ରାଜ୍ୟରେ ସ୍କ୍ରବ ଟାଇଫସ୍ ଆତଙ୍କ, ଏବେ କୃଷି ସଚିବ ହେଲେ ଆକ୍ରାନ୍ତ, ୨ ଦିନ ତଳେ କରାଇଥିଲେ ନମୁନା ପରୀକ୍ଷା
 

Odisha Agriculture Secy Arabinda Padhee tests positive for Scrub Typhus

କୃଷି ସଚିବଙ୍କୁ ସ୍କ୍ରବ ଟାଇଫସ୍

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟରେ ଏବେ ସ୍କ୍ରବ ଟାଇଫସ୍ ଆତଙ୍କ ଖେଳାଇ ଦେଇଛି । ଏହି କ୍ରମରେ କୃଷି ସଚିବ ଅରବିନ୍ଦ ପାଢୀ ସ୍କ୍ରବ ଟାଇଫସ୍‌ରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ରକ୍ତ ନମୁନା ପରୀକ୍ଷାରୁ ଏହା ସ୍ପଷ୍ଟ ହୋଇଛି। 

କୃଷି ସଚିବ ଅରବିନ୍ଦ ପାଢ଼ୀ ଦୁଇ ଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ରକ୍ତ ନମୁନା ପରୀକ୍ଷା କରାଇଥିଲେ । ନମୁନା ପରୀକ୍ଷା ପଜିଟିଭ ଆସିଛି । ବର୍ତ୍ତମାନ ସେ ଘରେ ରହି ଚିକିତ୍ସିତ ହେଉଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି।

ଅଧିକ ପଢ଼ନ୍ତୁ: ଡାଇବେଟିସ ହେବା ପୂର୍ବରୁ ଶରୀରରେ ଦେଖା ଦିଏ ଏସବୁ ଲକ୍ଷଣ, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ

ଅନ୍ୟପଟେ ରାଜ୍ୟର ଦୁଇରୁ ତିନୋଟି ଜିଲ୍ଲାକୁ ଛାଡ଼ିଲେ, ସାରା ରାଜ୍ୟକୁ ମାଡ଼ିଲାଣି ସ୍କ୍ରଵ ଟାଇଫସ।  କେବଳ ଗ୍ରାମାଞ୍ଚଳ ନୁହେଁ, ସହରାଞ୍ଚଳରେ ଏହା ବ୍ୟାପିଲାଣି ବୋଲଇ ଆଜି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ସେ କହିଛନ୍ତି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଚିହ୍ନଟ ହେଲେଣି ୨୮୨୦ ସ୍କ୍ରଵ ଟାଇଫସ ରୋଗୀ। ରାଜ୍ୟରେ ୨୨୦୭୭ ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିଲା ବେଳେ ୨୮୨୦ ଜଣଙ୍କର ପଜିଟିଭ୍‌ ଆସିଛି।

ଅଧିକ ପଢ଼ନ୍ତୁ: ଲିଭର ସୁସ୍ଥ ରହିଲେ ମିଳିବ ଅନେକ ରୋଗରୁ ରକ୍ଷା, ଜାଣନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ

କେନ୍ଦ୍ରୀୟ ଟିମ ସ୍କ୍ରଵ ଟାଇଫସ ସମୀକ୍ଷା କରିବାକୁ ବରଗଡ଼, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର ଓ ବୁର୍ଲା ମେଡିକାଲ ମେଡିକାଲ ଯାଇଥିଲେ। ସେମାନେ ଓଡ଼ିଶାର ପଦକ୍ଷେପକୁ ପ୍ରଶଂସା କରିଛନ୍ତି। କାରଣ ୨୦୧୯ରୁ ଓଡ଼ିଶା ସ୍କ୍ରଵ ଟାଇଫସ ଟେଷ୍ଟିଙ୍ଗ କରୁଛି। 

ଅଧିକ ପଢ଼ନ୍ତୁ: ସେକ୍ସ ଟାଇମିଂକୁ ନେଇ କନଫ୍ୟୁଜ୍ କି? ପାର୍ଟନରଙ୍କ ଶୀଘ୍ର ପତନ ପାଇଁ ଚିନ୍ତିତ ? ଜାଣନ୍ତୁ କଣ କରିବେ

ସେମାନେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ। ଆମକୁ ଟେଷ୍ଟିଙ୍ଗ ବଢ଼ାଇବା ସହ ଶୀଘ୍ର ଚିହ୍ନଟ ପାଇଁ ସେମାନେ ମୌଖିକ ଭାବେ କହିଛନ୍ତି। ଖୁବ ଶୀଘ୍ର ସେମାନେ ଲିଖିତ ସୁପାରିଶ ଦେବା ପରେ ଆମେ ପରବର୍ତୀ କାର୍ଯ୍ୟପନ୍ଥା ନେବୁ। ରାଜ୍ୟ ସରକାରଙ୍କ ଟିମ ମଧ୍ୟ ବରଗଡ ଓ ସୁନ୍ଦରଗଡ଼ ଯାଇ ମୃତ୍ୟୁ ନେଇ ଯାଞ୍ଚ କରିଥିଲେ। 

ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

ସମସ୍ତ ମୃତ୍ୟୁକୁ ଦ୍ୱନ୍ଦ୍ୱ ରହିଛି। କାରଣ ଘରୋଇ ହସ୍ପିଟାଲରେ ସେମାନଙ୍କ ମୃତ୍ୟୁ ହୋଇଛି। ଘରୋଇ ହସ୍ପିଟାଲରେ ଏଲିଶା ବଦଳରେ ରାପୀଡ଼ ଟେଷ୍ଟ ହେଉଛି। ହେଲେ କେବଳ ଏଲିଶା ଟେଷ୍ଟିଙ୍ଗ ହିଁ ପ୍ରକୃତ ସ୍କ୍ରଵ ଟାଇଫସ ରୋଗ ଚିନ୍ହଟ କରି ପାରିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ଅଧିକ ପଢ଼ନ୍ତୁ: ପାଗ ବଦଳୁଛି, ବର୍ଷାରେ ଶକ୍ତି ବଢ଼ାନ୍ତୁ, ରୋଗ ସହ ଲଢ଼ନ୍ତୁ, ଜାଣନ୍ତୁ କେମିତି ବଢ଼ାଇବେ ରୋଗ ପ୍ରତିରୋଧକ ଶକ୍ତି

Share this story