୨୭ତମ ପ୍ରତିଷ୍ଠା ଦିବସ ପାଳନ କଲା ବିଜେଡି, ଜାଣନ୍ତୁ ଏହି ଅବସରରେ କେଉଁ ସବୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି 
 

Odisha BJD celebrates its 27th Foundation Day
୨୭ତମ ପ୍ରତିଷ୍ଠା ଦିବସ ପାଳନ କଲା ବିଜେଡି
 

ଓଡ଼ିଆ ଗସିପ୍ ବ୍ୟୁରୋ:ଆଜି ବିଜେଡିର ପ୍ରତିଷ୍ଠା ଦିବସ । ୨୭ ବର୍ଷରେ ପଦାର୍ପଣ କରିଛି ବିଜୁ ଜନତା ଦଳ । ସମସ୍ତ ନିର୍ବାଚନ ମଣ୍ଡଳୀ, ବ୍ଲକ ଓ ପୌରାଞ୍ଚଳରେ ୨୭ତମ ପ୍ରତିଷ୍ଠା ସମାରୋହ ପାଳନ କରାଯାଉଛି । କଟକ ଆନନ୍ଦଭବନରୁ ଭୁବନେଶ୍ୱର ବିମାନବନ୍ଦରରେ ଯାଏ ବିଶାଳ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି । 

ଅଧିକ ପଢନ୍ତୁ :ପେଟ କ୍ୟାନ୍ସରରୁ ଦୂରେଇ ରହିବାକୁ ଚାହାଁନ୍ତି କି ? ଏହି ଖାଦ୍ୟ ଖାଇବା ବନ୍ଦ କରନ୍ତୁ, ନଚେତ୍ ଭୋଗିବେ  

ଏଥିସହ ଗଣଦୌଡ଼, ରକ୍ତଦାନ ଶିବିର, ସଭା ସାଙ୍ଗକୁ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବ । ଏକ ସମୃଦ୍ଧ, ସଶକ୍ତ ଓ ସ୍ୱାଭିମାନୀ ‘ନବୀନ ଓଡ଼ିଶା’ ଗଠନ ପାଇଁ ବ୍ରତୀ ହେବା ଲାଗି କର୍ମୀ ମାନେ ଶପଥ ନେବେ ।ବିଜୁ ବାବୁଙ୍କ ଆଦର୍ଶରେ ଗଠନ ହୋଇଥିବା ବିଜେଡି ରାଜ୍ୟ ତଥା ରାଜ୍ୟବାସୀଙ୍କ ବିକାଶର ଆଭିମୁଖ୍ୟ ନେଇ କାମ କରୁଥିବାରୁ ବାରମ୍ବାର ଜନ ଆର୍ଶୀବାଦ ଲାଭ କରିଛି । 

ଅଧିକ ପଢନ୍ତୁ :ଧନ ସମ୍ପତ୍ତିରେ ଭର୍ତ୍ତି ହେବ ଘର ! ୭୦୦ ବର୍ଷ ପରେ ହେବାକୁ ଯାଉଛି ଏହି ୪ ରାଶିରେ ବିରଳ ରାଜଯୋଗ

୨୬ ବର୍ଷ ଭିତରେ ଲୋକଙ୍କ ସେବା ଓ ଓଡ଼ିଶାର ବିକାଶ କରି ଆସୁଥିବା ବିଜେଡି ରାଜନୈତିକ କାର୍ଯ୍ୟକ୍ରମ ସହିତ ସାମାଜିକ ଅଙ୍ଗୀକାରବଦ୍ଧତା ପାଇଁ ଅନ୍ୟ ସର୍ବଭାରତୀୟ ଦଳ ଓ ଆଞ୍ଚଳିକ ଦଳମାନଙ୍କ ଭିତରେ ସ୍ବତନ୍ତ୍ର ସ୍ଥାନ ପାଇଛି ।ଓଡ଼ିଆ ସ୍ୱାଭିମାନ ବଜାୟ ରଖିବା ସହ ଏହାକୁ ଏକ ସମୃଦ୍ଧ ଓ ଶକ୍ତିଶାଳୀ ରାଜ୍ୟ ଭାବେ ଗଢି ତୋଳିବା ପାଇଁ କଳିଙ୍ଗ ବୀର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନୀତି , ଆଦର୍ଶ ଓ ଆଭିମୁଖ୍ୟକୁ ପାଥେୟ କରି ତାଙ୍କ ଅନ୍ତେ ଆଜକୁ ୨୬ ବର୍ଷ ତଳେ ଗଠନ ହୋଇଥିଲା ବିଜୁ ଜନତା ଦଳ -ବିଜେଡି । 

