ନୂଆବର୍ଷ ଲାଗି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ, ରାତି ୨ଟା ସୁଦ୍ଧା...
 

New year preparations in Puri Jagannath Temple Doors To Open At 2 AM
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରଦାର୍‌ ପ୍ରସ୍ତୁତି
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆସୁଛି ନୂଆବର୍ଷ। ପୁରୁଣା ବର୍ଷକୁ ବିଦାୟ ଏବଂ ନୂଆବର୍ଷକୁ ସ୍ୱାଗତ କରିବା ଲାଗି ପୁରୀ ସହର ଏବେଠୁ ଉତ୍ସବମୁଖର। ସବୁଆଡ଼େ ଜମିଲାଣି ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼। ହୋଟେଲ, ଲଜ୍‌‌, ଭକ୍ତନିବାସ, ହଲିଡେ’ ହୋମ୍‌‌ଗୁଡ଼ିକରେ ଆଉ ଜାଗା ନାହିଁ। ଜିରୋ-ନାଇଟ୍‌‌କୁ ସମସ୍ତଙ୍କ ଅପେକ୍ଷା। ଏପରିସ୍ଥଳେ ଜିଲ୍ଲା ପ୍ରଶାସନ, ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତିକୁ ଜୋରଦାର୍‌ କରାଯାଇଛି। 

ଅଧିକ ପଢନ୍ତୁ :୫୦ ବର୍ଷ ପରେ ଏକାସାଙ୍ଗରେ ପଡି଼ଛି ୩ଟି ରାଜଯୋଗ, ନୂଆ ବର୍ଷରୁ ମାଲେମାଲ୍ ହେବେ ଏହି ୪ ରାଶି

ଶ୍ରୀମନ୍ଦିରରେ ନୂଆବର୍ଷ ଲାଗି ସ୍ୱତନ୍ତ୍ର ଭାବେ ନୀତିନିର୍ଘଣ୍ଟ ହୋଇଛି। ରବିବାର ରାତିରେ ସଅଳ ପହୁଡ଼ ହୋଇ ରାତି ୨ଟା ସୁଦ୍ଧା ଦ୍ୱାର ଫିଟାଯିବାକୁ ଯୋଜନା ରଖିଛି ମନ୍ଦିର ପ୍ରଶାସନ। ପବିତ୍ର ମହୋଦଧିରେ ସ୍ନାନ କରି ନୂଆବର୍ଷର ପ୍ରଥମ ସୂର୍ଯ୍ୟ ଏବଂ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ଲାଗି ପୁରୀରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ହେଲାଣି। 

ଅଧିକ ପଢନ୍ତୁ :୨୦୨୪ରେ ଶନି ଓ ଶୁକ୍ରଙ୍କ ରାଜଯୋଗ, ଏହି ୩ ରାଶିଙ୍କ ବଦଳିଯିବ ଭାଗ୍ୟ!

ଏମିତି ଭାବନା ନେଇ ଶ୍ରୀକ୍ଷେତ୍ରକୁ ଛୁଟି ଆସିଛନ୍ତି ବହୁ ସଂଖ୍ୟାରେ ଭକ୍ତ। ତେଣୁ ଭକ୍ତ ଏବଂ ପର୍ଯ୍ୟଟକଙ୍କ ନିରାପଦ ସ୍ନାନ ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ନୂଆବର୍ଷରେ ଭକ୍ତମାନେ କିପରି ଶୃଙ୍ଖଳିତ ଭାବେ ଠାକୁରଙ୍କୁ ଦର୍ଶନ କରିବେ, ସେଥିଲାଗି ବ୍ୟାପକ ବ୍ୟବସ୍ଥା ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ। ଶ୍ରଦ୍ଧାଳୁଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ ଶେଡ୍‌‌, ମୋବାଇଲ ଓ ଜୋତାଷ୍ଟାଣ୍ଡ୍‌, ପାନୀୟ ଜଳ, ଟଏଲେଟ୍‌‌ର ସୁବିଧା କରାଯାଇଛି।

୩୧ ଏବଂ ୧ ତାରିଖରେ ଶ୍ରୀମନ୍ଦିର ଭକ୍ତଙ୍କ ପ୍ରବଳ ଭିଡ଼ ହେବ। ଏହାକୁ ନଜରରେ ରଖି ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ଶୃଙ୍ଖଳିତ ନୀତିକାନ୍ତି ଲାଗି ପୂର୍ବରୁ ଛତିଶା ନିଯୋଗ ଏବଂ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି। ରବିବାର ରାତି ୧୦ରୁ ସାଢ଼େ ୧୦ଟା ମଧ୍ୟରେ ପହୁଡ଼ ଲାଗି ଯୋଜନା ରହିଛି। ସେହିପରି ରାତି ୨ଟା ସୁଦ୍ଧା ଦ୍ୱାର ଫିଟାଯିବାକୁ ଲକ୍ଷ୍ୟ ରଖାଯାଇଛି। 

ଅଧିକ ପଢନ୍ତୁ :ସ୍ବାସ୍ଥ୍ୟ ପାଇଁ ବେଶ ଉପକାରୀ, ଦିନକୁ ଖାଆନ୍ତୁ ବାସ ଦୁଇ ପାଖୁଡ଼ା, ଦୂର ହେବ ପୁରୁଷଙ୍କ ଯୌନ ସମସ୍ୟା !

ଏହାଦ୍ୱାରା ଭକ୍ତମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅଧିକ ସମୟ ମିଳିପାରିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ଶ୍ରୀ ଦାସ। ସେହିପରି ଭକ୍ତଙ୍କ ସମାଗମକୁ ନଜରରେ ରଖି ମହାପ୍ରସାଦ ପ୍ରସ୍ତୁତି ଲାଗି ସୁଆର ମହାସୁଆର ସେବାୟତଙ୍କ ସହ ଆଲୋଚନା କରାଯାଇଛି। ଆନନ୍ଦ ବଜାରରେ ଶେଡ୍‌‌ କରାଯାଇଛି। ସ୍ୱଚ୍ଛ ପରିବେଶ ଭିତରେ ଶ୍ରଦ୍ଧାଳୁମାନେ ବସି ମହାପ୍ରସାଦ ସେବନ କରିବା ସହ ନୂଆବର୍ଷରେ ନୂଆ ଅନୁଭୂତି ପାଇପାରିବେ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ।

ଅଧିକ ପଢନ୍ତୁ :୩୦ ବର୍ଷ ପରେ କୁମ୍ଭ ରାଶିରେ ଶନିଙ୍କ ଚଳନ, ୨୦୨୪ରେ ଏହି ୩ ରାଶି ପାଇବେ ପ୍ରବଳ ଟଙ୍କା !
 

Share this story