କରାଯାଇଛି । 

ଦୁଇ ପାର୍ଶ୍ଵରେ ୬ଟି ଅକ୍ଷର କାନ୍ଥ ରହିଛି । କାନ୍ଥ ଗୁଡ଼ିକରେ ଖଣ୍ଡୋଲାଇଟ୍ ପଥରକୁ ଖୋଦେଇ କରାଯାଇ ଓଡ଼ିଆ ବର୍ଣ୍ଣମାଳାକୁ ସ୍ଥାନ ଦିଆଯାଇଛି । ୪୦ ମିଟର ଲମ୍ବ ଓ ୩୦ ମିଟର ଚଉଡାର ଏହି ପ୍ରକଳ୍ପକୁ ସ୍ପାନ୍ଇନଫ୍ରା ବିଲଡର୍ସ ନିର୍ମାଣ କରିଛି । ଏଥିରେ ପ୍ରାୟ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

ଅଧିକ ପଢନ୍ତୁ :ଜାଣନ୍ତୁ କ’ଣ ଏହି ସର୍ଭାଇକାଲ କ୍ୟାନ୍ସର? ଯାହା ୩୨ ବର୍ଷ ବୟସରେ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ନେଲା ଜୀବନ 
 

Share this story