ଅଧିକ ପଢନ୍ତୁ :ଏହି ରାଶି ଲୋକଙ୍କ କର୍ମକ୍ଷେତ୍ରରେ ପରିବର୍ତ୍ତନ ଆସିବ, କେମିତି କଟିବ ଏହି ସପ୍ତାହ, ପଢନ୍ତୁ ସାପ୍ତାହିକ ରାଶିଫଳ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଫଳ ନେତୃତ୍ୱରେ ୨୬ ବର୍ଷ ତଳେ ଗଠନ ହୋଇଥିବା ବିଜେଡି ଆଜି ଏକ କେବଳ ରାଜନୈତିକ ଦଳ ନୁହେଁ, ବରଂ ଏକ ଜନ ଆନ୍ଦୋଳନରେ ପରିଣତ ହୋଇପାରିଛି । ଲୋକଙ୍କ ଆସ୍ଥା ଭାଜନ ହୋଇପାରିଛି । ବାପା ବିଜୁ ପଟ୍ଟନାୟକଙ୍କ ସମୃଦ୍ଧ ଓ ସଶକ୍ତ ଓଡ଼ିଶା ଗଠନର ସ୍ୱପ୍ନକୁ ସାକାର କରିବାରେ ଲାଗିଛନ୍ତି ନବୀନ ପଟ୍ଟନାୟକ। ରାଜ୍ୟବାସୀଙ୍କ ସେବା ଓ ବିକାଶ ହୋଇଛି ବିଜେଡିର ମୂଳମନ୍ତ୍ର। ସେଥିପାଇଁ ତ ଦୁଇ ଦଶକରୁ ଅଧିକ ସମୟ ଧରି ଲୋକଙ୍କ ଆସ୍ଥା ଓ ବିଶ୍ୱାସର ପାତ୍ର ପାଲଟିଛି ବିଜେଡି ।

ଅଧିକ ପଢନ୍ତୁ :ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବୟସ ବ୍ୟବଧାନ କେତେ ରହିବା ଉଚିତ୍? ଜାଣନ୍ତୁ ବିଜ୍ଞାନ କଣ କହୁଛି...

ଆଗାମୀ ଦିନରେ ରାଜ୍ୟବାସୀଙ୍କ ସେବାରେ ନିୟୋଜିତ ହୋଇଥିବା ବିକାଶଧାରାକୁ ବଜାୟ ରଖିବା ପାଇଁ ଏହା ଶକ୍ତି ଯୋଗାଇଛି। ନିର୍ବାଚନ ହେଉ କି ଉପନିର୍ବାଚନ, ସବୁଥିରେ ବିଜେଡିକୁ ମିଳିଛି ଅପୂର୍ବ ସଫଳତା। ୨୦୨୪ ନିର୍ବାଚନର ବି ରୋଡମ୍ୟାପ ପ୍ରସ୍ତୁତ ହୋଇଛି । ମିଶନ ୧୩୦କୁ ନେଇ କାମ କରୁଛି ବିଜେଡି।

ଅଧିକ ପଢନ୍ତୁ :କଣ୍ଡୋମ ବ୍ୟବହାର କରୁଥିଲେ ସାବଧାନ; ଜାଣି ରଖନ୍ତୁ ଏହି ୫ଟି ଜରୁରୀ କାରଣ !
 

Share this story