ଆଗତ ହେଲା ରାଜ୍ୟ ବଜେଟ୍, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଜାଣନ୍ତୁ କେଉଁ ବିଭାଗକୁ କେତେ କୋଟି …
 

Odisha Budget 2024-25 Highlights and Key Announcements
ଆଗତ ହେଲା ରାଜ୍ୟ ବଜେଟ୍

ଓଡ଼ିଆ ଗସିପ୍ ବ୍ୟୁରୋ: ଭୁବନେଶ୍ୱର: ଆଜି ଅପରାହ୍ଣରେ ମଧ୍ୟବର୍ତ୍ତିକାଳୀନ ବଜେଟ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ବଜେଟ ଉପସ୍ଥାପନ ସମୟରେ ସରକାରଙ୍କ ସଫଳତା ସମ୍ପର୍କରେ କହିଥିଲେ ଅର୍ଥମନ୍ତ୍ରୀ। ଏହା ସହିତ ଅଭିବୃଦ୍ଧି ହାର ୭.୨୫ ପ୍ରତିଶତ ରହିଥିବା ନେଇ ସୂଚନା ପ୍ରଦାନ କରିଥିଲେ। 

ଏହି ଅଭିବୃଦ୍ଧି ହାର ଜାତୀୟ ହାର ଠାରୁ ୧ ପ୍ରତିଶତ ଅଧିକ ରହିଥିବା ନେଇ ଅର୍ଥମନ୍ତ୍ରୀ ଦାବି କରିଥିଲେ। ଆଗାମୀ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮.୫ ପ୍ରତିଶତ ଆକଳନ କରିଛନ୍ତି ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ। ତେବେ ଚଳିତ ବର୍ଷ ମୋଟ ୨୫୫୦୦୦( ୨ଲକ୍ଷ ୫୫ ହଜାର) କୋଟି ଟଙ୍କାର ଲେଖାନୁଦାନ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ। 

୨୦୨୪-୨୫ ଆର୍ଥିକ ବର୍ଷ ଲାଗି ମୋଟ ବଜେଟରୁ ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର କାମଚଳା ବଜେଟ ରହିଛି। ତେବେ ଆସନ୍ତୁ ନଜର ପକାଇବା ରାଜ୍ୟ ବଜେଟରେ କେଉଁ ବିଭାଗ ଓ କ୍ଷେତ୍ରକୁ ମିଳିଛି କେତେ କେତେ ଟଙ୍କା ?

ଅଧିକ ପଢନ୍ତୁ :ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

– ବିଦ୍ୟାଳୟ ଓ ଗାନଶିକ୍ଷା ବିଭାଗକୁ ମିଳିଛି ସବୁଠୁ ଅଧିକ ଅର୍ଥ – ୨୪ ହଜାର ୭ ଶହ ୬୪ କୋଟି ଟଙ୍କା
– ପଂଚାୟତରାଜ – ୨୨୫୪୩ କୋଟି
– ସ୍ୱାସ୍ଥ୍ୟ ବିଭାଗ – ୧୯୭୨୯ କୋଟି
– ଜଳସମ୍ପଦ – ୧୩୨୬୭ କୋଟି
– ଯୋଜନା ଓ ସଂଯୋଜନା – ୧୨୦୪୩ କୋଟି
– ନିର୍ମାଣ ବିଭାଗ – ୧୦୯୫୦ କୋଟି
– ଗ୍ରାମ୍ୟ ଉନ୍ନୟନ – ୯୩୩୦ କୋଟି
– ଗୃହ ବିଭାଗ – ୮୬୪୧ କୋଟି

ଅଧିକ ପଢନ୍ତୁ :ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ 

ପ୍ରଧାନମନ୍ତ୍ରୀ ଆବାସ – ୪୦୦୦ କୋଟି
ବିଜୁ ପକ୍କାଘର – ୧୦୦ କୋଟି
ପ୍ରଧାନମନ୍ତ୍ରୀ ଆବାସ ସହର – ୬୯୨ କୋଟି
ବସୁଧା ଯୋଜନା – ୨୦୦୦ କୋଟି
ଜଳ ଜୀବନ ମିଶନ – ୬୦୦୦ କୋଟି
ମେଟ୍ରୋ – ୧୦୦୦ କୋଟି
ରେଳ ପ୍ରକଳ୍ପ – ୭୦୦ କୋଟି
ରାସ୍ତା ଉନ୍ନତି – ୬୧୯୪ କୋଟି
ନୂଆ ଓ – ୨୦୦ କୋଟି
ବିଜୁ ସେତୁ – ୨୦୦ କୋଟି

ଅଧିକ ପଢନ୍ତୁ :ସୁସ୍ଥ ଶରୀର ପାଇଁ ସୁସ୍ଥ ଆହାର, ଏହି ୪ଟି ଜିନିଷ ସେବନ କଲେ ଦୂର ହେବ ମଧୁମେହ ସମସ୍ୟା!

ଏସଟିଆରଏମଏଫ (ରାଜ୍ୟ ବିପର୍ୟ୍ୟୟ ପରିଚାଳନା ପାଣ୍ଠି ) – ୧୪୨୪ କୋଟି
କ୍ରୀଡା ଭିତିଭୂମି – ୮୫୨ କୋଟି
ମୁଖ୍ୟମନ୍ତ୍ରୀ କଳାକାର ସହାୟତା – ୭୨ କୋଟି
ପ୍ରାଚୀନ କୀର୍ତିରାଜି ରକ୍ଷଣାବେକ୍ଷଣ – ୧୫ କୋଟି
ଏନଆରଏଲଏମ – ୧୧୬୨ କୋଟି
ମିଶନ ଶକ୍ତି – ୨୭୬୧ କୋଟି
ମମତା – ୫୨୧ କୋଟି।

ଅଧିକ ପଢନ୍ତୁ :କିଡ଼ନୀ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏହି ୫ଟି ଫଳ, ଗମ୍ଭୀର ରୋଗରୁ ବଞ୍ଚିଯିବେ...
 

Share this story